ଆସନ୍ତାକାଲି ଭାରତ-ଇଂଲଣ୍ଡ ପ୍ରଥମ ଦିନିକିଆ

ପୁନେ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳା ଯିବାକୁ ଥିବା ତିନିଟି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆସନ୍ତାକାଲିଠାରୁ ଆରମ୍ଭ ହେଉଛି। ଏହି ସିରିଜ୍‌ର ପ୍ରଥମ ମ୍ୟାଚ୍ ଆସନ୍ତାକାଲି ପୁନେରେ ଖେଳା ଯିବ। ଅପରାହ୍ନ ସାଢ଼େ ଗୋଟେରୁ ଏହି ମ୍ୟାଚ୍ ଆରମ୍ଭ ହେବ। ଏହି ମ୍ୟାଚ୍‌ରୁ ଆରମ୍ଭ ହେବ ବିରାଟ କୋହଲିଙ୍କ ଯୁବ। କାରଣ  ମହେନ୍ଦ୍ର ସିଂହ ଧୋନି ଉଭୟ ଦିନିକିଆ ଓ ଟ୍ୱେଣ୍ଟି ଟ୍ୱେଣ୍ଟିରୁ ଅଧିନାୟକ ପଦ ଛାଡ଼ି ଦେବା ପରେ ସେ ଏବେ କ୍ରିକେଟ୍‌ର […]

kohali

kohali

Rakesh Mallick
  • Published: Saturday, 14 January 2017
  • Updated: 14 January 2017, 12:02 PM IST

Sports

Latest News

ପୁନେ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳା ଯିବାକୁ ଥିବା ତିନିଟି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆସନ୍ତାକାଲିଠାରୁ ଆରମ୍ଭ ହେଉଛି। ଏହି ସିରିଜ୍‌ର ପ୍ରଥମ ମ୍ୟାଚ୍ ଆସନ୍ତାକାଲି ପୁନେରେ ଖେଳା ଯିବ। ଅପରାହ୍ନ ସାଢ଼େ ଗୋଟେରୁ ଏହି ମ୍ୟାଚ୍ ଆରମ୍ଭ ହେବ।

ଏହି ମ୍ୟାଚ୍‌ରୁ ଆରମ୍ଭ ହେବ ବିରାଟ କୋହଲିଙ୍କ ଯୁବ। କାରଣ  ମହେନ୍ଦ୍ର ସିଂହ ଧୋନି ଉଭୟ ଦିନିକିଆ ଓ ଟ୍ୱେଣ୍ଟି ଟ୍ୱେଣ୍ଟିରୁ ଅଧିନାୟକ ପଦ ଛାଡ଼ି ଦେବା ପରେ ସେ ଏବେ କ୍ରିକେଟ୍‌ର ତିନିଟି ଫର୍ମାଟ୍‌ରେ ବନି ଯାଇଛନ୍ତି ଭାରତୀୟ ଦଳର ଅଧିନାୟକ। ଆସନ୍ତାକାଲିଠାରୁ ଦିନିକିଆରେ କୋହଲିଙ୍କ ଅଧୀନରେ ଜଣେ ୱିକେଟ୍ କିପର ଭାବେ ଖେଳିବେ ଧୋନୀ।

ଟିମ୍‌ରେ ଆହତ ରୋହିତ ଶର୍ମାଙ୍କୁ ନିଆଯାଇନାହିଁ। ତାଙ୍କର ଅସ୍ତ୍ରୋପଚାର ହୋଇଛି। ତେବେ ଯୁବରାଜ ସିଂହଙ୍କୁ ଟିମ୍‌କୁ ଡକାଯାଇଛି। ତେବେ ମନୀଷ ପାଣ୍ଡେ ଓ କେଦାର ଯାଦବଙ୍କ ଭଳି ଖେଳାଳିଙ୍କ ଉପସ୍ଥିତି ଯୋଗୁଁ ସେ ଚାପରେ ରହିପାରନ୍ତି। ଶିଖର ଧାୱନ ଓ ଲୋକେଶ ରାହୁଲ ଟିମ୍‌କୁ ଫେରିଛନ୍ତି।

ଏହି ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍ ୧୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଖେଳା ଯିବାକୁ ଥିବା ବେଳେ ତୃତୀୟ ତଥା ଅନ୍ତିମ ମ୍ୟାଚ୍ ୨୨ ତାରିଖରେ କୋଲକାତାରେ ଖେଳାଯିବ।

ଦିନିକିଆ ସିରିଜ୍ ପରେ ଦଳ ଇଂଲଣ୍ଡ ବିପକ୍ଷରେ ତିନିଟି ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ୍ ମଧ୍ୟ ଖେଳିବ।

ସୂଚନାଯୋଗ୍ୟ, ୫ଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ସିରିଜ୍‌ରେ ଇଂଲଣ୍ଡ ଭାରତଠାରୁ ୪-୦ରେ ପରାଜିତ ହୋଇଥିଲା। ଦଳ ଦିନିକିଆ ସିରିଜ୍‌ ହାତେଇବାକୁ ଚେଷ୍ଟା କରିବ। ଅନ୍ୟପକ୍ଷରେ ଟେଷ୍ଟ୍ ପରେ ଦିନିକିଆରେ ଅଧିନାୟକ ପଦ ପାଇଥିବା କୋହଲି ମଧ୍ୟ ଦିନିକିଆ ସିରିଜ୍ ଜିତିବାକୁ ଚେଷ୍ଟା କରିବେ।

ଭାରତୀୟ ଟିମ୍‌: ବିରାଟ କୋହଲି (ଅଧିନାୟକ), ମହେନ୍ଦ୍ର ସିଂହ ଧୋନୀ, ଲୋକେଶ ରାହୁଲ, ଶିଖର ଧାୱନ, ମନୀଷ ପାଣ୍ଡେ, ଯୁବରାଜ ସିଂହ, ଆଜିଙ୍କ୍ୟ ରାହାଣେ, ହାର୍ଦ୍ଦିକ ପାଣ୍ଡେ, କେଦାର ଝା, ରବିଚନ୍ଦ୍ରନ ଅଶ୍ୱିନ, ଅମିତ ମିଶ୍ରା, ରବୀନ୍ଦ୍ର ଜାଡେଜା, ଯଶପ୍ରୀତ୍ ବୁମ୍‌ରା, ଭୁବନେଶ୍ୱର କୁମାର, ଉମେଶ ଯାଦବ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos