ନଦୀମଙ୍କୁ ପୁଣି ୫ ୱିକେଟ୍‌, ଟେଷ୍ଟ ସିରିଜ୍‌ ୨-୦ରେ ଜିତିଲା ଭାରତ ଏ’

ତ୍ରିନିଦାଦ: ଭାରତ-ଏ ଓ ୱେଷ୍ଟଇଣ୍ଡିଜ୍-ଏ ମଧ୍ୟରେ ଚାଲିଥିବା ତୃତୀୟ ତଥା ଅନ୍ତିମ ଅନଅଫିସିଆଲ୍ ଟେଷ୍ଟ ଡ୍ର’ରେ ଶେଷ ହୋଇଛି। ଭାରତ ଏ’ ପକ୍ଷରୁ ବାମହାତୀ ସ୍ପିନ ବୋଲର ଶେହବାଜ୍‌ ନଦୀମ ପୁଣିଥରେ ୫ ୱିକେଟ୍‌ ଦଖଲ କରି ନିଜର ଦବଦବା ଦେଖାଇଛନ୍ତି। ଏହି ଟେଷ୍ଟ ମ୍ୟାଚ୍‌କୁ ଜିତିବା ପାଇଁ ୱେଷ୍ଟଇଣ୍ଡିଜ୍‌ ଏ’ ଦଳକୁ ୩୭୩ ରନ୍‌ର ଟାର୍ଗେଟ ମିଳିଥିବା ବେଳେ ଦଳ ୬ ୱିକେଟ୍‌ ହରାଇ କେବଳ ୩୧୪ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଅମ୍ପାୟାର ମ୍ୟାଚ୍‌କୁ […]

ns

ns

Hemant Lenka
  • Published: Saturday, 10 August 2019
  • Updated: 10 August 2019, 06:06 PM IST

Sports

Latest News

ତ୍ରିନିଦାଦ: ଭାରତ-ଏ ଓ ୱେଷ୍ଟଇଣ୍ଡିଜ୍-ଏ ମଧ୍ୟରେ ଚାଲିଥିବା ତୃତୀୟ ତଥା ଅନ୍ତିମ ଅନଅଫିସିଆଲ୍ ଟେଷ୍ଟ ଡ୍ର'ରେ ଶେଷ ହୋଇଛି। ଭାରତ ଏ’ ପକ୍ଷରୁ ବାମହାତୀ ସ୍ପିନ ବୋଲର ଶେହବାଜ୍‌ ନଦୀମ ପୁଣିଥରେ ୫ ୱିକେଟ୍‌ ଦଖଲ କରି ନିଜର ଦବଦବା ଦେଖାଇଛନ୍ତି। ଏହି ଟେଷ୍ଟ ମ୍ୟାଚ୍‌କୁ ଜିତିବା ପାଇଁ ୱେଷ୍ଟଇଣ୍ଡିଜ୍‌ ଏ’ ଦଳକୁ ୩୭୩ ରନ୍‌ର ଟାର୍ଗେଟ ମିଳିଥିବା ବେଳେ ଦଳ ୬ ୱିକେଟ୍‌ ହରାଇ କେବଳ ୩୧୪ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଅମ୍ପାୟାର ମ୍ୟାଚ୍‌କୁ ଡ୍ର ଘୋଷଣା କରିଥିବା ବେଳେ ଭାରତୀୟ ଏ’ ଟିମ୍‌ ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌କୁ ୨-୦ରେ ଜିତି ନେଇଛି।

ତୃତୀୟ ଦିବସରେ ଶୁବମାନ୍ ଗିଲଙ୍କ ରେକର୍ଡ ଦ୍ୱିଶତକ ଓ କ୍ୟାପଟେନ୍ ହନୁମା ବିହାରୀଙ୍କ ଶତକ ବଳରେ ଭାରତ-ଏ ଦ୍ୱିତୀୟ ଇନିଂସରେ ୪ ୱିକେଟ୍ ହରାଇ ୩୬୫ ରନ୍ କରି ପାଳି ଘୋଷଣା କରିଥିଲା। ଏହି ଲକ୍ଷ୍ୟର ପିଛା କରୁଥିବା ୱେଷ୍ଟଇଣ୍ଡିଜ୍-ଏ ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ବିନା ୱିକେଟରେ ୩୭ ରନ୍ କରିଛି।

ଦୁଇ ଓପ୍ନର୍ ମଣ୍ଟକିନ୍ ୧୫ ଓ ଜେରେମୀ ସୋଲୋଜାନୋ ୨୦ ରନରେ ଅପରାଜିତ ଥିଲେ। ଆଜି ଦଳ ଏହି ସ୍କୋରରୁ ଖେଳ ଆରମ୍ଭ କରିଥିଲା। ଜେରେମୀ ସୋଲୋଜାନୋ ୨୫୨ ବଲ୍‌ରେ ୯୨ ଓ ୩ନଂରେ ବ୍ୟାଟିଂ କରିବାକୁ ଆସିଥିବା ବ୍ରାନଡନ୍‌ ଦ୍ରୁତ ୭୭ ରନ୍‌ର ଇନିଂସ ଖେଳିଥିଲେ। ସେହିପରି ଅଭିଜ୍ଞ ସୁନୀଲ ଆମ୍ବ୍ରିସ ୬୯ ରନ୍‌ କରିବାକୁ ଦଳ ଘରୋଇ ମାଟିରେ ତୃତୀୟ ଟେଷ୍ଟକୁ ଡ୍ର ରଖିବାରେ ସକ୍ଷମ ହୋଇଥିଲା। ପୂର୍ବରୁ ଭାରତ ଦୁଇଟି ଯାକ ଟେଷ୍ଟ ମ୍ୟାଚ୍‌ ଜିତିଥିଲା।

ଭାରତ ପକ୍ଷରୁ ନଦୀମ ୪୧ ଓଭର ବୋଲିଂ କରି ୧୦୩ ରନ୍‌ ବ୍ୟୟ କରି ୫ଟି ୱିକେଟ୍‌ ଦଖଲ କରିଛନ୍ତି। ପ୍ରଥମ ଟେଷ୍ଟରେ ମଧ୍ୟ ନଦୀମ ଦୁଇଟି ଯାକ ଇନିଂସ୍‌ରେ ୫ଟି ଲେଖାଏ ୱିକେଟ୍‌ ନେଇଥିଲେ। ଦ୍ୱିତୀୟ ମ୍ୟାଚ୍‌ ସେ ଖେଳି ନଥିଲେ।

ଭାରତୀୟ ଏ’ ଦଳ ପ୍ରଥମ ଇନିଂସରେ ୨୦୧ ରନ୍‌ କରିଥିବା ବେଳେ ୱେଷ୍ଟଇଣ୍ଡିଜ୍‌ ମାତ୍ର ୧୯୪ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଏହାପରେ ଭାରତୀୟ ଏ ଦଳ’ ଶୁଭମନ ଗିଲ୍‌ଙ୍କ ରେକର୍ଡ ଦ୍ୱିଶତକ ଓ ଅଧିନାୟକ ହନୁମା ବିହାରୀଙ୍କ ଶତକ ବଳରେ ୪ ୱିକେଟ୍‌ ହରାଇ ୩୬୫ ରନ୍‌ କରିବା ପରେ ପାଳି ଘୋଷଣା କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story