ବାଂଲାଦେଶ ବିପକ୍ଷ ଟେଷ୍ଟ: ଭାରତ ୩୫୬/୩

ହାଇଦ୍ରାବାଦ୍‌: ଆଜିଠାରୁ ହାଇଦ୍ରାବାଦ୍‌ରେ ଆରମ୍ଭ ହୋଇଥିବା ବାଂଲାଦେଶ ବିପକ୍ଷ ଏକମାତ୍ର ଟେଷ୍ଟରେ ଭାରତର ଆରମ୍ଭ ଦମଦାର ହୋଇଛି। ଦୁଇ ଭାରତୀୟଙ୍କ ଶତକ ବଳରେ ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଦଳ ୩ ୱିକେଟ୍‌ ହରାଇ ୩୫୬ ରନ୍‌ ସଂଗ୍ରହ କରିଛି।

ମୂରଲି ବିଜୟ ୧୦୮ ରନ୍‌ କରି ଆଉଟ୍‌ ହୋଇଛନ୍ତି। ଲୋକେଶ ରାହୁଲ ୨ ଏବଂ ଚେତେଶ୍ୱର ପୂଜାରା ୮୩ ରନ୍‌ କରି ଆଉଟ୍‌ ହୋଇଛନ୍ତି। ଅଧିନାୟକ ବିରାଟ କୋହଲି ୧୧୧ ଏବଂ  ଆଜିଙ୍କ୍ୟ ରାହାଣେ ୪୫ ରନ୍‌ କରି ଅପରାଜିତ ଅଛନ୍ତି।

ବାଂଲାଦେଶ ପକ୍ଷରୁ ଟି. ଅହମ୍ମଦ, ଏମ୍‌. ହସନ୍‌ ଏବଂ ଟି. ଇସଲାମ ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି।

ଭାରତ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା।