ବେଲ୍‌ଜିୟମଠାରୁ କ୍ୱାର୍ଟରରେ ୩-୧ରେ ହାରିଲା ଭାରତ

ରିଓ ଡି ଜେନେରିଓ: ବ୍ରାଜିଲ ଜାରି ରହିଥିବା ରିଓ ଅଲିମ୍ପିକ୍‌ରେ ଆଜି ଭାରତୀୟ ପୁରୁଷ ହକି ଦଳକୁ କ୍ୱାର୍ଟର ଫାଇନାଲରେ ୧-୩ରେ ହରାଇ ସେମିଫାଇନାଲକୁ ଯାଇଛି ବେଲ୍‌ଜିୟମ।

ଭାରତ ପକ୍ଷରୁ ଆକାଶଦୀପ ସିଂହ (୧୫ମିନିଟ୍)ରେ ପ୍ରଥମ ଗୋଲ ଦେଇଥିଲେ ମଧ୍ୟ ବେଲଜିୟମ ପକ୍ଷରୁ ସେବାଷ୍ଟିନ୍‌ ଡୋକିଅର (୩୪ ଓ ୪୫ ମିନିଟ୍‌)ରେ ଦୁଇଟି ଓ ଟମ୍‌ ବୋନ୍‌(୫୦ ମିନିଟ୍‌)ରେ ଶେଷ ଗୋଲ ଦେଇଥିଲେ।