ଗୁରୁବାର ଦ୍ୱିତୀୟ ଟି-୨୦: ‘ମହା’ ବିପଦ ମଧ୍ୟରେ ସିରିଜ ବଞ୍ଚାଇବାକୁ ଉଦ୍ୟମ କରିବ ଟିମ ଇଣ୍ଡିଆ

ଅହମଦବାଦ: ବାଂଲାଦେଶ ବିପକ୍ଷ ଟି-୨୦ ସିରିଜ୍‌ରେ ୧-୦ରେ ପଛରେ ଥିବା ଟିମ୍‌ ଇଣ୍ଡିଆ ପାଇଁ ଏବେ କର ବା ମର ସ୍ଥିତି ସୃଷ୍ଟି ହୋଇଛି। ସିରିଜ ବରାବର କରିବାକୁ ଆସନ୍ତାକାଲି ଭାରତକୁ ଯେମିତି ହେଲେ ମ୍ୟାଚ ଜିତିବାକୁ ପଡ଼ିବ। କାରଣ ଆସନ୍ତାକାଲି ଭାରତ ଓ ବାଂଲାଦେଶ ମଧ୍ୟରେ ଦ୍ୱିତୀୟ ଟି-୨୦ ରାଜକୋଟର ସୌରାଷ୍ଟ୍ର କ୍ରିକେଟ୍‌ ଆସୋସିଏସନ୍‌ ଗ୍ରାଉଣ୍ଡରେ ଖେଳାଯିବ। ତେବେ ଭାରତର ଏହି କର ବା ମର ସ୍ଥିତି ଉପରେ ‘ମହା’ ବାତ୍ୟାର ବିପଦ ରହିଛି। ଆସନ୍ତାକାଲି […]

as

as

Hemant Lenka
  • Published: Wednesday, 06 November 2019
  • Updated: 06 November 2019, 06:46 PM IST

Sports

Latest News

ଅହମଦବାଦ: ବାଂଲାଦେଶ ବିପକ୍ଷ ଟି-୨୦ ସିରିଜ୍‌ରେ ୧-୦ରେ ପଛରେ ଥିବା ଟିମ୍‌ ଇଣ୍ଡିଆ ପାଇଁ ଏବେ କର ବା ମର ସ୍ଥିତି ସୃଷ୍ଟି ହୋଇଛି। ସିରିଜ ବରାବର କରିବାକୁ ଆସନ୍ତାକାଲି ଭାରତକୁ ଯେମିତି ହେଲେ ମ୍ୟାଚ ଜିତିବାକୁ ପଡ଼ିବ। କାରଣ ଆସନ୍ତାକାଲି ଭାରତ ଓ ବାଂଲାଦେଶ ମଧ୍ୟରେ ଦ୍ୱିତୀୟ ଟି-୨୦ ରାଜକୋଟର ସୌରାଷ୍ଟ୍ର କ୍ରିକେଟ୍‌ ଆସୋସିଏସନ୍‌ ଗ୍ରାଉଣ୍ଡରେ ଖେଳାଯିବ।

ତେବେ ଭାରତର ଏହି କର ବା ମର ସ୍ଥିତି ଉପରେ ‘ମହା’ ବାତ୍ୟାର ବିପଦ ରହିଛି। ଆସନ୍ତାକାଲି ଭୋର ସମୟରେ ମହା ଗୁଜରାଟରେ ଲ୍ୟାଣ୍ଡଫଲ କରିବାର ଆଶଙ୍କା ରହିଛି। ଯଦି ମହା ଲ୍ୟାଣ୍ଡଫଲ କରିବ, ତା’ହେଲେ ଦୁଇ ଦିନ ଧରି ପ୍ରବଳରୁ ଅତି ପ୍ରବଳ ବର୍ଷାର ଆଶଙ୍କା ରହିଛି। ତେଣୁ ଭାରତ ଉପରେ ଅତିରିକ୍ତ ଚାପ ରହିଛି। କାରଣ ବର୍ଷା ଯୋଗୁ ମ୍ୟାଚ୍‌ ବାତିଲ ହୋଇଗଲେ, ଟିମ୍‌ ଇଣ୍ଡିଆ ଶେଷ ଟି-୨୦ ଜିତିଲେ ବି ସିରିଜ୍‌ କବଜା କରିପାରିବ ନାହିଁ।

ବରିଷ୍ଠ ଖେଳାଳିଙ୍କ ଅନୁପସ୍ଥିତରେ ଟିମ୍‌ ଇଣ୍ଡିଆ ବାଂଲାଦେଶ ବିପକ୍ଷରେ ସିରିଜ୍‌ ଖେଳୁଛି। ସେହିପରି ବାଂଲାଦେଶ ଟିମ୍‌ରେ ମଧ୍ୟ ସାକିବ-ଅଲ ହାସନ, ତାମିମ ଇକବାଲ ଓ ସୈଫୁଦ୍ଦିନଙ୍କ ନାହାନ୍ତି। ତଥାପି ଦଳ ଅନ୍ୟତମ ବରିଷ୍ଠ ଖେଳାଳି ମୁଶଫିକର ରହିମ ଓ ସୌମ୍ୟ ସରକାରଙ୍କ ଦମରେ ଭାରତକୁ ଦିଲ୍ଲୀ ଟି-୨୦ରେ ପରାସ୍ତ କରିଥିଲା।

ଏଥିସହ ପ୍ରଥମଥର ପାଇଁ ଟି-୨୦ରେ ଭାରତକୁ ପରାସ୍ତ କରିବାର ରେକର୍ଡ କରିଥିଲା।  ଏହି ବିଜୟ ପରେ ବାଂଲାଦେଶ ଖେଳାଳିଙ୍କ ମନବଳ ବୃଦ୍ଧି ପାଇଛି। ତେଣୁ ଦ୍ୱିତୀୟ ଟି-୨୦ରେ ଦଳ ବିନା ଚାପରେ ଖେଳିବ।

ଅନ୍ୟପକ୍ଷରେ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଯୁବ ବାହିନୀ ଉପରେ ଅତିରିକ୍ତ ଚାପ ରହିଛି। ଏହି ମଷ୍ଟ ୱିନ୍‌ ଗେମ୍‌ ଉପରେ ବର୍ଷାର ଭୟ ଥିଲେ ହେଁ ଆଜି ଖେଳାଳିମାନେ ଝାଲବୁହା ପରିଶ୍ରମ କରିଛନ୍ତି। ପ୍ରଥମ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ଉଭୟ ବ୍ୟାଟିଂ ଓ ବୋଲିଂରେ ଫେଲ ମାରିଥିଲା। ପ୍ରମୁଖ ଦ୍ରୁତ ବୋଲରଙ୍କ ଅନୁପସ୍ଥିତିରେ ଦୀପକ ଚହର ଓ ଖଲୀଲ ଅହମ୍ମଦ ଟିମ୍‌ ଇଣ୍ଡିଆ ବୋଲିଂ ବାହିନୀର ନେତୃତ୍ୱ ନେଉଛନ୍ତି।

ଦୀପକ ଚହର ଠିକ୍‌ଠାକ ପ୍ରଦର୍ଶନ କରିଥିଲେ ହେଁ ଖଲୀଲ ଗୁରୁତ୍ୱପୂର୍ଣ୍ଣ ସମୟରେ ୫ଟି ଚୌକା ଖାଇବା ଦଳର ଚିନ୍ତା ବଢ଼ାଇ ଦେଇଛି। ତେଣୁ ତାଙ୍କ ବଦଳରେ ଆସନ୍ତାକାଲି ଚୂଡ଼ାନ୍ତ ଏକାଦଶରେ ଶାର୍ଦ୍ଦୁଲ ଠାକୁରଙ୍କୁ ସୁଯୋଗ ମିଳିପାରେ। ଗତ ମ୍ୟାଚ୍‌ରେ ଡେବ୍ୟୁ କରିଥିବା ଶିବମ ଦୁବେ ବ୍ୟାଟିଂରେ ଆଖି ଦୃଶିଆ ପ୍ରଦର୍ଶନ କରିପାରି ନାହାନ୍ତି।  ବୋଲିଂରେ ମଧ୍ୟ ତାଙ୍କର ବ୍ୟବହାର ରୋହିତ ଶର୍ମା କରି ନଥିଲେ।

ତେଣୁ ତାଙ୍କ ବଦଳରେ ସଞ୍ଜୁ ସାମସନଙ୍କୁ ଅତିରିକ୍ତ ବ୍ୟାଟସମ୍ୟାନ ଭାବେ ସୁଯୋଗ ମିଳିବାର ସମ୍ଭାବନା ରହିଛି। ରିଷଭ ପନ୍ତ ବାରମ୍ବାର ଫେଲ ମାରିବା ଓ ରିଭ୍ୟୁ ନିଷ୍ପତ୍ତି ନେବାରେ ବିଫଳ ହେବା, ଟିମ୍‌ ଇଣ୍ଡିଆର ଅନ୍ୟତମ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଆସନ୍ତାକାଲି ତାଙ୍କୁ ପୁଣି ସୁଯୋଗ ମିଳିପାରେ। ହେଲେ ତାଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କର ନଜର ରହିବ।

ଶ୍ରେୟସ ଆୟର ଭଲ ଲୟରେ ଥିଲେ। ସେ ପ୍ରଥମ ଟି-୨୦ରେ ଦ୍ରୁତ ୨୨ ରନ୍‌ କରିଥିଲେ ହେଁ ଏହାକୁ ବଡ଼ ସ୍କୋରରେ ପରିଣତ କରିପାରି ନଥିଲେ। ଶିଖର ଧୱନଙ୍କ ପ୍ରଦର୍ଶନ ଉପରେ ମଧ୍ୟ ଆସନ୍ତାକାଲି ନଜର ରହିବ।

କ୍ରୁନାଲ ପାଣ୍ଡ୍ୟା ବାଂଲାଦେଶ ପାଇଁ ମ୍ୟାଚ୍‌ ବିଜୟୀ ଇନିଂସ ଖେଳିଥିବା ରହିମଙ୍କ କ୍ୟାଚ୍‌ ଗତ ମ୍ୟାଚରେ ହାତଛଡ଼ା କରିଥିଲେ। ତେଣୁ ସେ ନିଶ୍ଚିତ ଚାପରେ ରହିବେ। ୟୁଜବେନ୍ଦର ଚହଲଙ୍କୁ ଛାଡ଼ି ଦେଲେ ଗତ ମ୍ୟାଚ୍‌ରେ ଆଉ କୌଣସି ଭାରତୀୟ ବୋଲର ବାଂଲା ଖେଳାଳିଙ୍କ ଉପରେ ପ୍ରଭାବ ପକାଇ ପାରି ନଥିଲେ। ତେଣୁ ଆସନ୍ତାକାଲି ଭାରତର ବୋଲିଂ ଉପରେ ସମସ୍ତଙ୍କ ନଜର ରହିବ।

ରାଜକୋଟ ପିଚ୍‌ ବର୍ଷା ନ ହେଲେ ବ୍ୟାଟସମ୍ୟାନଙ୍କୁ ସୁହାଇବ। ତେଣୁ ଆସନ୍ତାକାଲି ଭାରତ ଜଣେ ଅତିରିକ୍ତ ବୋଲରଙ୍କୁ ଖେଳାଇବାର ସମ୍ଭାବନାକୁ ମଧ୍ୟ ଏଡ଼ାଇ ଦିଆଯାଇ ନପାରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story