କୋଲକାତା ଟେଷ୍ଟ: ପୂଜାରାଙ୍କ ବ୍ୟତୀତ ଦୁଇ ଅଙ୍କ ଛୁଇଁପାରିଲେନି କୌଣସି ବ୍ୟାଟ୍ସମ୍ୟାନ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବର୍ଷା ଯୋଗୁଁ ଇଡେନ ଗାର୍ଡେନ ଟେଷ୍ଟର ଦ୍ୱିତୀୟ ଦିନ ଖେଳ ବି ବାଧାପ୍ରାପ୍ତ ହୋଇଛି। ଭାରତୀୟ ଦଳ  ୭୪ ରନରେ ୫ ଓ୍ୱିକେଟ ହରାଇ ସଙ୍କଟରେ ପଡ଼ିଛି। ଗତକାଲିର ଅସମାପ୍ତ ସ୍କୋର ୩ ଓ୍ୱିକେଟରେ ୧୭ ରନରୁ ଖେଳ ଆରମ୍ଭ କରିଥିଲା ଟିମ୍ ଇଣ୍ଡିଆ। ଆଜି ରାହାଣେ ୪ ରନ୍ ଓ ଅଶ୍ୱିନ ୪ ରନ୍ କରି ଆଉଟ ହୋଇଥିଲେ। ପୂଜାରା ୪୭ ରନ୍ କରି ଅପରାଜିତ ଅଛନ୍ତି। ମଧ୍ୟାହ୍ନ ଭୋଜନ ବିରତି […]

prv_1510916808

prv_1510916808

Rakesh Mallick
  • Published: Friday, 17 November 2017
  • Updated: 17 November 2017, 06:05 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବର୍ଷା ଯୋଗୁଁ ଇଡେନ ଗାର୍ଡେନ ଟେଷ୍ଟର ଦ୍ୱିତୀୟ ଦିନ ଖେଳ ବି ବାଧାପ୍ରାପ୍ତ ହୋଇଛି। ଭାରତୀୟ ଦଳ  ୭୪ ରନରେ ୫ ଓ୍ୱିକେଟ ହରାଇ ସଙ୍କଟରେ ପଡ଼ିଛି। ଗତକାଲିର ଅସମାପ୍ତ ସ୍କୋର ୩ ଓ୍ୱିକେଟରେ ୧୭ ରନରୁ ଖେଳ ଆରମ୍ଭ କରିଥିଲା ଟିମ୍ ଇଣ୍ଡିଆ। ଆଜି ରାହାଣେ ୪ ରନ୍ ଓ ଅଶ୍ୱିନ ୪ ରନ୍ କରି ଆଉଟ ହୋଇଥିଲେ। ପୂଜାରା ୪୭ ରନ୍ କରି ଅପରାଜିତ ଅଛନ୍ତି। ମଧ୍ୟାହ୍ନ ଭୋଜନ ବିରତି ବେଳକୁ ବର୍ଷା ହେବାରୁ ମ୍ୟାଚ୍ ଆଉ ଖେଳା ଯାଇ ପାରି ନଥିଲା। ଫଳରେ ଅଧାରୁ ଆଜି ଦିନର ମ୍ୟାଚକୁ ବନ୍ଦ ରଖାଯାଇଥିଲା। ଲକମଲ ସର୍ବାଧିକ ୩ଟି ଓ ସନକଙ୍କୁ ୨ଟି ଓ୍ୱିକେଟ ମିଳିଛି।

ଭାରତ ପକ୍ଷରୁ ଲୋକେଶ ରାହୁଲ ଓ କୋହଲି ଶୁନ’ରେ ଆଉଟ୍‌ ହୋଇଥିବା ବେଳେ ଶିଖର ଧାୱନ ୮, ରାହାନେ ୪ ଓ ଅଶ୍ୱିନ ୪ ରନ କରି ଆଉଟ୍‌ ହୋଇଛନ୍ତି। ପୂଜାରାଙ୍କ ବ୍ୟତିତ କୌଣସି ବ୍ୟାଟ୍ସମ୍ୟାନ୍‌ ଦୁଇଅଙ୍କ ଛୁଇଁ ପାରିନାହାଁନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos