୨୦୧୪ରୁ ଆଇସିସି ଟୁର୍ଣ୍ଣାମେଣ୍ଟରେ ଭାରତର ବିପର୍ଯ୍ୟୟ: ୮ରୁ ୮ରେ ବିଦା

ନୂଆଦିଲ୍ଲୀ: ପୁଣି ଏକ ଆଇସିସି ଟୁର୍ଣ୍ଣାମେଣ୍ଟରେ ଭାରତୀୟ କ୍ରିକେଟ ଟିମ୍‌ ଟ୍ରଫିର ନିକଟବର୍ତ୍ତୀ ହୋଇ ଫେଲ ମାରିଛି। ଭାରତୀୟ ପୁରୁଷଙ୍କ ଭଳି ଭାରତୀୟ ମହିଳା କ୍ରିକେଟ ଟିମ୍‌ର ବି ଟି-୨୦ ବିଶ୍ୱକପ ଟ୍ରଫି ଜିତିବା ସ୍ୱପ୍ନ ଅଧୁରା ରହିଯାଇଛି। ୨୦୧୪ରୁ ଉଭୟ ପୁରୁଷ ଓ ମହିଳା ଟିମ୍‌ କୌଣସି ବି ଆଇସିସି ଟୁର୍ଣ୍ଣାମେଣ୍ଟର ବଡ଼ ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କରିପାରିନାହାନ୍ତି। ପୁରୁଷ ଓ ମହିଳା ଟିମ୍‌ ୨୦୧୪ରୁ ଆଜିର ତାରିଖ ମଧ୍ୟରେ ଆଇସିସି ଟୁର୍ଣ୍ଣାମେଣ୍ଟର ୮ଟି ନକଆଉଟ […]

r

r

Hemant Lenka
  • Published: Monday, 09 March 2020
  • Updated: 09 March 2020, 06:35 PM IST

Sports

Latest News

ନୂଆଦିଲ୍ଲୀ: ପୁଣି ଏକ ଆଇସିସି ଟୁର୍ଣ୍ଣାମେଣ୍ଟରେ ଭାରତୀୟ କ୍ରିକେଟ ଟିମ୍‌ ଟ୍ରଫିର ନିକଟବର୍ତ୍ତୀ ହୋଇ ଫେଲ ମାରିଛି। ଭାରତୀୟ ପୁରୁଷଙ୍କ ଭଳି ଭାରତୀୟ ମହିଳା କ୍ରିକେଟ ଟିମ୍‌ର ବି ଟି-୨୦ ବିଶ୍ୱକପ ଟ୍ରଫି ଜିତିବା ସ୍ୱପ୍ନ ଅଧୁରା ରହିଯାଇଛି।

୨୦୧୪ରୁ ଉଭୟ ପୁରୁଷ ଓ ମହିଳା ଟିମ୍‌ କୌଣସି ବି ଆଇସିସି ଟୁର୍ଣ୍ଣାମେଣ୍ଟର ବଡ଼ ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କରିପାରିନାହାନ୍ତି। ପୁରୁଷ ଓ ମହିଳା ଟିମ୍‌ ୨୦୧୪ରୁ ଆଜିର ତାରିଖ ମଧ୍ୟରେ ଆଇସିସି ଟୁର୍ଣ୍ଣାମେଣ୍ଟର ୮ଟି ନକଆଉଟ ମ୍ୟାଚ୍‌ ଖେଳିଥିବା ବେଳେ ୮ଟି ଯାକରେ ପରାସ୍ତ ହୋଇଛନ୍ତି।

୨୦୧୩ରେ ଭାରତୀୟ ପୁରୁଷ ଟିମ୍‌ ଚାମ୍ପିୟନ୍ସ ଟ୍ରଫି ଜିତିଥିଲା। ତା’ ପରଠାରୁ ଉଭୟ ପୁରୁଷ ଓ ମହିଳା ଟିମ୍‌ ଆଇସିସି ଟୁର୍ଣ୍ଣାମେଣ୍ଟର ଲିଗ ପର୍ଯ୍ୟାୟରେ ଭଲ ପ୍ରଦର୍ଶନ କରୁଥିଲେ ହେଁ ନକଆଉଟ ମ୍ୟାଚ୍‌ରେ ଚାପକୁ ହ୍ୟାଣ୍ଡେଲ ନ କରିପାରି ବିଦା ହେଉଛନ୍ତି।

ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱରେ ଭାରତ ୨୦୧୩ରେ ଚାମ୍ପିୟନ୍ସ ଟ୍ରଫି ଜିତିଥିଲା। ଏହାପରେ ଭାରତ ୨ ଥର ଫାଇନାଲ(୨୦୧୪ ବିଶ୍ୱକପ ଟି-୨୦ ଓ ୨୦୧୭ ଚାମ୍ପିୟନ୍ସ ଟ୍ରଫି) ଓ ୩ଥର ସେମିଫାଇନାଲ(୨୦୧୫ ବିଶ୍ୱକପ, ୨୦୧୬ ବିଶ୍ୱକପ ଟି-୨୦ ଓ ୨୦୧୯ ବିଶ୍ୱକପ)ରେ ପ୍ରବେଶ କରିଥିଲା।

ହେଲେ ସବୁଥିରେ ଦଳ ପରାସ୍ତ ହୋଇଛି। ଅନ୍ୟପକ୍ଷରେ ଭାରତୀୟ ମହିଳା ଦଳ ଇତି ମଧ୍ୟରେ ୨ଟି ଫାଇନାଲ (୨୦୧୭ ଦିନିକିଆ ବିଶ୍ୱକପ ଓ ୨୦୨୦ ଟି-୨୦ ବିଶ୍ୱକପ)ରେ ପ୍ରବେଶ କରିଥିଲା। ହେଲେ ୨ଟି ଯାକ ମ୍ୟାଚ୍‌ରେ ଦଳ ପରାଜୟର ସମ୍ମୁଖୀନ ହୋଇଛି। ୨୦୧୮ ଟି-୨୦ ବିଶ୍ୱକପ ସେମି ଫାଇନାଲରେ ଦଳ ପ୍ରବେଶ କରିଥିଲେ ହେଁ ଭାରତକୁ ନିରାଶ ହେବାକୁ ପଡ଼ିଥିଲା।

୨୦୧୪ ଟି-୨୦ ବିଶ୍ୱକପ ଫାଇନାଲ

୨୦୧୧ ଦିନିକିଆ ବିଶ୍ୱକପ ଭଳି ୨୦୧୪ ଟି-୨୦ ବିଶ୍ୱକପ ଫାଇନାଲରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଟ୍ରଫି ପାଇଁ ଟକ୍କର ହୋଇଥିଲା। ଚାମ୍ପିୟନ୍ସ ଟ୍ରଫି ଜିତି ଫେରିଥିବା ଭାରତ ପାଇଁ ବିରାଟ କୋହଲି ୭୭ ରନ୍‌ର ଇନିଂସ୍‌ ଖେଳିଥିଲେ। ହେଲେ ଯୁବରାଜ ସିଂହ ଠିକଣା ସମୟରେ ରନ୍ ସଂଗ୍ରହ ନ କରିବାରୁ ଦଳ ବଡ଼ ସ୍କୋର କରିପାରି ନଥିଲା। ଶ୍ରୀଲଙ୍କା ଏହି ମ୍ୟାଚରେ ଭାରତକୁ ହରାଇ ପ୍ରଥମଥର ପାଇଁ ଟି-୨୦ ବିଶ୍ୱକପ ଜିତିଥିଲା।

୨୦୧୫ ଦିନିକିଆ ବିଶ୍ୱକପ ସେମି ଫାଇନାଲ

ଡିଫେଣ୍ଡିଂ ଚାମ୍ପିୟନ ଭାରତ ପ୍ରଥମେ ବୋଲିଂ କରିଥିଲା। ହେଲେ କଙ୍ଗାରୁ ଟିମ୍‌ ଜବରଦସ୍ତ ବ୍ୟାଟିଂ କରି ୩୨୮ ରନ୍‌ର ବିଶାଳ ଟାର୍ଗେଟ ସେଟ୍‌ କରିଥିଲା। ଷ୍ଟିଭ ସ୍ମିଥ ୧୦୫ ରନ୍‌ର ଇନିଂସ ଖେଳିଥିଲେ। ଏହାର ଜବାବରେ ମିଚେଲ ଜନସନଙ୍କ ଘାତକ ବୋଲିଂରେ ଭାରତ ଚିତପଟାଙ୍ଗ ମାରି ୨୩୩ରେ ସୀମିତ ରହିଥିଲା।

୨୦୧୬ ଟି-୨୦ ବିଶ୍ୱକପ ସେମି ଫାଇନାଲ

ଘରୋଇ ମାଟିରେ ବିଶ୍ୱକପ ଜିତିବା ସ୍ୱପ୍ନ ଭାରତର ପୂରଣ ହେବ ବୋଲି ଆଶା କରାଯାଉଥିଲା। ଏପରି କି ଦଳ ଅଷ୍ଟ୍ରେଲିଆକୁ ହରାଇ ସେମି ଫାଇନାଲରେ ପ୍ରବେଶ କରିଥିଲା। ସେମି ଫାଇନାଲରେ ଦଳ ୧୯୨ ରନ୍‌ ବିଶାଳ ଟାର୍ଗେଟ ୱେଷ୍ଟଇଣ୍ଡିଜକୁ ଦେଇଥିଲା। ହେଲେ ଲେଣ୍ଡେଲ ସିମନ୍ସଙ୍କ ଦମଦାର ବ୍ୟାଟିଂ ଆଗରେ ଭାରତୀୟ ବୋଲର ସଂପୂର୍ଣ୍ଣ ଫିକା ପଡ଼ି ଯାଇଥିଲେ। ଫଳରେ ଭାରତକୁ ବିଦା ହେବାକୁ ପଡ଼ିଥିଲା।

୨୦୧୭ ଚାମ୍ପିୟନ୍ସ ଟ୍ରଫି ଫାଇନାଲ

ପୁଣି ଗୋଟିଏ ଆଇସିସି ଟୁର୍ଣ୍ଣାମେଣ୍ଟରେ ଭାରତ ଟ୍ରଫି ଜିତିବାର ନିକଟବର୍ତ୍ତୀ ହୋଇଥିଲା। ଏହି ଫାଇନାଲରେ ଭାରତର ମୁକାବିଲା ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ସହ ହୋଇଥିଲା। ଲିଗ୍‌ ପର୍ଯ୍ୟାୟରେ ପାକିସ୍ତାନକୁ ହରାଇଥିବାରୁ ଭାରତ ଟ୍ରଫି ଜିତିବ ବୋଲି ସମସ୍ତେ ଆଶା କରିଥିଲେ।

ହେଲେ ନକଆଉଟ୍‌ ପର୍ଯ୍ୟାୟର ଚାପ ଭାରତ ଉପରେ ଦେଖିବାକୁ ମିଳିଥିଲା। ଆରମ୍ଭରୁ ପାକିସ୍ତାନର ପଖର ଜମାନ ଭାରତୀୟ ବୋଲରଙ୍କ ଉପରେ କଡ଼ା ପ୍ରହାର କରିଥିଲେ। ଜମାନଙ୍କ ୧୧୪ ରନ୍‌ ବଳରେ ପାକିସ୍ତାନ ୫୦ ଓଭରରେ ୪ ୱିକେଟ ହରାଇ ୩୩୮ ରନ୍‌ କରିଥିଲା।

ବିଶାଳ ଟାର୍ଗେଟର ଚାପ ଭାରତୀୟ ବ୍ୟାଟସମ୍ୟାନ ଅନୁଭବ କରିଥିଲେ। ବିରାଟ, ରୋହିତ ଓ ଧୱନ କେହି ବି ପାକ୍‌ ବୋଲରଙ୍କ ଆଗରେ ତିଷ୍ଠି ପାରି ନଥିଲେ। ଶେଷରେ ଦଳ ପାକିସ୍ତାନ ଠାରୁ ୧୮୦ ରନ୍‌ରେ ପରାସ୍ତ ହୋଇଥିଲା।

୨୦୧୯ ଦିନିକିଆ ବିଶ୍ୱକପ ସେମି ଫାଇନାଲ

ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟିମ୍‌ ଇଣ୍ଡିଆ ୨୦୧୯ ବିଶ୍ୱକପ ସେମି ଫାଇନାଲ ଖେଳିବା ପୂର୍ବରୁ କେବଳ ଇଂଲଣ୍ଡ ଠାରୁ ହାରିଥିଲା। ସେମି ଫାଇନାଲରେ ଦଳ ନ୍ୟୁଜିଲ୍ୟାଣ୍ଡକୁ ଭେଟିଥିବାରୁ ଏଥର ଲର୍ଡସରେ ଭାରତୀୟ ଟିମ୍‌ ଫାଇନାଲ ଖେଳିବ ବୋଲି ସମସ୍ତେ ଆଶା କରିଥିଲେ। ବର୍ଷା ପାଇଁ ମ୍ୟାଚ୍‌ ୨ ଦିନ ଯାଏ ଖେଳା ଯାଇଥିଲା। ହେଲେ ନ୍ୟୁଜିଲ୍ୟାଣ୍ଡ ଆଗରେ ଭାରତୀୟ ବ୍ୟାଟସମ୍ୟାନମାନେ ଆତ୍ମସମର୍ପଣ କରି ଦେଇଥିଲେ। ପ୍ରଥମ ୪ ଓଭରରେ ଦଳ ଟପ୍‌ ୩ ବ୍ୟାଟସମ୍ୟାନଙ୍କୁ ହରାଇଥିଲା। ଧୋନି ଓ ଜାଡେଜା ଲଢ଼େଇ କରିଥିଲେ ହେଁ ଭାରତକୁ ବାହାରର ରାସ୍ତା ଦେଖିବାକୁ ପଡ଼ିଥିଲା।

୨୦୧୭ ଦିନିକିଆ ମହିଳା ବିଶ୍ୱକପ ଫାଇନାଲ

ସବୁଠାରୁ ଦୁଃଖଦ ପରାଜୟ ଭାରତୀୟ ମହିଳା ଦଳ ୨୦୧୭ ଦିନିକିଆ ବିଶ୍ୱକପ ଫାଇନାଲରେ ସାମ୍ନା କରିଥିଲା। ଇଂଲଣ୍ଡ ଦେଇଥିବା ୨୨୯ ରନ୍‌ର ଟାର୍ଗେଟ ପିଛା କରୁଥିବା ଭାରତ ଏକଦା ୩ ୱିକେଟ ହରାଇ ୧୯୧ ରନ୍‌ କରି ଦେଇଥିଲା। ପୁନମ ରାଉତ ମଧ୍ୟ ୮୬ ରନ୍‌ର ଚମତ୍କାର ଇନିଂସ ଖେଳିଥିଲେ।

ଜଣାପଡ଼ୁଥିଲା ଯେ ଭାରତ ବିଶ୍ୱକପ ଜିତିବ। ହେଲେ ଦଳ ୨୮ ରନ୍‌ରେ ୭ ୱିକେଟ ହରାଇ ଇଂଲଣ୍ଡଠାରୁ ୯ ରନ୍‌ରେ ପରାଜୟ ବରଣ କରିଥିଲା।

୨୦୧୮ ମହିଳା ଟି-୨୦ ବିଶ୍ୱକପ ସେମି ଫାଇନାଲ

ପୁଣିଥରେ ଇଂଲଣ୍ଡ ଭାରତୀୟ ଟିମ୍‌ର ହୃଦୟ ଭାଙ୍ଗି ଦେଇଥିଲା। ବଡ଼ ମ୍ୟାଚ୍‌ର ଚାପ ପୁଣିଥରେ ଭାରତକୁ ଘାଇଲା କରିଥିଲା। ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ଏକଦା ୨ ୱିକେଟ ହରାଇ ୮୯ ରନ୍‌ କରିଥିଲା। ଲାଗୁଥିଲା ଏକ ବଡ଼ ସ୍କୋର ଦେଖିବାକୁ ମିଳିବ। ହେଲେ ଚାପର ବଶବର୍ତ୍ତୀ ହୋଇ ଦଳ ୨୩ ରନ୍‌ରେ ୮ଟି ୱିକେଟ ହରାଇ ମାତ୍ର ୧୧୨ ରନ୍‌ କରିଥିଲା। ଇଂଲଣ୍ଡ ୧୭ ବଲ ପୂର୍ବରୁ ମ୍ୟାଚ୍‌କୁ ଜିତି ଭାରତକୁ ବିଦା କରିଥିଲା।

୨୦୨୦ ଟି-୨୦ ମହିଳା ବିଶ୍ୱକପ ଫାଇନାଲ

ଟୁର୍ଣ୍ଣାମେଣ୍ଟରେ ଅପରାଜେୟ ଥିବା ଟିମ୍‌ ଇଣ୍ଡିଆ ଟ୍ରଫି ଜିତିବାର ପ୍ରବଳ ଦାବିଦାର ଥିଲା। ଅଷ୍ଟ୍ରେଲିଆକୁ ଗ୍ରୁପ୍‌ ପର୍ଯ୍ୟାୟରେ ହରାଇଥିବା ଭାରତ ପୁଣିଥରେ ଫାଇନାଲରେ କମାଲ କରିବ ବୋଲି ଆଶା କରାଯାଉଥିଲା। ହେଲେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ବିଶାଳ ୧୮୪ ରନ୍‌ କରି ଦେଇଥିଲା। ଏହାପରେ ଭାରତୀୟ ଟିମ୍‌ ୯୯ ରନ୍‌ ହିଁ କରିବାକୁ ସକ୍ଷମ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story