ଫେବୃଆରୀ ୨୨ରୁ ଭାରତ-ଇଂଲଣ୍ଡ ମହିଳା ଦିନିକିଆ ସିରିଜ୍‌, ମାର୍ଚ୍ଚ ୪ରୁ ଟି-୨୦

ନୂଆଦିଲ୍ଲୀ: ଭାରତ ଓ ଇଂଲଣ୍ଡ ମହିଳା ଦଳ ମଧ୍ୟରେ ଆରମ୍ଭ ହେବାକୁ ଥିବା ଦିନିକିଆ ଓ ଟି-୨୦ ପାଇଁ ଆଜି ବିସିସିଆଇ କାର୍ଯ୍ୟସୂଚୀ ଜାରି କରିଛି। ଇଂଲଣ୍ଡ ଭାରତ ଗସ୍ତରେ ଆସି ୩ଟି ଦିନିକିଆ ଓ ସମାନ ସଂଖ୍ୟକ ଟି-୨୦ ମ୍ୟାଚ୍‌ ଖେଳିବ। ପ୍ରଥମେ ଦିନିକିଆ ସିରିଜ୍‌ ଖେଳାଯିବ ଏବଂ ଏହାପରେ ଟି-୨୦ ଆରମ୍ଭ ହେବ। ପ୍ରଥମ ଦିନିକିଆ ଫେବୃଆରୀ ୨୨ରେ ଅନୁଷ୍ଠିତ ହେବ। ସେହିପରି ଦ୍ୱିତୀୟ ମ୍ୟାଚ୍‌ଟି ୨୫ ଓ ଶେଷ ମ୍ୟାଚ୍‌ଟି ୨୮ରେ ଖେଳାଯିବ। […]

uuu

uuu

Hemant Lenka
  • Published: Thursday, 17 January 2019
  • Updated: 17 January 2019, 08:55 PM IST

Sports

Latest News

ନୂଆଦିଲ୍ଲୀ: ଭାରତ ଓ ଇଂଲଣ୍ଡ ମହିଳା ଦଳ ମଧ୍ୟରେ ଆରମ୍ଭ ହେବାକୁ ଥିବା ଦିନିକିଆ ଓ ଟି-୨୦ ପାଇଁ ଆଜି ବିସିସିଆଇ କାର୍ଯ୍ୟସୂଚୀ ଜାରି କରିଛି। ଇଂଲଣ୍ଡ ଭାରତ ଗସ୍ତରେ ଆସି ୩ଟି ଦିନିକିଆ ଓ ସମାନ ସଂଖ୍ୟକ ଟି-୨୦ ମ୍ୟାଚ୍‌ ଖେଳିବ। ପ୍ରଥମେ ଦିନିକିଆ ସିରିଜ୍‌ ଖେଳାଯିବ ଏବଂ ଏହାପରେ ଟି-୨୦ ଆରମ୍ଭ ହେବ।

ପ୍ରଥମ ଦିନିକିଆ ଫେବୃଆରୀ ୨୨ରେ ଅନୁଷ୍ଠିତ ହେବ। ସେହିପରି ଦ୍ୱିତୀୟ ମ୍ୟାଚ୍‌ଟି ୨୫ ଓ ଶେଷ ମ୍ୟାଚ୍‌ଟି ୨୮ରେ ଖେଳାଯିବ। ଦିନିକିଆ ମ୍ୟାଚ୍‌ ସବୁ ମୁମ୍ବାଇରେ ହିଁ ଖେଳାଯିବ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି।

ମାର୍ଚ୍ଚ ୪ରୁ ଗୁହାଟୀରେ ୩ଟିକିଆ ଟି-୨୦ ସିରିଜ୍‌ ଆରମ୍ଭ ହେବ। ପ୍ରଥମ ମ୍ୟାଚ୍‌ ୪ ତାରିଖରେ ଥିବା ବେଳେ ଦ୍ୱିତୀୟ ମ୍ୟାଚ୍‌ଟି ୭ ତାରିଖ ଓ ଅନ୍ତିମ ମ୍ୟାଚ୍‌ଟି ୯ ତାରିଖରେ ଖେଳାଯିବ।

ଦିନିକିଆ ମ୍ୟାଚ୍‌ ଗୁଡ଼ିକ ସକାଳ ୯ଟା ଓ ଟି-୨୦ ମ୍ୟାଚ୍‌ ଗୁଡ଼ିକ ୧୦ଟା ବେଳେ ଆରମ୍ଭ ହେବ।

ଇଂଲଣ୍ଡ ସିରିଜ୍‌ ପୂର୍ବରୁ ଭାରତୀୟ ମହିଳା ଦଳ ନ୍ୟୁଜିଲ୍ୟାଣ୍ଡ ଯାଇ ସେଠାରେ ୩ଟି ଦିନିକିଆ ଓ ୩ଟି ଟ-୨୦ ଖେଳିବ। ଜାନୁଆରୀ ୨୪ରୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଦିନିକିଆ ସିରିଜ୍‌ ଆରମ୍ଭ ହେଉଥିବା ବେଳେ ଫେବୃଆରୀ ୧୦ରୁ ଟି-୨୦ ସିରିଜ୍‌ ଆରମ୍ଭ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos