ତୃତୀୟ ଟେଷ୍ଟ: କୋହଲିଙ୍କ ଶତକ, ଭାରତ ୨୬୭/୩

ନୂଆଦିଲ୍ଲୀ: ଭାରତ-ନ୍ୟୁଜିଲାଣ୍ଡ ତୃତୀୟ ଟେଷ୍ଟ୍‌ ଇନ୍ଦୋରରେ ଆଜିଠାରୁ ଆରମ୍ଭ ହୋଇଛି। କୋହଲିଙ୍କ ଶତକ ବଳରେ ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତୀୟ ଦଳ ୩ ୱିକେଟ୍‌ ହରାଇ ୨୬୭ ରନ୍‌ କରିଛି। କୋହଲି ୧୯୧ ବଲ୍‌ରୁ ୧୦ ଚୌକା ସହାୟତାରେ ୧୦୩ ରନ୍‌ କରି ଅପରାଜିତ ଅଛନ୍ତି। ଏହା ତାଙ୍କ କ୍ୟାରିୟରର ୧୩ ତମ ଟେଷ୍ଟ ଶତକ। ସେହିଭଳି ନ୍ୟୁଜିଲାଣ୍ଡ ବିପକ୍ଷରେ ଏହା ତାଙ୍କର ତୃତୀୟ ଟେଷ୍ଟ ଶତକ। ଆଜି ଟସ୍‌ ଜିତି ଭାରତ ପ୍ରଥମେ ବ୍ୟାଟିଂ […]

india

india

Rakesh Mallick
  • Published: Saturday, 08 October 2016
  • Updated: 08 October 2016, 05:30 PM IST

Sports

Latest News

ନୂଆଦିଲ୍ଲୀ: ଭାରତ-ନ୍ୟୁଜିଲାଣ୍ଡ ତୃତୀୟ ଟେଷ୍ଟ୍‌ ଇନ୍ଦୋରରେ ଆଜିଠାରୁ ଆରମ୍ଭ ହୋଇଛି। କୋହଲିଙ୍କ ଶତକ ବଳରେ ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତୀୟ ଦଳ ୩ ୱିକେଟ୍‌ ହରାଇ ୨୬୭ ରନ୍‌ କରିଛି। କୋହଲି ୧୯୧ ବଲ୍‌ରୁ ୧୦ ଚୌକା ସହାୟତାରେ ୧୦୩ ରନ୍‌ କରି ଅପରାଜିତ ଅଛନ୍ତି। ଏହା ତାଙ୍କ କ୍ୟାରିୟରର ୧୩ ତମ ଟେଷ୍ଟ ଶତକ। ସେହିଭଳି ନ୍ୟୁଜିଲାଣ୍ଡ ବିପକ୍ଷରେ ଏହା ତାଙ୍କର ତୃତୀୟ ଟେଷ୍ଟ ଶତକ।

ଆଜି ଟସ୍‌ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ମୁରଲୀ ବିଜୟ ୧୦ ରନ୍ କରି ଆଉଟ୍ ହୋଇଯାଇଥିଲେ। ଧାୱନଙ୍କ ସ୍ଥାନରେ ଦୀର୍ତଘଦିନ ପରେ ଦଳକୁ ଫେରିଥିବା ଗୌତମ ଗମ୍ଭୀର ମଧ୍ୟ ଭଲ ଖେଳିପାରି ନ ଥିଲେ। ସେ ୨୯ ରନ୍ କରି ଆଉଟ୍‌ ହୋଇଥିଲେ। ଚେତେଶ୍ୱର ପୂଜାରା ୪୧ ରନ୍‌ କରି ଆଉଟ୍ ହୋଇଥିଲେ। କୋହଲିଙ୍କ ସହ ଆଜିଙ୍କ୍ୟ ରାହାଣେ କ୍ରିଜ୍‌ରେ ଅଛନ୍ତି। ସେ  ୧୭୨ ବଲ୍‌ରୁ ୯ ଚୌକା ଓ ଗୋଟିଏ ଛକା ସହ ୭୯ ରନ୍‌ କରିଛନ୍ତି।

ତିନିଟି ମ୍ୟାଚ୍‌ ବିଶିଷ୍ଟ ଏହି ଟେଷ୍ଟ୍‌ ସିରିଜ୍‌ର ପ୍ରଥମ ଦୁଇଟି ମ୍ୟାଚ୍ ଜିତି ଭାରତ ସିରିଜ୍‌ ଜିତି ସାରିଛି। ତେବେ ଟିମ୍ ୩-୦ରେ ସିରିଜ୍ ପୋଛିବାକୁ ଉଦ୍ୟମ କରିବ। ଅନ୍ୟପକ୍ଷରେ ସମ୍ମାନ ରଖିବା ପାଇଁ ନ୍ୟୁଜିଲାଣ୍ଡ ଏହି ମ୍ୟାଚ୍‌କୁ ଜିତିବାକୁ ଚେଷ୍ଟା କରିବ।

ଏହି ସିରିଜ୍‌ର ପ୍ରଥମ ମ୍ୟାଚ୍‌ କାନପୁରରେ ଖେଳା ଯାଇଥିଲା। ଏଥିରେ ଭାରତ ୧୯୭ ରନ୍‌ରେ ନ୍ୟୁଜିଲାଣ୍ଡକୁ ହରାଇଥିଲା। ଏହା ଥିଲା ଭାରତର ୫୦୦ତମ ଟେଷ୍ଟ୍ ମ୍ୟାଚ୍। ସେହିପରି କୋଲକାତା ଟେଷ୍ଟରେ ଭାରତୀୟ ଦଳ ଭ୍ରମଣକାରୀ ଟିମ୍‌କୁ ୧୭୮ ରନ୍‌ରେ ହରାଇଥିଲା। ଏହି ଦୁଇଟି ବିଜୟ ସହିତ ଭାରତୀୟ ଦଳ ପୁଣି ଥରେ ଟେଷ୍ଟ୍ କ୍ରିକେଟ୍‌ର ୧ ନମ୍ବର ସ୍ଥାନକୁ ଫେରିଛି। ତୃତୀୟ ଟେଷ୍ଟ ଜିତି ଦଳ ଏହି ସ୍ଥାନ ବଜାୟ ରଖିବାକୁ ଉଦ୍ୟମ କରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story