କାଲି ଭାରତ-ଅଷ୍ଟ୍ରେଲିଆ ଟି-୨୦ ସିରିଜ୍‌, ବଦଲା ନେବା ଲକ୍ଷ୍ୟରେ ବିରାଟ ବାହିନୀ

ମେଲବର୍ଣ: ସିରିଛି ଦିନିକିଆ ସିରିଜ। ଆସନ୍ତାକାଲି ଠାରୁ ଆରମ୍ଭ ହେବ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଟି-୨୦ ସିରିଜ। ଭାରତୀୟ ସମୟ ଦିନ ୧.୪୦ରେ ଏହି ମ୍ୟାଚ୍‌ ଆରମ୍ଭ ହେବ। ଦିନିକିଆ ସିରିଜ୍‌ରେ ଅଷ୍ଟ୍ରେଲିଆ ଠାରୁ ଭାରତ ୨-୧ରେ ପରାସ୍ତ ହୋଇଥିବାରୁ ଟି-୨୦ରେ ଏହାର ବଦଲା ନେବାକୁ ବିରାଟ ବାହିନୀ ଲକ୍ଷ୍ୟ ରଖିଛି। ଭାରତ ତା’ର ଶେଷ ଟି-୨୦ ସିରିଜ୍‌ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଖେଳିଥିଲା। ନ୍ୟୁଜିଲ୍ୟାଣ୍ଡକୁ ତା’ର ମାଟିରେ ୫-୦ରେ ପରାସ୍ତ କରି ବିରାଟ ବାହିନୀ ଇତିହାସ […]

gds

gds

Hemant Lenka
  • Published: Thursday, 03 December 2020
  • Updated: 04 December 2020, 07:04 AM IST

ମେଲବର୍ଣ: ସିରିଛି ଦିନିକିଆ ସିରିଜ। ଆସନ୍ତାକାଲି ଠାରୁ ଆରମ୍ଭ ହେବ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଟି-୨୦ ସିରିଜ। ଭାରତୀୟ ସମୟ ଦିନ ୧.୪୦ରେ ଏହି ମ୍ୟାଚ୍‌ ଆରମ୍ଭ ହେବ। ଦିନିକିଆ ସିରିଜ୍‌ରେ ଅଷ୍ଟ୍ରେଲିଆ ଠାରୁ ଭାରତ ୨-୧ରେ ପରାସ୍ତ ହୋଇଥିବାରୁ ଟି-୨୦ରେ ଏହାର ବଦଲା ନେବାକୁ ବିରାଟ ବାହିନୀ ଲକ୍ଷ୍ୟ ରଖିଛି।

ଭାରତ ତା’ର ଶେଷ ଟି-୨୦ ସିରିଜ୍‌ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଖେଳିଥିଲା। ନ୍ୟୁଜିଲ୍ୟାଣ୍ଡକୁ ତା’ର ମାଟିରେ ୫-୦ରେ ପରାସ୍ତ କରି ବିରାଟ ବାହିନୀ ଇତିହାସ ରଚିଥିଲା। ଅଷ୍ଟ୍ରେଲିଆ ବିପକ୍ଷରେ ମଧ୍ୟ ବିରାଟ ବାହିନୀ ସେହି ଇତିହାସ ଦୋହରାଇବାକୁ ଲକ୍ଷ୍ୟ ରଖିଛି। ଅଷ୍ଟ୍ରେଲିଆ ତୁଳନାରେ ଭାରତୀୟ ଟିମ୍‌ ଟି-୨୦ ବେଶ ସନ୍ତୁଳିତ ରହିଛି।

ଦିନିକିଆ ସିରିଜ ଭଳି ଟି-୨୦ରେ ମଧ୍ୟ ଭାରତ ପାଖରେ ରୋହିତ ଶର୍ମା ନାହାନ୍ତି। ତେଣୁ ତାଙ୍କ ଅନୁପସ୍ଥିତିରେ ଆସନ୍ତକାଲିର ମ୍ୟାଚରେ ଶିଖର ଧୱନଙ୍କ ସହ କେଏଲ ରାହୁଲ ଇନିଂସ ଆରମ୍ଭ କରିବେ। ସେହିପରି ଅଷ୍ଟ୍ରେଲିଆର ଦୁଇ ଷ୍ଟାର ଖେଳାଳି ଡେଭିଡ ୱାର୍ଣ୍ଣର ଓ ପ୍ୟାଟ କମିନ୍ସ କାଲିର ମ୍ୟାଚ୍‌ ଖେଳିବେ ନାହିଁ।

କମିନ୍ସଙ୍କୁ ଟିମ୍‌ ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ ପାଇଁ ବିଶ୍ରାମ ଦେଇଛି। ୱାର୍ଣ୍ଣର ଦ୍ୱିତୀୟ ଦିନିକିଆ ବେଳେ ଆହତ ହୋଇଥିବାରୁ ତୃତୀୟ ଦିନିକିଆ ଖେଳି ନଥିଲେ। ତେଣୁ ସେ ଆସନ୍ତାକାଲିର ମ୍ୟାଚ୍‌ ମଧ୍ୟ ଖେଳିବେ ନାହିଁ। ୱାର୍ଣ୍ଣରଙ୍କ ଉପସ୍ଥିତିରେ ଫିଞ୍ଚ ସହ ଡି’ଆରସି ଶର୍ଟ ଅଷ୍ଟ୍ରେଲିଆ ପାଇଁ ଇନିଂସ ଆରମ୍ଭ କରିବେ। ଏହାପରେ ଷ୍ଟିଭ ସ୍ମିଥ ଓ ମାର୍ନସ ଲାବୁସାନେ ରହିଛନ୍ତି। ମଧ୍ୟକ୍ରମର ଦାୟିତ୍ୱ ଗ୍ଲେନ ମ୍ୟାକ୍ସୱେଲ ଓ ଆଲେକ୍ସ କ୍ୟାରୀଙ୍କ ଉପରେ ରହିବ। ବୋଲିଂ ବାହିନୀରେ ମିଚେଲ ଷ୍ଟାର୍କ, ଜୋଶ ହେଜେଲଉଡ ଓ କେନ ରିଚାର୍ଡସନ ରହିଛନ୍ତି। ସେମାନଙ୍କୁ ସାଥ ଦେବା ପାଇଁ ଆଡାମ ଜାମ୍ପା ଅଛନ୍ତି।

ଭାରତ କଥା ବିଚାରକୁ ନେଲେ ରାହୁଲ ଓ ଧୱନଙ୍କ ପରେ ମଧ୍ୟକ୍ରମର ଦାୟିତ୍ୱ ବିରାଟ କୋହଲି, ଶ୍ରେୟସ ଆୟର ଓ ମନୀଷ ପାଣ୍ଡେଙ୍କ ଉପରେ ରହିବ। ତୃତୀୟ ଦିନିକିଆରେ ଜବରଦସ୍ତ ବ୍ୟାଟିଂ କରିଥିବା ହାର୍ଦ୍ଦିକ ପାଣ୍ଡ୍ୟା ଓ ରବୀନ୍ଦ୍ର ଜାଡେଜା ଯଥାକ୍ରମେ ୬ନଂ ଓ ୭ନଂ ସ୍ଥାନରେ ଖେଳିବେ।

ବୋଲିଂ ବାହିନୀକୁ ନେଇ ଭାରତ ସାମାନ୍ୟ ଦ୍ୱନ୍ଦ୍ୱରେ ରହିବ। ଯଶପ୍ରୀତ ବୁମ୍ରା, ମହମ୍ମଦ ଶାମି, ଟି ନଟରାଜନ ଓ ଦୀପକ ଚହରଙ୍କ ମଧ୍ୟରୁ ୩ ଜଣ ହିଁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇବେ। ନଟରାଜନ ତୃତୀୟ ଦିନିକିଆରେ ଭଲ ବୋଲିଂ କରିଥିଲେ। ତେଣୁ ତାଙ୍କୁ ବେଞ୍ଚରେ ବସାଇ ଟିମ୍‌ ମ୍ୟାନେଜମେଣ୍ଟ ଦୀପକ ଚହରଙ୍କୁ ସୁଯୋଗ ଦେବ କି ନାହିଁ, ତା’ ଉପରେ ନଜର ରହିବ। ସେହିପରି ସ୍ପିନର ଭାବେ ୟୁଜବେନ୍ଦର ଚହଲ ଖେଳିବା ଏକ ପ୍ରକାରର ନିଶ୍ଚିତ ରହିଛି। ଏହାବାଦ ୱାଶିଂଟନ ସୁନ୍ଦର ମଧ୍ୟ ରହିଛନ୍ତି।

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହୋଇଥିବା ଟି-୨୦ ଟକ୍କରକୁ ବିଚାରକୁ ନେଲେ ଟିମ ଇଣ୍ଡିଆର ପଲ୍ଲା ଭାରି ରହିଛି। ଟିମ ଇଣ୍ଡିଆ ୧୧ଟି ମ୍ୟାଚ୍‌ ଜିତିଥିବା ବେଳେ କଙ୍ଗାରୁ ଟିମ୍‌ ୮ଟିରେ ବାଜିମାତ କରିଛି। ୨୦୧୮ରେ ଭାରତ ୨ଟି ଟି-୨୦ରୁ ଅଷ୍ଟ୍ରେଲିଆ ବିପକ୍ଷରେ ଗୋଟିଏ ମ୍ୟାଚ୍‌ ଜିତିଥିବା ବେଳେ ୨୦୧୬ରେ ଦଳ ୩-୦ରେ କ୍ଲିନସୁଇପ କରିଥିଲା। ତେଣୁ ଆସନ୍ତାକାଲି ଭାରତ ଏହି ଧାରାକୁ ବଜାୟୀ ରଖିବାକୁ ଚେଷ୍ଟା କରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story