ବାଙ୍ଗାଲୋର ଦିନିକିଆ ହାରି ଦ୍ୱିତୀୟ ସ୍ଥାନକୁ ଖସିଲା ଟିମ୍‌ ଇଣ୍ଡିଆ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାଙ୍ଗାଲୋର ଦିନିକିଆ ହାରିବା ପରେ ଟିମ୍‌ ଇଣ୍ଡିଆ ଆଇସିସି ମାନ୍ୟତାରେ ଦ୍ୱିତୀୟ ସ୍ଥାନକୁ ଖସିଆସିଛି। ବାଙ୍ଗାଲୋର ଠାରେ ଖେଳାଯାଇଥିବା ୪ର୍ଥ ଦିନିକିଆରେ ଅଷ୍ଟ୍ରେଲିଆ ଠାରୁ ଭାରତ ୨୧ ରନରେ ପରାସ୍ତ ହୋଇଥିଲା। ଭାରତୀୟ ଟିମ ଲଗାତର ୯ଟି ମ୍ୟାଚ୍‌ ଜିତି ତାର ବିଜୟ ଅଭିଯାନ ଜାରି ରଖିଥିବା ବେଳେ ବଙ୍ଗାଲୋର ମ୍ୟାଚ୍‌ରେ ପରାସ୍ତ ହୋଇଥିଲା। ଫଳରେ ପ୍ରଥମ ସ୍ଥାନରେ ରହିଥିବା ଭାରତ ଗୋଟିଏ ସ୍ଥାନ ତଳକୁ ଖସିଆସିଛି। ବର୍ତ୍ତମାନ ଆଇସିସି ମାନ୍ୟତାରେ ଦକ୍ଷିଣ […]

indian-team_650x400_71505556472

indian-team_650x400_71505556472

Rakesh Mallick
  • Published: Friday, 29 September 2017
  • Updated: 29 September 2017, 01:08 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାଙ୍ଗାଲୋର ଦିନିକିଆ ହାରିବା ପରେ ଟିମ୍‌ ଇଣ୍ଡିଆ ଆଇସିସି ମାନ୍ୟତାରେ ଦ୍ୱିତୀୟ ସ୍ଥାନକୁ ଖସିଆସିଛି। ବାଙ୍ଗାଲୋର ଠାରେ ଖେଳାଯାଇଥିବା ୪ର୍ଥ ଦିନିକିଆରେ ଅଷ୍ଟ୍ରେଲିଆ ଠାରୁ ଭାରତ ୨୧ ରନରେ ପରାସ୍ତ ହୋଇଥିଲା। ଭାରତୀୟ ଟିମ ଲଗାତର ୯ଟି ମ୍ୟାଚ୍‌ ଜିତି ତାର ବିଜୟ ଅଭିଯାନ ଜାରି ରଖିଥିବା ବେଳେ ବଙ୍ଗାଲୋର ମ୍ୟାଚ୍‌ରେ ପରାସ୍ତ ହୋଇଥିଲା। ଫଳରେ ପ୍ରଥମ ସ୍ଥାନରେ ରହିଥିବା ଭାରତ ଗୋଟିଏ ସ୍ଥାନ ତଳକୁ ଖସିଆସିଛି। ବର୍ତ୍ତମାନ ଆଇସିସି ମାନ୍ୟତାରେ ଦକ୍ଷିଣ ଆଫ୍ରିକା ଏକ ନମ୍ବର ସ୍ଥାନରେ ରହିଥିବା ବେଳେ ଭାରତ ୨ ନମ୍ବର ସ୍ଥାନରେ ରହିଛି। ଭାରତ ପଛକୁ ଅଷ୍ଟ୍ରେଲିଆ ୩ନମ୍ବର ସ୍ଥାନରେ ଅଛି। ଅଷ୍ଟ୍ରେଲିଆ ବିପକ୍ଷରେ ଲଗାତର ୩ ମ୍ୟାଚ୍‌ ଜିତିବା ପରେ ଭାରତ ପ୍ରଥମ ସ୍ଥାନରେ ପହଞ୍ଚିଥିଲା। କିନ୍ତୁ ୪ର୍ଥ ଦିନିକିଆରେ ପରାସ୍ତ କାରଣରୁ ଏବେ ଦ୍ୱିତୀୟ ସ୍ଥାନରେ ରହିଛି। ଯଦି ଅଷ୍ଟ୍ରେଲିଆ ବିପକ୍ଷ ଶେଷ ଦିନିକିଆରେ ଭାରତ ଜିତୁଛି ତେବେ ଆଇସିସି ଦିନିକିଆ ମାନ୍ୟତାରେ ପୁଣିଥରେ ପ୍ରଥମ ସ୍ଥାନରେ ପହଞ୍ଚିଯିବ ଭାରତ। ବର୍ତ୍ତମାନ ଭାରତ ଟେଷ୍ଟରେ ଏକନମ୍ବର ସ୍ଥାନରେ ରହିଥିବା ବେଳେ ଟି-୨୦ରେ ୫ମ ସ୍ଥାନରେ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos