ରିଓ ଅଲିମ୍ପିକ୍‌ ମହିଳା ହକି: ୬-୧ରେ ଅଷ୍ଟ୍ରେଲିଆଠାରୁ ହାରିଲା ଭାରତ

ରିଓ ଡି ଜେନେରିଓ: ଚଳିତ ରିଓ ଅଲିମ୍ପିକ୍‌ରେ ଭାରତୀୟ ମହିଳା ହକି ଦଳ ଦ୍ୱତୀୟ ଥର ପାଇଁ ପରାଜିତ ହୋଇଛି। ଦଳ ଆଜି ଅଷ୍ଟ୍ରେଲିଆଠାରୁ ଦଳ ୬-୧ରେ ପରାଜିତ ହୋଇଛି। ଅଷ୍ଟ୍ରେଲିଆ ଲାଗାତାର ଭାବେ ଗୋଲ ଦେଇ ଚାଲିଥିଲ। ଭାରତ ଶେଷ ବେଳକୁ ଗୋଟିଏ ମାତ୍ର ଗୋଲ ଦେବାରେ ସଫଳ ହୋଇଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ମାତ୍ର କ୍ୟାଥ୍ରିନ୍‌ ସ୍ଲାଟ୍ଟେରୀ (୫ମିନିଟ୍‌) ପ୍ରଥମ ଗୋଲ ଦେଇଥିବା ବେଳେ ଜି ମୋର୍ଗାନ୍‌ (୯ମିନିଟ୍‌)ରେ ଦ୍ୱିତୀୟ ଗୋଲ, ଜେନ୍‌ କ୍ଲାକ୍ସଟୋନ୍‌ (୩୫ […]

india-fails-in-rio

india-fails-in-rio

Rakesh Mallick
  • Published: Wednesday, 10 August 2016
  • Updated: 10 August 2016, 10:13 PM IST

Sports

Latest News

ରିଓ ଡି ଜେନେରିଓ: ଚଳିତ ରିଓ ଅଲିମ୍ପିକ୍‌ରେ ଭାରତୀୟ ମହିଳା ହକି ଦଳ ଦ୍ୱତୀୟ ଥର ପାଇଁ ପରାଜିତ ହୋଇଛି। ଦଳ ଆଜି ଅଷ୍ଟ୍ରେଲିଆଠାରୁ ଦଳ ୬-୧ରେ ପରାଜିତ ହୋଇଛି। ଅଷ୍ଟ୍ରେଲିଆ ଲାଗାତାର ଭାବେ ଗୋଲ ଦେଇ ଚାଲିଥିଲ। ଭାରତ ଶେଷ ବେଳକୁ ଗୋଟିଏ ମାତ୍ର ଗୋଲ ଦେବାରେ ସଫଳ ହୋଇଥିଲା।

ଅଷ୍ଟ୍ରେଲିଆ ପକ୍ଷରୁ ମାତ୍ର କ୍ୟାଥ୍ରିନ୍‌ ସ୍ଲାଟ୍ଟେରୀ (୫ମିନିଟ୍‌) ପ୍ରଥମ ଗୋଲ ଦେଇଥିବା ବେଳେ ଜି ମୋର୍ଗାନ୍‌ (୯ମିନିଟ୍‌)ରେ ଦ୍ୱିତୀୟ ଗୋଲ, ଜେନ୍‌ କ୍ଲାକ୍ସଟୋନ୍‌ (୩୫ ମିନିଟ୍‌)ରେ ତୃତୀୟ ଗୋଲ, ଜି ପାର୍କର (୩୬ ମିନିଟ୍‌)ରେ ଚତୁର୍ଥ ଗୋଲ ଓ ଜୋଡି କେନ୍ନୀ ( ୪୩ ଓ ୪୬ ମିନିଟ)ରେ ପଞ୍ଚମ ଓ ଷଷ୍ଠ ଗୋଲ ଦେଇଥିଲେ। ଭାରତ ପକ୍ଷରୁ ଅନୁରାଧା ଦେବୀ (୬୦ ମିନିଟ୍‌)ରେ ଏକ ମାତ୍ର ଗୋଲ ଦେଇଥିଲେ।

ଭାରତ ପ୍ରଥମ ମ୍ୟାଚ୍ ଜାପାନ ବିପକ୍ଷରେ ଖେଳି ୨-୨ରେ ଡ୍ର ରହିଥିଲା ବେଳେ ଦ୍ୱିତୀୟ ମ୍ୟାଚ୍‌ରେ ବ୍ରିଟେନ୍‌ ଠାରୁ ୩-୦ରେ ହାରି ଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos