ରିଓ ଅଲିମ୍ପିକ୍‌:ପରୁଷ ହକିରେ ୧-୨ରେ ନେଦରଲାଣ୍ଡଠାରୁ ହାରିଲା ଭାରତ

ରିଓ ଡି ଜେନେରିଓ:  ବ୍ରାଜିଲର ରିଓ ଡି ଜେନେରିଓରେ ଚାଲିଥିବା ଅଲିମ୍ପିକ୍‌ରେ ନେଦରଲାଣ୍ଡ ବିପକ୍ଷ ପୁଲ୍‌-ବି ମ୍ୟାଚ୍‌ରେ ୧-୨ରେ ହରାଯାଇଛି ଭାରତୀୟ ପୁରୁଷ ହକି ଦଳ। ନେଦରଲାଣ୍ଡର ରୋଜର ହୋପ୍‌ମାନ୍‌ (୩୨ମିନିଟ୍‌)ରେ ପ୍ରଥମ ଗୋଲ ଦେଇଥିବା ବେଳେ ଭାରତର ଭିଆର ରଘୁନାଥ (୩୮ମିନିଟ୍‌)ରେ ପ୍ରଥମ ଗୋଲ ଦେଇଥିଲେ। ମ୍ୟାଚ୍‌ ସ୍ଥିତି ୧-୧ରେ ରହିଥିଲା। କିନ୍ତୁ ନେଦରଲାଣ୍ଡର ଏମ୍‌.ଭିଡି ୱିର୍ଡିନ୍‌ (୫୪ ମିନଟ୍‌)ରେ ଆଉ ଏକ ଗୋଲ ଦେଇଥିଲେ। ନେଦରଲାଣ୍ଡର ୨-୧ରେ ଆଗୁଆ ରହିଥିଲା। ଶେଷ ବେଳକୁ ଭାରତକୁ […]

india team

india team

Rakesh Mallick
  • Published: Thursday, 11 August 2016
  • Updated: 11 August 2016, 09:57 PM IST

ରିଓ ଡି ଜେନେରିଓ:  ବ୍ରାଜିଲର ରିଓ ଡି ଜେନେରିଓରେ ଚାଲିଥିବା ଅଲିମ୍ପିକ୍‌ରେ ନେଦରଲାଣ୍ଡ ବିପକ୍ଷ ପୁଲ୍‌-ବି ମ୍ୟାଚ୍‌ରେ ୧-୨ରେ ହରାଯାଇଛି ଭାରତୀୟ ପୁରୁଷ ହକି ଦଳ।

ନେଦରଲାଣ୍ଡର ରୋଜର ହୋପ୍‌ମାନ୍‌ (୩୨ମିନିଟ୍‌)ରେ ପ୍ରଥମ ଗୋଲ ଦେଇଥିବା ବେଳେ ଭାରତର ଭିଆର ରଘୁନାଥ (୩୮ମିନିଟ୍‌)ରେ ପ୍ରଥମ ଗୋଲ ଦେଇଥିଲେ। ମ୍ୟାଚ୍‌ ସ୍ଥିତି ୧-୧ରେ ରହିଥିଲା। କିନ୍ତୁ ନେଦରଲାଣ୍ଡର ଏମ୍‌.ଭିଡି ୱିର୍ଡିନ୍‌ (୫୪ ମିନଟ୍‌)ରେ ଆଉ ଏକ ଗୋଲ ଦେଇଥିଲେ। ନେଦରଲାଣ୍ଡର ୨-୧ରେ ଆଗୁଆ ରହିଥିଲା। ଶେଷ ବେଳକୁ ଭାରତକୁ ଏକାଧିକ ପେନାଲ୍ଟି କର୍ଣ୍ଣର ମିଳିଥିଲେ ମଧ୍ୟ ଦଳ ଗୋଲ କରିବାରେ ସକ୍ଷମ ହୋଇପାରି ନ ଥିଲ।

ଏହି ପରାଜୟ ସହ ଭାରତ ୬ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଥିବା ବେଳେ ନେଦରଲାଣ୍ଡ ୧୦ ପଏଣ୍ଟ ସହ ଶୀର୍ଷରେ ରହିଛି।

ଭାରତ ଆଗମୀ ମ୍ୟାଚ୍‌ରେ କାନାଡାକୁ ଭେଟିବ। ଏହି ମ୍ୟାଚ୍‌ ନିର୍ଣ୍ଣାୟକ ହେବ। ଏହି ମ୍ୟାଚ୍‌ ଭାରତ ଜିତିଲେ ଅବା ଡ୍ର କଲେ କ୍ୱାର୍ଟର ଫାଇନାଲକୁ ଯାଇପାରିବ।

ଭାରତ ପ୍ରଥମ ମ୍ୟାଚ୍‌ରେ ଆୟର୍ଲାଣ୍ଡକୁ ୩-୨ ଗୋଲ୍‌ରେ ହରାଇଥିବା ବେଳେ ଦ୍ୱିତୀୟ ମ୍ୟାଚ୍‌ରେ ଜର୍ମାନୀଠାରୁ ୧-୨ରେ ହାରି ଯାଇଥିଲା। ତେବେ ଗତାକାଲି ତୃତୀୟ ମ୍ୟାଚ୍‌ରେ ଆର୍ଜେଣ୍ଟିନାକୁ ୨-୧ରେ ହରାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos