ଆଜିଠୁ ଭାରତ-ନ୍ୟୁଜିଲାଣ୍ଡ ଟି-ଟ୍ୱେଣ୍ଟି ସିରିଜ୍

ଭୁବନେଶ୍ୱର: ଦିନିକିଆ ପରେ ଆଜିଠାରୁ ଆରମ୍ଭ ହେଉଛି ଭାରତ- ନ୍ୟୁଜିଲାଣ୍ଡ ଟି-ଟ୍ୱେଣ୍ଟି ସିରିଜ୍। ତିନିଟି ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍‌ର ପ୍ରଥମ ମ୍ୟାଚ୍ ଆଜି ଦିଲ୍ଲୀର ଫିରୋଜଶାହ କୋଟଲା ଗ୍ରାଉଣ୍ଡରେ ଖେଳା ଯିବ। ସନ୍ଧ୍ୟା ୭ଟାରୁ ଏହି ମ୍ୟାଚ୍ ଖେଳା ଯିବ। ଟି-ଟ୍ୱେଣ୍ଟିରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ରେକର୍ଡ ଆଦୌ ଭଲ ନୁହେଁ। ବର୍ତ୍ତମାନ ସୁଦ୍ଧା ଦୁଇ ଦେଶ ୫ ଥର ମୁହାଁମୁହିଁ ହୋଇଥିବା ବେଳେ ପ୍ରତ୍ୟେକ ଥର ପରାଜୟର ସମ୍ମୁଖୀନ ହୋଇଛି ଭାରତ।  ତେଣୁ ଭଲ […]

cricket

cricket

Rakesh Mallick
  • Published: Wednesday, 01 November 2017
  • Updated: 01 November 2017, 08:41 AM IST

Sports

Latest News

ଭୁବନେଶ୍ୱର: ଦିନିକିଆ ପରେ ଆଜିଠାରୁ ଆରମ୍ଭ ହେଉଛି ଭାରତ- ନ୍ୟୁଜିଲାଣ୍ଡ ଟି-ଟ୍ୱେଣ୍ଟି ସିରିଜ୍। ତିନିଟି ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍‌ର ପ୍ରଥମ ମ୍ୟାଚ୍ ଆଜି ଦିଲ୍ଲୀର ଫିରୋଜଶାହ କୋଟଲା ଗ୍ରାଉଣ୍ଡରେ ଖେଳା ଯିବ। ସନ୍ଧ୍ୟା ୭ଟାରୁ ଏହି ମ୍ୟାଚ୍ ଖେଳା ଯିବ।

ଟି-ଟ୍ୱେଣ୍ଟିରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ରେକର୍ଡ ଆଦୌ ଭଲ ନୁହେଁ। ବର୍ତ୍ତମାନ ସୁଦ୍ଧା ଦୁଇ ଦେଶ ୫ ଥର ମୁହାଁମୁହିଁ ହୋଇଥିବା ବେଳେ ପ୍ରତ୍ୟେକ ଥର ପରାଜୟର ସମ୍ମୁଖୀନ ହୋଇଛି ଭାରତ।  ତେଣୁ ଭଲ ଫର୍ମରେ ଥିବା ଭାରତୀୟ ଟିମ୍ ଏହି ମ୍ୟାଚ୍ ଜିତି ନ୍ୟୁଜିଲାଣ୍ଡ ବିପକ୍ଷରେ ଟି-ଟ୍ୱେଣ୍ଟିରେ ବିଜୟର ଖାତା ଖୋଲିବାକୁ ଉଦ୍ୟମ କରିବ।

ଅନ୍ୟପକ୍ଷରେ ଆଜି ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେବେ ୩୮ ବର୍ଷୀୟ ଭାରତୀୟ ପେସ୍ ବୋଲର ଆଶିଷ ନେହେରା।

ଦିନିକିଆ ସିରିଜ୍‌ରେ ଭାରତ ନ୍ୟୁଜିଲାଣ୍ଡକୁ ୨-୧ରେ ହରାଇଥିଲା। ଏହା ସହିତ ଭାରତ ଲଗାତାର ୭ଟି ଶୃଙ୍ଖଳା ଜିତିବାର ଗୌରବ ଅର୍ଜନ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos