ସିଡନୀ ଦିନିକିଆ: ଭାରତ ଆଗରେ ୩୩୧ ରନର ବିଜୟ ଟାର୍ଗେଟ୍

ସିଡନୀ: ଆଜି ଭାରତ-ଅଷ୍ଟ୍ରେଲିଆ ଦିନିକିଆ କ୍ରିକେଟ୍ ସିରିଜର ପଞ୍ଚମ ତଥା ଅନ୍ତିମ ମୁକାବିଲା ଆରମ୍ଭ ହୋଇଛି। ଟସ୍ ଜିଣି ଭାରତ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଅଷ୍ଟ୍ରେଲିଆ ୭ ୱିକେଟ୍ ହରାଇ  ୩୩୦ ରନ୍ କରିଛି। ଭାରତ ଆଗରେ ୩୩୧ ରନର ଟାର୍ଗେଟ୍ ଦେଇଛି ଦଳ। ଅଷ୍ଟ୍ରେଲିଆ ପକ୍ଷରୁ ଓପନର୍ ଡାଭିଡ୍ ୱାର୍ଣ୍ଣର୍ ୧୧୩ଟି ବଲରୁ ୯ଟି ଚୌକା ଓ ୩ଟି ଛକା ସହାୟତାରେ ସର୍ବାଧିକ ୧୨୨ରନ୍ କରିଛନ୍ତି। ସେହିପରି ମିଚେଲ୍ ମାର୍ଶ ଅପରାଜିତ ରହି ୮୪ଟି ବଲରୁ ୧୦୨ ରନ୍ ସଂଗ୍ରହ କରିଛନ୍ତି। ସେହିପରି ମାଥ୍ୟୁ ୱାଡେ ୩୬ ରନ୍ କରିଥିବା ବେଳେ ଅଧିନାୟକ ଷ୍ଟିଭ୍ ସ୍ମିଥ୍ ୨୮ ରନ୍ କରିଥିଲେ।

ଭାରତ ପକ୍ଷରୁ ଇଶାନ୍ତ ଶର୍ମା ଓ ଯଶପ୍ରୀତ ୨ଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ ଉମେଶ ଯାଦବ ଓ ଋଷି ଧାୱନ୍  ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି। ଆଜିର ମ୍ୟାଚରେ ଭାରତୀୟ ଟିମରେ ଦୁଇଟି ପରିବର୍ତ୍ତନ ହୋଇଛି।  ରାହାଣେ ଓ ଭୁବନେଶ୍ୱର କୁମାରଙ୍କୁ ବିଶ୍ରାମ ଦିଆଯାଇଛି। ତାଙ୍କ ସ୍ଥାନରେ ଜସପ୍ରୀତ ବୁମରା ଓ ମନୀଷ ପାଣ୍ଡେଙ୍କୁ ସାମିଲ କରାଯାଇଛି।

 

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।