ଏଫଆଇଏଚ୍ ମହିଳା ସିରିଜ୍ ଫାଇନାଲ୍ସ: ସେମିରେ ଭାରତ

ହିରୋଶିମା: ଗୁରଜିତ୍ କୌରଙ୍କ ଚାରୋଟି ଗୋଲକୁ ଆଧାର କରି ଭାରତୀୟ ମହିଳା ହକି ଟିମ୍ ଫିଜିକୁ ୧୧-୦ରେ ହରାଇ ଚଳିତ ଏଫଆଇଏଚ୍ ମହିଳା ସିରିଜ୍ ଫାଇନାଲ୍ସର ସେମିଫାଇନାଲରେ ପ୍ରବେଶ କରିଛି। ଗୁରଜିତ୍ ହ୍ୟାଟ୍ରିକ୍ ସମେତ ଚାରୋଟି (୧୫ତମ, ୧୯ତମ, ୨୧ତମ, ୨୨ତମ) ଗୋଲ୍ ସ୍କୋର କରିଥିବା ବେଳେ ମୋନିକା (୧୧ତମ, ୩୩ତମ) ଦୁଇଟି ଏବଂ ଲାଲରେମସିଆମି (ଚତୁର୍ଥ), ରାନୀ (ଦଶମ), ବନ୍ଦନା କାଟାରିୟା (ଦ୍ୱାଦଶ), ଲିଲିମା ମିଞ୍ଜ (୫୧ତମ), ନବନୀତ କୌର୍ (୫୭ତମ) ଗୋଟିଏ ଲେଖାଏଁ ଗୋଲ୍ […]

hockey

hockey

Hemant Lenka
  • Published: Tuesday, 18 June 2019
  • Updated: 18 June 2019, 04:45 PM IST

ହିରୋଶିମା: ଗୁରଜିତ୍ କୌରଙ୍କ ଚାରୋଟି ଗୋଲକୁ ଆଧାର କରି ଭାରତୀୟ ମହିଳା ହକି ଟିମ୍ ଫିଜିକୁ ୧୧-୦ରେ ହରାଇ ଚଳିତ ଏଫଆଇଏଚ୍ ମହିଳା ସିରିଜ୍ ଫାଇନାଲ୍ସର ସେମିଫାଇନାଲରେ ପ୍ରବେଶ କରିଛି।

ଗୁରଜିତ୍ ହ୍ୟାଟ୍ରିକ୍ ସମେତ ଚାରୋଟି (୧୫ତମ, ୧୯ତମ, ୨୧ତମ, ୨୨ତମ) ଗୋଲ୍ ସ୍କୋର କରିଥିବା ବେଳେ ମୋନିକା (୧୧ତମ, ୩୩ତମ) ଦୁଇଟି ଏବଂ ଲାଲରେମସିଆମି (ଚତୁର୍ଥ), ରାନୀ (ଦଶମ), ବନ୍ଦନା କାଟାରିୟା (ଦ୍ୱାଦଶ), ଲିଲିମା ମିଞ୍ଜ (୫୧ତମ), ନବନୀତ କୌର୍ (୫୭ତମ) ଗୋଟିଏ ଲେଖାଏଁ ଗୋଲ୍ ଦେଇଛନ୍ତି। ଏହି ବିଜୟ ସହ ଭାରତ ପୁଲ୍-ଏ'ରେ ଶୀର୍ଷ ସ୍ଥାନ ହାସଲ କରି ସିଧାସଳଖ ଅନ୍ତିମ-୪ରେ ସ୍ଥାନ ହାସଲ କରିଛି।

ଏହା ପୂର୍ବରୁ ଭାରତ ତା'ର ପ୍ରଥମ ମ୍ୟାଚରେ ଉରୁଗୁଏକୁ ୪-୧ରେ ଏବଂ ଦ୍ୱିତୀୟ ମ୍ୟାଚରେ ପୋଲାଣ୍ଡକୁ ୫-୦ ଗୋଲରେ ହରାଇଥିଲା। ଆସନ୍ତା ୨୨ ତାରିଖରେ ହେବାକୁଥିବା ସେମିଫାଇନାଲରେ ଭାରତର ସାମ୍ନା ଚିଲି ଓ ଉରୁଗୁଏ ମଧ୍ୟରେ ହେବାକୁଥିବା ଦ୍ୱିତୀୟ ରାଉଣ୍ଡ ମ୍ୟାଚର ବିଜେତା ସହ ହେବ।

ବିଶ୍ୱର ୯ ନମ୍ବର ଟିମ୍ ଭାରତ ପୂରା ମ୍ୟାଚରେ ଦୁର୍ବଳ ଫିଜି ଉପରେ ଆଧିପତ୍ୟ ବିସ୍ତାର କରିଥିଲା। ପ୍ରଥମାର୍ଦ୍ଧରେ ଭାରତୀୟ ମହିଳା ଟିମ୍ ଜବରଦସ୍ତ ପ୍ରଦର୍ଶନ କରି ୮ଟି ଗୋଲ୍ ଦେଇଥିଲେ। ବିଶେଷକରି ପ୍ରଥମ କ୍ୱାର୍ଟରରେ ଭାରତର ଘନଘନ ଆକ୍ରମଣ କରି ପାଞ୍ଚୋଟି ଗୋଲ ସ୍କୋର କରିଥିଲା।

ଚତୁର୍ଥ ମିନିଟରେ ଲାଲରେମଶିଆମି ଭାରତ ପାଇଁ ଖାତା ଖୋଲିଥିଲେ। ଦଶମ ମିନିଟରେ ରାନୀ ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରିଥିବା ବେଳେ ଏକାଦଶ ମିନିଟରେ ମୋନିକା ଏବଂ ଦ୍ୱାଦଶ ମିନିଟରେ ବନ୍ଦନା ଭାରତ ପାଇଁ ଚତୁର୍ଥ ଗୋଲ୍ ଦେଇଥିଲେ। ୧୫ତମ ମିନିଟରେ ଗୁରଜିତ୍ ଏକ ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରି ଭାରତର ସ୍କୋରକୁ ୫-୦ରେ ପହଞ୍ଚାଇଥିଲେ। ଦ୍ୱିତୀୟ କ୍ୱାର୍ଟରରେ ମଧ୍ୟ ଭାରତର ଦବଦବା କାଏମ୍ ରହିଥିଲା।

ଗୁରଜିତ୍ ତିନି ମିନିଟ୍ ଭିତରେ ଲଗାତାର ତିନୋଟି ପେନାଲ୍ଟି କର୍ଣ୍ଣର ଗୋଲ୍ ଦେଇ ଭାରତକୁ ୮-୦ରେ ଆଗୁଆ କରାଇଥିଲେ। ଦ୍ୱିତୀୟାର୍ଦ୍ଧରେ ଭାରତର ପ୍ରଦର୍ଶନ ସାମାନ୍ୟ ଧିମା ରହିଥିଲା। ତୃତୀୟ କ୍ୱାର୍ଟରରେ ଏକମାତ୍ର ଗୋଲ୍ ଦେଇଥିଲେ ମୋନିକା। ମୋନିକା ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରିଥିଲେ ଏବଂ ଭାରତର ସ୍କୋରକୁ ୯-୦ରେ ପହଞ୍ଚାଇଥିଲେ।

ଶେଷ କ୍ୱାର୍ଟରରେ ଭାରତ ଦୁଇଟି ଗୋଲ୍ ଦେଇଥିଲା। ୫୧ତମ ମିନିଟରେ ଓଡ଼ିଶା ଖେଳାଳି ଲିଲିମା ମିଞ୍ଚ୍ ଚମତ୍କାର ଫିଲ୍ଡ ଗୋଲ୍ ଦେଇଥିବା ବେଳେ ନବନୀତ କୌର୍ ୫୭ତମ ମିନିଟରେ ଭାରତ ପାଇଁ ଏକାଦଶ ଗୋଲ୍ ଦେଇଥିଲେ। ଏଥିସହ ଭାରତ ମୁକାବିଲାକୁ ଏକତରଫା ଭାବେ ୧୧-୦ରେ ଜିତି ନେଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos