ଆସନ୍ତାକାଲି ଭାରତ-ଇଂଲଣ୍ଡ ଦ୍ୱିତୀୟ ଟିଟ୍ୱେଣ୍ଟି

ନାଗପୁର: ଆସନ୍ତାକାଲି ନାଗପୁରରେ ଖେଳା ଯିବ ଭାରତ ଓ ଇଂଲଣ୍ଡ ମଧ୍ୟସ୍ଥ ଦ୍ୱିତୀୟ ଟିଟ୍ୱେଣ୍ଟି ମ୍ୟାଚ୍‌। ସନ୍ଧ୍ୟା ୭ଟାରୁ ଏହି ମ୍ୟାଚ୍ ଆରମ୍ଭ ହେବ।

ତିନିଟି ମ୍ୟାଚ୍ ବିଶିଷ୍ଟ ଏହି ଟିଟ୍ୱେଣ୍ଟି ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଭାରତ ଇଂଲଣ୍ଡଠାରୁ ପରାସ୍ତ ହୋଇଥିଲା। ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୧୪୭ ରନ୍ କରିଥିଲା। ଇଂଲଣ୍ଡ ୧୮.୧ ଓଭରରେ ୩ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା। ଆସନ୍ତାକାଲି ମ୍ୟାଚ୍‌କୁ ଇଂଲଣ୍ଡ ଜିତି ସିରିଜ୍ ହାତେଇବାକୁ ଚେଷ୍ଟା କରିବ। ଅନ୍ୟପକ୍ଷରେ ଏହି ମ୍ୟାଚ୍‌କୁ ଜିତି ଭାରତ ସ୍ଥିତି ବରାବର କରିବାକୁ ଉଦ୍ୟମ କରିବ।

ସୂଚନାଯୋଗ୍ୟ, ଏହା ପୂର୍ବରୁ ଇଂଲଣ୍ଡ ବିପକ୍ଷ ଉଭୟ ଟେଷ୍ଟ୍ ଓ ଦିନିକିଆ ସିରିଜ୍‌କୁ ଭାରତ ଜିତି ସାରିଛି।