ଜାପାନକୁ ହରାଇ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ରାଉଣ୍ଡରେ ଭାରତ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫଆଇଏଚ୍ ପୁରୁଷ ସିରିଜ୍ ଫାଇନାଲ୍ସରେ ଆୟୋଜକ ଭାରତୀୟ ପୁରୁଷ ହକି ଟିମ୍ ବିଜୟଧାରା ଅବ୍ୟାହତ ରଖି ଫାଇନାଲରେ ପ୍ରବେଶ କରି ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ରାଉଣ୍ଡରେ ସ୍ଥାନ ପକ୍କା କରିଛି। ଶୁକ୍ରବାର ଭାରତ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ଜାପାନକୁ ଏକତରଫା ଭାବେ ୭-୨ ଗୋଲରେ ପରାସ୍ତ କରି ଏହି ସଫଳତା ଅର୍ଜନ କରିଛି। ପରାଜୟ ସତ୍ତ୍ୱେ ଜାପାନର ଅଲିମ୍ପିକ୍ସକୁ ଯୋଗ୍ୟତା କରିଛି। କାରଣ ଆୟୋଜକ ଦେଶ ଭାବେ ଜାପାନ ସିଧାସଳଖ ଅଲିମ୍ପିକ୍ସକୁ କ୍ୱାଲିଫାଏ […]

hockey

hockey

Hemant Lenka
  • Published: Friday, 14 June 2019
  • Updated: 14 June 2019, 09:16 PM IST

Sports

Latest News

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫଆଇଏଚ୍ ପୁରୁଷ ସିରିଜ୍ ଫାଇନାଲ୍ସରେ ଆୟୋଜକ ଭାରତୀୟ ପୁରୁଷ ହକି ଟିମ୍ ବିଜୟଧାରା ଅବ୍ୟାହତ ରଖି ଫାଇନାଲରେ ପ୍ରବେଶ କରି ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ରାଉଣ୍ଡରେ ସ୍ଥାନ ପକ୍କା କରିଛି।

ଶୁକ୍ରବାର ଭାରତ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ଜାପାନକୁ ଏକତରଫା ଭାବେ ୭-୨ ଗୋଲରେ ପରାସ୍ତ କରି ଏହି ସଫଳତା ଅର୍ଜନ କରିଛି। ପରାଜୟ ସତ୍ତ୍ୱେ ଜାପାନର ଅଲିମ୍ପିକ୍ସକୁ ଯୋଗ୍ୟତା କରିଛି। କାରଣ ଆୟୋଜକ ଦେଶ ଭାବେ ଜାପାନ ସିଧାସଳଖ ଅଲିମ୍ପିକ୍ସକୁ କ୍ୱାଲିଫାଏ କରିଛି।

ଆଜି ମ୍ୟାଚରେ ଭାରତ ପକ୍ଷରୁ ରମନଦୀପ ସିଂହ (୨୩ତମ, ୩୭ତମ) ଦୁଇଟି, ହରମନପ୍ରୀତ ସିଂହ (ସପ୍ତମ), ବରୁନ୍ କୁମାର (୧୪ତମ), ହାର୍ଦ୍ଦିକ ସିଂହ (୨୫ତମ), ଗୁରସାହିବଜିତ୍ ସିଂହ (୪୩ତମ), ବିବେକ ପ୍ରସାଦ (୪୭ତମ) ଗୋଟିଏ ଲେଖାଏ ଗୋଲ୍ ଦେଇଛନ୍ତି। ଶନିବାର ହେବାକୁଥିବା ଟୁର୍ଣ୍ଣାମେଣ୍ଟର ଫାଇନାଲରେ ଭାରତର ସାମ୍ନା ଦକ୍ଷିଣ ଆଫ୍ରିକା ସହ ହେବ। ଦକ୍ଷିଣ ଆଫ୍ରିକା ସେମିରେ ଆମେରିକାକୁ ୨-୧ ଗୋଲରେ ପରାସ୍ତ କରି ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ରାଉଣ୍ଡରେ ସ୍ଥାନ ହାସଲ କରିଛି।

ଏହି ମ୍ୟାଚରେ ଭାରତ ଆରମ୍ଭରୁ ଗୋଲ୍ ଖାଇ ଚାପର ଶିକାର ହୋଇଥିଲା। ମ୍ୟାଚର ଦ୍ୱିତୀୟ ମିନିଟରେ ଜାପାନର କେଞ୍ଜି କିତାତାତୋ ଗୋଟିଏ ଗୋଲ୍ ଦେଇ ନିଜ ଟିମକୁ ୧-୦ରେ ଆଗୁଆ କରାଇଥିଲେ। କିନ୍ତୁ ପାଞ୍ଚ ମିନିଟ୍ ପରେ ହରମନପ୍ରୀତ ଏକ ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରି ସ୍କୋରକୁ ୧-୧ରେ ବରାବର ସ୍ଥିତିକୁ ଆଣିଥିଲେ। ଏହା ବରୁନ୍ କୁମାର ଆଉ ଏକ ପେନାଲ୍ଟି କର୍ଣ୍ଣରରେ ଗୋଲ୍ ଦେଇ ଭାରତକୁ ୨-୧ରେ ଆଗୁଆ କରାଇଥିଲେ।

ପ୍ରଥମ କ୍ୱାର୍ଟର୍ ଭଳି ଦ୍ୱିତୀୟ କ୍ୱାର୍ଟରରେ ମଧ୍ୟ ଭାରତ ଦୁଇଟି ଏବଂ ଜାପାନ ଗୋଟିଏ ଗୋଲ୍ ଦେଇଥିଲା। ୨୦ତମ ମିନିଟରେ କୋଟା ୱାଟାନାବେ ଫିଲ୍ଡ ଗୋଲ୍ ଦେଇ ମ୍ୟାଚକୁ ୨-୨ରେ ବରାବର କରିଥିଲେ। କିନ୍ତୁ ଏହା ପରେ ଆଉ ଜାପାନ ମ୍ୟାଚକୁ ଫେରିପାରି ନଥିଲା। ୨୩ତମ ମିନିଟରେ ରମନଦୀପ ସିଂହଙ୍କ ଗୋଲ୍ ଦ୍ୱାରା ଭାରତ ମ୍ୟାଚରେ ପୁଣିଥରେ ଆଗୁଆ ହୋଇଥିଲା। ଦୁଇ ମିନିଟ୍ ପରେ ହାର୍ଦ୍ଦିକ ଆଉ ଏକ ଗୋଲ୍ ଦେଇ ଭାରତର ସ୍କୋରକୁ ୪-୨ରେ ପହଞ୍ଚାଇଥିଲେ। ଏଥିସହ ପ୍ରଥମାର୍ଦ୍ଧ ଖେଳ ଶେଷ ସୁଦ୍ଧା ଭାରତ ଦୁଇଟି ଗୋଲ୍ ବ୍ୟବଧାନରେ ଆଗୁଆ ରହିଥିଲା।

ତୃତୀୟ କ୍ୱାର୍ଟରରେ ଭାରତକୁ ମାତ୍ର ଦୁଇଟି ସଫଳତା ମିଳିଥିଲା। ୩୭ତମ ମିନିଟରେ ଏକ ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରି ରମନଦୀପ ଭାରତକୁ ୫-୨ରେ ଆଗୁଆ କରାଇଥିବା ବେଳେ ୪୩ତମ ମିନିଟରେ ଗୁରସାହିବଜିତ୍ ଷଷ୍ଠ ଗୋଲ୍ ସ୍କୋର କରିଥିଲେ। ଅନ୍ତିମ କ୍ୱାର୍ଟର୍ ଆରମ୍ଭରୁ ଭାରତ ଗୋଟିଏ ଗୋଲ୍ ଦେବାରେ ସଫଳ ହୋଇଥିଲା। ୪୭ତମ ମିନିଟରେ ବିବେକ ପ୍ରସାଦ ଫିଲ୍ଡ ଗୋଲ୍ ଦେଇଥିଲେ। ଏହା ପରେ ମ୍ୟାଚର ଶେଷ ୧୩ ମିନିଟରେ କୌଣସି ଗୋଲ୍ ହୋଇନଥିଲା ଏବଂ ଭାରତ ମୁକାବିଲାକୁ ୭-୨ରେ ଜିତି ନେଇଥିଲା।

ଏହା ପୂର୍ବରୁ ଖେଳାଯାଇଥିବା ପ୍ରଥମ ସେମିଫାଇନାଲରେ ନିକୋଲାସ ସ୍ପୁନରଙ୍କ ଶେଷ ମିନିଟ୍ ଗୋଲ୍ ବଳରେ ଦକ୍ଷିଣ ଆଫ୍ରିକା ୨-୧ରେ ଆମେରିକାକୁ ପରାସ୍ତ କରି ଫାଇନାଲରେ ସ୍ଥାନ ହାସଲ କରିଛି। ଆମେରିକାର ଆକି କେପେଲର୍ ୧୫ତମ ମିନିଟରେ ଗୋଲ୍ ଦେଇ ନିଜ ଟିମକୁ ଆଗୁଆ କରାଇଥିଲେ। କିନ୍ତୁ ୪୨ତମ ମିନିଟରେ ଅଷ୍ଟିନ୍ ସ୍ମିଥ୍ ଗୋଲ୍ ପରିଶୋଧ କରି ମ୍ୟାଚକୁ ୧-୧ରେ ବରାବର କରିଥିଲେ। ୬୦ମତମ ମିନିଟରେ ନିକୋଲାସ ଦକ୍ଷିଣ ଆଫ୍ରିକା ପାଇଁ ବିଜୟସୂଚକ ଗୋଲ୍ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story