ମାଥ୍ୟୁସଙ୍କ ଶତକ, ଭାରତକୁ ୨୬୫ ରନ୍‌ର ଟାର୍ଗେଟ

ଲିଡ୍‌ସ: ଆଞ୍ଜେଲୋ ମାଥ୍ୟୁସଙ୍କ ଦମଦାର ଶତକ ବଳରେ ଶ୍ରୀଲଙ୍କା ନିର୍ଦ୍ଧାରିତ ୫୦ ଓଭର୍‌ରେ ୭ ୱିକେଟ୍‌ ହରାଇ ୨୬୪ ରନ୍‌ କରିଛି। ଫଳରେ ଶେଷ ଲିଗ୍‌ ମ୍ୟାଚ୍‌ ଜିତିବାକୁ ଭାରତକୁ ୨୬୫ ରନ୍‌ର ଟାର୍ଗେଟ ମିଳିଛି। ମାଥ୍ୟୁସ ୪୮ତମ ଓଭର୍‌ରେ ୧୧୩ ରନ୍‌ କରି ବୁମରାଙ୍କ ବଲ୍‌ରେ ଆଉଟ୍‌ ହୋଇଥିଲେ। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଶ୍ରୀଲଙ୍କା ଆରମ୍ଭରୁ ବ୍ୟାଟିଂ ବିପର୍ଯୟର ସମ୍ମୁଖୀନ ହୋଇଥିଲା। ଦଳର ଦୁଇ ଓପନର ଦିମୁଥ କରୁଣଣତ୍ନେ(୧୦) କୁଶଲ ପେରରା(୧୮)ଙ୍କୁ ଯଶପ୍ରୀତ […]

qd

qd

Hemant Lenka
  • Published: Saturday, 06 July 2019
  • Updated: 06 July 2019, 06:43 PM IST

ଲିଡ୍‌ସ: ଆଞ୍ଜେଲୋ ମାଥ୍ୟୁସଙ୍କ ଦମଦାର ଶତକ ବଳରେ ଶ୍ରୀଲଙ୍କା ନିର୍ଦ୍ଧାରିତ ୫୦ ଓଭର୍‌ରେ ୭ ୱିକେଟ୍‌ ହରାଇ ୨୬୪ ରନ୍‌ କରିଛି। ଫଳରେ ଶେଷ ଲିଗ୍‌ ମ୍ୟାଚ୍‌ ଜିତିବାକୁ ଭାରତକୁ ୨୬୫ ରନ୍‌ର ଟାର୍ଗେଟ ମିଳିଛି। ମାଥ୍ୟୁସ ୪୮ତମ ଓଭର୍‌ରେ ୧୧୩ ରନ୍‌ କରି ବୁମରାଙ୍କ ବଲ୍‌ରେ ଆଉଟ୍‌ ହୋଇଥିଲେ।

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଶ୍ରୀଲଙ୍କା ଆରମ୍ଭରୁ ବ୍ୟାଟିଂ ବିପର୍ଯୟର ସମ୍ମୁଖୀନ ହୋଇଥିଲା। ଦଳର ଦୁଇ ଓପନର ଦିମୁଥ କରୁଣଣତ୍ନେ(୧୦) କୁଶଲ ପେରରା(୧୮)ଙ୍କୁ ଯଶପ୍ରୀତ ବୁମରା ୪୦ ରନ୍‌ ମଧ୍ୟରେ ପ୍ୟାଭଲିନୟ ପଠାଇ ଦେଇଥିଲେ। ଏହାପରେ ହାର୍ଦ୍ଦିକ ପାଣ୍ଡ୍ୟା ଓ ରବୀନ୍ଦ୍ର ଜାଡେଜା ଯଥାକ୍ରମେ ଅଭିସ୍କା ପର୍ଣ୍ଣାଡୋ ଓ କୁଶଲ ମେଣ୍ଡିସଙ୍କୁ ଆଉଟ୍‌ କରି ବିପର୍ଯ୍ୟୟ ସୃଷ୍ଟି କରିଥିଲେ।

୫୫ ରନରେ ୪ ୱିକେଟ୍‌ ହରାଇଥିବା ଶ୍ରୀଲଙ୍କା ପାଇଁ ଅଭିଜ୍ଞ ମାଥ୍ୟୁସ ଓ ଲାହିରୁ ଥିରୁମାନେ ସ୍ଥିତି ସମ୍ଭାଳିଥିଲେ। ଉଭୟ ଭାରତୀୟ ବୋଲରଙ୍କୁ କଡ଼ା ପ୍ରହାର କରି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ଇତି ମଧ୍ୟରେ ଉଭୟ ନିଜ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଏଥିସହ ୫ମ ୱିକେଟ୍‌ ପାଇଁ ୧୨୪ ରନ୍‌ ଭାଗିଦାରୀ କରିଥିଲେ। ତେବେ ୫୩ ରନ୍‌ କରିଥିବା ଥିରୁମାନେଙ୍କୁ କୁଲଦୀପ ଯାଦବ ଆଉଟ୍‌ କରି ଏହି ଯୋଡ଼ିକୁ ଭାଙ୍ଗିଥିଲେ।

ଥିରୁମାନେ ଆଉଟ୍‌ ହୋଇଥିଲେ ହେଁ ମାଥ୍ୟୁସଙ୍କ ଉପରେ ଏହାର ପ୍ରଭାବ ପଡ଼ି ନଥିଲା। ସେ ଦ୍ରୁତ ଗତିରେ ରନ୍‌ ସଂଗ୍ରହ କରିଥିଲେ। ଏପରି କି ସେ ଚୌକା ମାରି ନିଜର ଶତକ ହାସଲ କରିଥିଲେ। ମାଥ୍ୟୁସଙ୍କୁ ଏହି ଇନିଂସରେ ଧନଞ୍ଜୟ ଡି ସିଲଭା ଭରୂପୂର ସହଯୋଗ କରିଥିଲେ। ତେବେ ୪୮.୨ ଓଭର୍‌ରେ ବଡ଼ ଶଟ୍‌ ଖେଳିବା ଲୋଭରେ ମାଥ୍ୟୁସ୍‌ ୧୧୩ ରନ୍‌ କରି ଆଉଟ୍‌ ହୋଇଯାଇଥିଲେ। ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ଥିସରା ପେରରା ମାତ୍ର ୨ ରନ୍‌ କରି ଭୁବନେଶ୍ୱର କୁମାରଙ୍କ ବଲରେ ଆଉଟ୍‌ ହୋଇଥିଲେ। ଡି ସଲଭା ଶେଷ ଯାଏ ୨୯ ରନ୍‌ କରି ଅପରାଜିତ ରହିଥିଲେ।

ଭାରତ ପକ୍ଷରୁ ବୁମରା ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ ଭୁବନେଶ୍ୱର କୁମାର, ହାର୍ଦ୍ଦିକ ପାଣ୍ଡ୍ୟା, କୁଲଦୀପ ଯାଦବ ଓ ରବୀନ୍ଦ୍ର ଜାଡେଜା ଗୋଟିଏ ଲେଖାଏ ୱିକେଟ୍ ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos