କୋହଲି ଓ ଜାଡେଜା ବଞ୍ଚାଇ ଦେଲେ, ରାଜକୋଟ ଟେଷ୍ଟ ଡ୍ର’

ରାଜକୋଟ: ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ହାରୁ ହାରୁ ବଞ୍ଚିଗଲା ଟିମ୍ ଇଣ୍ଡିଆ। ଅଧିନାୟକ ବିରାଟ କୋହଲି ଓ ରବୀନ୍ଦ୍ର ଜାଡ଼େଜାଙ୍କ ଯୋଗୁଁ ଏହି ଟେଷ୍ଟ ମ୍ୟାଚ୍‌କୁ ଦଳ ଡ୍ର’ ରଖିବାରେ ସଫଳ ହୋଇଛି। ଇଂଲଣ୍ଡ ପ୍ରଥମ ଇନିଂସରେ ୫୩୭ ରନ୍ କରିଥିବା ବେଳେ ୨୬୦ ରନ୍ କରି ଦ୍ୱିତୀୟ ଇନିଂସ ଘୋଷଣା କରିଥିଲା। ଭାରତୀୟ ଦଳ ପ୍ରଥମ ଇନିଂସରେ ୪୮୮ ରନ୍ କରି ଅଲ୍‌ ଆଉଟ୍ ହୋଇଥିବା ବେଳେ ଆଜି ଦ୍ୱିତୀୟ ଇନିଂସ୍‌ରେ ଖେଳ ଶେଷ […]

team-india

team-india

Rakesh Mallick
  • Published: Sunday, 13 November 2016
  • Updated: 13 November 2016, 06:48 PM IST

Sports

Latest News

team-indiaରାଜକୋଟ: ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ହାରୁ ହାରୁ ବଞ୍ଚିଗଲା ଟିମ୍ ଇଣ୍ଡିଆ। ଅଧିନାୟକ ବିରାଟ କୋହଲି ଓ ରବୀନ୍ଦ୍ର ଜାଡ଼େଜାଙ୍କ ଯୋଗୁଁ ଏହି ଟେଷ୍ଟ ମ୍ୟାଚ୍‌କୁ ଦଳ ଡ୍ର’ ରଖିବାରେ ସଫଳ ହୋଇଛି।

ଇଂଲଣ୍ଡ ପ୍ରଥମ ଇନିଂସରେ ୫୩୭ ରନ୍ କରିଥିବା ବେଳେ ୨୬୦ ରନ୍ କରି ଦ୍ୱିତୀୟ ଇନିଂସ ଘୋଷଣା କରିଥିଲା। ଭାରତୀୟ ଦଳ ପ୍ରଥମ ଇନିଂସରେ ୪୮୮ ରନ୍ କରି ଅଲ୍‌ ଆଉଟ୍ ହୋଇଥିବା ବେଳେ ଆଜି ଦ୍ୱିତୀୟ ଇନିଂସ୍‌ରେ ଖେଳ ଶେଷ ସୁଦ୍ଧା ୬ ୱିକେଟ୍ ହରାଇ ୧୭୨ ରନ୍ କରିଥିଲା।

ଗତକାଲି ଭାରତୀୟ ଦଳ ପ୍ରଥମ ଇନିଂସରେ ୪୮୮ ରନ୍ କରି ଅଲ୍‌ ଆଉଟ୍‌ ହୋଇଯାଇଥିଲା। ଏହା ପରେ ଦ୍ୱିତୀୟ ଇନିଂସ ଆରମ୍ଭ କରିଥିବା ଇଂଲଣ୍ଡ ଦଳ ଆଜି ୨୬୦ ରନ୍ କରି ଇନିଂସ ଘୋଷଣା କରିଥିଲା। ଏହା ପରେ ବ୍ୟାଟିଂ କରିବାକୁ ଆସିଥିବା ଭାରତୀୟ ଦଳର ପ୍ରଥମରୁ ଖରାପ ଖେଳି ଥିଲା। ପ୍ରଥମ ଇନିଂସରେ ୨୯ ରନ୍ କରିଥିବା ଗୌତମ ଗମ୍ଭୀର ଦ୍ୱିତୀୟ ଇନିଂସରେ ଶୂନରେ ଆଉଟ୍ ହୋଇଥିଲେ। ଦ୍ୱିତୀୟ ଓଭରରେ ସେ ଆଉଟ୍ ହୋଇଥିଲେ। ପ୍ରଥମ ଇନିଂସରେ ଶତକ ମାରିଥିବା ପୂଜାରା ମାତ୍ର ୧୮ ରନ୍ କରି ଏଲ୍‌ବିଡବ୍ଲ୍ୟୁ ହୋଇଥିଲେ। ଗତ ଇନିଂସରେ ଶତକ ମାରିଥିବା ଓପନର ମୁରଲ ବିଜୟ ମଧ୍ୟ ବେଶୀ ସମୟ କ୍ରିଜ୍‌ରେ ତିଷ୍ଠି ପାରି ନ ଥିଲେ। ଦଳୀୟ ସ୍କୋର ୬୮ରେ ପହଞ୍ଚିଥିବା ବେଳେ ସେ ୩୧ ରନ୍ କରି କ୍ୟାଚ୍‌ ଆଉଟ୍ ହୋଇଥିଲେ। ପ୍ରଥମ ଇନିଂସରେ ମାତ୍ର ୧୩ ରନ୍ କରିଥିବା ଆଜିଙ୍କ୍ୟ ରାହାଣେ ପୁଣି ଫେଲ୍ ମାରିଥିଲେ। ସେ ମାତ୍ର ୧ ରନ୍ କରି ପାଭିଲିୟନକୁ ଫେରି ଯାଇଥିଲେ। ପ୍ରଥମ ଇନିଂସରେ ଭାରତର ସ୍କୋରକୁ ଭଲ ସ୍ଥିତିରେ ପହଞ୍ଚାଇ ଥିବା ରବିଚନ୍ଦ୍ରନ ଅଶ୍ୱିନ ଓ ରିଦ୍ଧିମାନ ଶାହା ଯଥାକ୍ରମେ ୩୨ ଓ ୯ ରନ୍ କରି ଆଉଟ୍ ହୋଇଯାଇଥିଲେ। ୧୩୨ ରନ୍‌ରେ ଦଳ ୬ ୱିକେଟ୍ ହରାଇଥିଲା। ତେବେ ଅଧିନାୟକ ବିରାଟ କୋହଲି ଓ ରବୀନ୍ଦ୍ର ଜାଡେଜା କ୍ରିଜ୍‌ରେ ରହି ଦଳକୁ ଏକ ନିଶ୍ଚିତ ପରାଜୟରୁ ବଞ୍ଚାଇ ଦେଲେ। କୋହଲି ୯୮ଟି ବଲ୍ ଖେଳି ୪୯ ରନ୍ କରି ଅପରାଜିତ ରହିଥିବା ବେଳେ ଜାଡେଜା ୩୩ଟି ବଲ୍‌ରୁ ୩୨ ରନ୍ କରି ଅପରାଜିତ ରହିଥିଲେ।

ଇଂଲଣ୍ଡର ବୋଲର ମୋଇନ ଅଲ୍ଲୀଙ୍କୁ ‘ମ୍ୟାନ୍ ଅଫ୍ ଦ ମ୍ୟାଚ୍’ ପୁରସ୍କାର ପ୍ରଦାନ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story