ମାଞ୍ଚେଷ୍ଟରରେ ଟିମ୍ ଇଣ୍ଡିଆର ମହାବିଜୟ

ମାଞ୍ଚେଷ୍ଟର: ବିଶ୍ୱକପରେ ପୁଣିଥରେ ପାକିସ୍ତାନକୁ ହରାଇଛି ଟିମ୍ ଇଣ୍ଡିଆ । ରବିବାର ଆଇସିସି ବିଶ୍ୱକପର ଦ୍ୱାଦଶ ସଂସ୍କରଣର ସବୁଠାରୁ ହାଇଭୋଲଟେଜ୍ ମୁକାବିଲାରେ ମୁହାଁମୁହିଁ ହୋଇଥିଲେ ଭାରତ ଓ ପାକିସ୍ତାନ । ଏହି ମହାମୁକାବିଲାରେ ଟିମ୍ ଇଣ୍ଡିଆ ଡିଏଲ୍ ନିୟମରେ ୮୯ ରନରେ ବିଜୟୀ ହୋଇଛି । ଏଥିସହ ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ଭାରତର ବିଜୟ ରେକର୍ଡ ୭-୦ରେ ପହଞ୍ଚିଛି । ପାକିସ୍ତାନ ସବୁ ବିଭାଗରେ ଭାରତଠାରୁ ପଛରେ ପଡ଼ି ମ୍ୟାଚରେ ପରାସ୍ତ ହୋଇଛି । ଓଲ୍ଡ ଟ୍ରାଫର୍ଡରେ […]

ind

ind

Hemant Lenka
  • Published: Monday, 17 June 2019
  • Updated: 17 June 2019, 12:22 AM IST

Sports

Latest News

ମାଞ୍ଚେଷ୍ଟର: ବିଶ୍ୱକପରେ ପୁଣିଥରେ ପାକିସ୍ତାନକୁ ହରାଇଛି ଟିମ୍ ଇଣ୍ଡିଆ । ରବିବାର ଆଇସିସି ବିଶ୍ୱକପର ଦ୍ୱାଦଶ ସଂସ୍କରଣର ସବୁଠାରୁ ହାଇଭୋଲଟେଜ୍ ମୁକାବିଲାରେ ମୁହାଁମୁହିଁ ହୋଇଥିଲେ ଭାରତ ଓ ପାକିସ୍ତାନ । ଏହି ମହାମୁକାବିଲାରେ ଟିମ୍ ଇଣ୍ଡିଆ ଡିଏଲ୍ ନିୟମରେ ୮୯ ରନରେ ବିଜୟୀ ହୋଇଛି । ଏଥିସହ ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ଭାରତର ବିଜୟ ରେକର୍ଡ ୭-୦ରେ ପହଞ୍ଚିଛି ।

ପାକିସ୍ତାନ ସବୁ ବିଭାଗରେ ଭାରତଠାରୁ ପଛରେ ପଡ଼ି ମ୍ୟାଚରେ ପରାସ୍ତ ହୋଇଛି । ଓଲ୍ଡ ଟ୍ରାଫର୍ଡରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଟିମ୍ ଇଣ୍ଡିଆ ନିର୍ଦ୍ଧାରିତ ୫୦ ଓଭରରେ ୫ ୱିକେଟ୍ ହରାଇ ୩୩୬ ରନ୍ କରିଥିଲା । ଭାରତ ପକ୍ଷରୁ ଭାଇସ୍ କ୍ୟାପଟେନ୍ ରୋହିତ୍ ଶର୍ମା ଓ କ୍ୟାପଟେନ୍ ବିରାଟ୍ କୋହଲି ପାକିସ୍ତାନ ବୋଲରଙ୍କୁ ନିର୍ମମ ପ୍ରହାର କରିଥିଲେ ।

ରୋହିତ ୧୧୩ ବଲରେ ୧୪ ଚୌକା ଓ ୩ ଛକା ସହ ୧୪୦ ଓ ବିରାଟ୍ ୬୫ ବଲରେ ୭ ଚୌକା ସହ ୭୭ ରନ୍ କରି ଆଉଟ୍ ହୋଇଥିଲେ । ଜବାବରେ ପାକିସ୍ତାନ ଆଗରେ ଡିଏଲ୍ ନିୟମ ଆଧାରରେ ୪୦ ଓଭରରେ ୩୦୨ ରନର ଟାର୍ଗେଟ୍ ରଖାଯାଇଥିଲା । ଏହାକୁ ପିଛା କରି ପାକିସ୍ତାନ ୬ ୱିକେଟ୍ ହରାଇ ୨୧୨ ରନ୍ କରିବାକୁ ସକ୍ଷମ ହୋଇଛି । ଶତକୀୟ ଇନିଂସ୍ ପାଇଁ ରୋହିତ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି ।

ଏହି ବିଶାଳ ଲକ୍ଷ୍ୟର ପିଛା କରୁଥିବା ପାକିସ୍ତାନକୁ ପ୍ରାରମ୍ଭିକ ଝଟକା ଲାଗିଥିଲା । ପାକିସ୍ତାନ ଇନିଂସର ପଞ୍ଚମ ଓଭରର ଚତୁର୍ଥ ବଲରେ ଭୁବନେଶ୍ୱର କୁମାର ଆହତ ହୋଇ ପ୍ୟାଭିଲିୟନ୍ ଫେରିଥିଲେ । ଓଭରର ବାକି ଦୁଇଟି ବଲ ପକାଇବାକୁ ଆସିଥିବା ଶଙ୍କର ନିଜର ପ୍ରଥମ ବିଶ୍ୱକପ୍ ବଲରେ ହିଁ ବଡ଼ ସଫଳତା ହାସଲ କରି ଓପ୍ନର ଇମାମ୍ ଉଲ୍-ହକ୍ (୭)ଙ୍କୁ ଏଲବିଡବ୍ଲ୍ୟୁ ଆଉଟ୍ କରିଥିଲେ ।

ଏହା ପରେ ଫକର ଜମାନ୍ ଓ ବାବର ଆଜମ ଧୈର୍ଯ୍ୟର ସହ ବ୍ୟାଟିଂ କରିଥିଲେ । ଦୁହେଁ ଧୀରେ ଧୀରେ ସ୍କୋରକୁ ଆଗକୁ ବଢ଼ାଇ ୨୧.୪ ଓଭରରେ ପାକିସ୍ତାନକୁ ୧୦୦ ରନରେ ପହଞ୍ଚାଇଥିଲେ । ଏହା ମଧ୍ୟରେ ଫକର ୫୯ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରି ସେଟ୍ ହୋଇସାରିଥିଲେ । ବାବର ମଧ୍ୟ ନିଜର ଫର୍ମ ଜାରି ରଖି ଅର୍ଦ୍ଧଶତକ ଅଭିମୁଖେ ଅଗ୍ରସର ହୋଇଥିଲେ । କିନ୍ତୁ ସେଟ୍ ଯୋଡ଼ିକୁ ଭାଙ୍ଗିଥିଲେ ଭାରତର ଚାଇନାମ୍ୟାନ୍ ସ୍ପିନର କୁଲଦୀପ ଯାଦବ । କୁଲଦୀପ ପ୍ରଥମେ ବାବର (୪୮)ଙ୍କୁ କ୍ଲିନ୍ ବୋଲ୍ଡ କରିଥିଲେ ।

କୁଲଦୀପ ନିଜର ପରବର୍ତ୍ତୀ ଓଭରରେ ଫକର (୬୨)ଙ୍କ ମୂଲ୍ୟବାନ୍ ୱିକେଟ୍ ପାଇଁ ଭାରତକୁ ମ୍ୟାଚରେ ପ୍ରତ୍ୟାବର୍ତ୍ତନ କରାଇଥିଲେ । ଏହା ପରେ ହାର୍ଦ୍ଦିକ ପାଣ୍ଡ୍ୟା ପାକିସ୍ତାନକୁ ଡବଲ୍ ଝଟକା ଦେଇଥିଲେ । ପାକ୍ ଇନିଂସର ୨୭ତମ ଓଭରର ପଞ୍ଚମ ଓ ଷଷ୍ଠ ବଲରେ ଯଥାକ୍ରମେ ହାର୍ଦ୍ଦିକ ମହମ୍ମଦ ହଫିଜ୍ (୯) ଓ ଶୋଏବ ମଲିକ୍ (୦)ଙ୍କ ମୂଲ୍ୟବାନ୍ ୱିକେଟ୍ ନେଇଥିଲେ । ତେବେ ପାଣ୍ଡ୍ୟାଙ୍କ ହ୍ୟାଟ୍ରିକ୍ ବଲକୁ ପାକିସ୍ତାନ ଅଧିନାୟକ ସର୍ଫରାଜ ସର୍ତକତାର ସହ ଖେଳିଥିଲେ । କିନ୍ତୁ ସର୍ଫରାଜ ବେଶୀ ସମୟ କ୍ରିଜରେ ତିଷ୍ଠିପାରି ନଥିଲେ । ସେ ୧୨ ରନ୍ କରି ଶଙ୍କରଙ୍କ ବଲରେ କ୍ଲିନ୍ ବୋଲ୍ଡ ହୋଇଥିଲେ । ଏହା ପରେ ବର୍ଷାର ଆଗମନ ହୋଇଥିଲା ଏବଂ ମ୍ୟାଚ୍ ବନ୍ଦ ହୋଇଥିଲା । ବର୍ଷା ଛାଡ଼ିବା ପରେ ପାକିସ୍ତାନ ଆଗରେ ଶେଷ ୫ ଓଭରରେ ୧୩୬ ରନର ଅସମ୍ଭବ ଟାର୍ଗେଟ୍ ରଖାଯାଇଥିଲା । ପାକିସ୍ତାନ ଆଉ ୪୬ ରନ୍ କରିବାକୁ ସକ୍ଷମ ହୋଇଥିଲା । ଇମାଦ ୱାସିମ୍ ୪୬ ଓ ଶଦାବ ଖାନ୍ ୨୦ ରନ୍ କରି ଅପରାଜିତ ଥିଲେ । ଭାରତ ପକ୍ଷରୁ ଶଙ୍କର, ହାର୍ଦ୍ଦିକ ଓ କୁଲଦୀପ ୨ଟି ଲେଖାଏ ୱିକେଟ୍ ନେଇଥିଲେ ।

ଏହା ପୂର୍ବରୁ ପାକିସ୍ତାନ କ୍ୟାପଟେନ୍ ସର୍ଫରାଜ ଅହମ୍ମଦ ପିଚକୁ ଅନୁଧ୍ୟାନ କରି ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ଟିମ୍ ଇଣ୍ଡିଆ ପକ୍ଷରୁ ରୋହିତ୍ ଓ ରାହୁଲ ଓପନ୍ କରିବାକୁ ଆସିଥିଲେ । ଦୁହେଁ ପାକିସ୍ତାନର ମୁଖ୍ୟ ଷ୍ଟ୍ରାଇକ୍ ବୋଲର ମହମ୍ମଦ ଆମୀରଙ୍କୁ ସତର୍କତାର ସହ ଖେଳିଥିଲେ । ଆମୀର ପିଚର ଫାଇଦା ଉଠାଇ ଚମତ୍କାର ସୁଇଂ ବୋଲିଂ କରିଥିଲେ । ସେ ବିଶେଷକରି ରାହୁଲଙ୍କୁ ନିଜ ସୁଇଂରେ ନଚାଇଥିଲେ । କିନ୍ତୁ ଅନ୍ୟପଟେ ଇନଫର୍ମ ଓପ୍ନର ରୋହିତ୍ ଶର୍ମା ଖୋଲା ଶଟ୍ ମାରି ଭାରତକୁ ଭଲ ଆରମ୍ଭ ଦେଇଥିଲେ ।

ଦୁହେଁ ପ୍ରଥମ ୧୦ ଓଭରରେ ଭାରତର ସ୍କୋରକୁ ୫୦ ରନରେ ପହଞ୍ଚାଇଥିଲେ । ଏହା ପରେ ରୋହିତ୍ ଆକ୍ରମଣ ଜାରି ରଖି ୩୪ ବଲରେ ଅର୍ଦ୍ଧଶତକ ପୂରଣ କରିଥିଲେ । ତାଙ୍କୁ ରାହୁଲ ଭରପୂର ସହଯୋଗ କରିଥିଲେ, ଯିଏ ୬୯ ବଲରେ ଧୈର୍ଯ୍ୟପୂର୍ଣ୍ଣ ଅର୍ଦ୍ଧଶତକ ହାସଲ କରିଥିଲେ । ଦୁହେଁ ୧୭.୩ ଓଭରରେ ଭାରତର ସ୍କୋରକୁ ୧୦୦ ରନରେ ପହଞ୍ଚାଇଥିଲେ । ଭାରତର ସ୍କୋର ୧୩୭ ଥିବା ବେଳେ ରାହୁଲ୍ ନିଜ ୱିକେଟ୍ ହରାଇ ବସିଥିଲେ । ତାଙ୍କୁ ୱହାବ ରିଆଜ ଆଉଟ୍ କରିଥିଲେ । ଆଉଟ୍ ହେବା ପୂର୍ବରୁ ସେ ୭୮ ବଲରେ ୩ ଚୌକା ଓ ୨ ଛକା ସହ ୫୭ ରନ୍ କରିଥିଲେ ।

ରାହୁଲଙ୍କ ସ୍ଥାନ ନେବାକୁ ଆସିଥିବା ଅଧିନାୟକ ବିରାଟ ଆରମ୍ଭରୁ ଧିମା ବ୍ୟାଟିଂ କରି ରୋହିତଙ୍କୁ ଷ୍ଟ୍ରାଇକ୍ ଦେବା ପାଇଁ ପ୍ରୟାସ କରିଥିଲେ । ରୋହିତ୍ ନିଜର ଆକ୍ରମଣାତ୍ମକ ବ୍ୟାଟିଂ କରି ୮୫ ବଲରେ କ୍ୟାରିୟରର ୨୪ତମ ଶତକ ପୂରଣ କରିଥିଲେ । ଦୁହେଁ ୩୪.୨ ଓଭରରେ ସ୍କୋର ୨୦୦ରେ ପହଞ୍ଚାଇଥିଲେ । ଦୁହେଁ ଦ୍ୱିତୀୟ ୱିକେଟ୍ ପାଇଁ ୯୮ ରନର ମହତ୍ତ୍ୱପୂର୍ଣ୍ଣ ଭାଗୀଦାରୀ କରି ଭାରତକୁ ବଡ଼ ସ୍କୋର ଅଭିମୁଖେ ନେଇଥିଲେ । ଟିମର ସ୍କୋର ୨୩୪ ଥିବା ବେଳେ ରୋହିତଙ୍କ ଦମଦାର ଇନିଂସରେ ବ୍ରେକ୍ ଲଗାଇଥିଲେ ହାସନ୍ ଅଲୀ । ରୋହିତଙ୍କ ଯିବା ପରେ ହାର୍ଦ୍ଦିକ ପାଣ୍ଡ୍ୟା ନିଜର ଚିରାଚରିତ ଢ଼ଙ୍ଗରେ ବ୍ୟାଟିଂ କରିଥିଲେ ଏବଂ ସ୍କୋରକୁ ୩୦୦ ନିକଟତର କରାଇଥିଲେ । ପାଣ୍ଡ୍ୟା ୧୯ ବଲରେ ୨ ଚୌକା ଓ ୧ ଛକା ସହ ୨୬ ରନ୍ କରିଥିବା ବେଳେ ମହମ୍ମଦ ଆମୀରଙ୍କ ବଲରେ ବାବର ଆଜମଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲା ।

ଏହା ପରେ ନିଜର ରେକର୍ଡ ମ୍ୟାଚ୍ ଖେଳୁଥିବା ମହେନ୍ଦ୍ର ସିଂହ ମାତ୍ର ୧ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ । ତାଙ୍କୁ ମଧ୍ୟ ଆମୀର ଆଉଟ୍ କରିଥିଲେ । ଭାରତର ସ୍କୋର ୪୬.୪ ଓଭରରେ ୩୦୫ ରନରେ ଥିବା ବେଳେ ବର୍ଷା ଆରମ୍ଭ ହୋଇଥିଲା, ଯେଉଁ କାରଣରୁ ପ୍ରାୟ ୪୫ ମିନିଟ୍ ଖେଳ ବନ୍ଦ ହୋଇଥିଲା । ଏହା ପରେ ଭାରତ ପୁନର୍ବାର ବ୍ୟାଟିଂ କରିଥିଲା, କିନ୍ତୁ ବାକି ୨୦ ବଲରେ ଭାରତ ମାତ୍ର ୩୧ ରନ୍ କରିବାକୁ ସକ୍ଷମ ହୋଇଥିଲା । ଶେଷଭାଗରେ ବିଜୟ ଶଙ୍କର ୧୫ ଓ କେଦାର ଯାଦବ ୯ ରନ୍ କରି ଅପରାଜିତ ଥିଲେ । ପାକିସ୍ତାନର ସଫଳ ବୋଲର ଭାବେ ମହମ୍ମଦ ଆମୀର ୪୭ ରନ୍ ଦେଇ ୩ଟି, ହାସନ୍ ଓ ରିଆଜ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story