ବିସିସିଆଇର ବ୍ୟାଙ୍କ୍ ଆକାଉଣ୍ଟ ଅଚଳ କରାଯାଇନି: ଜଷ୍ଟିସ୍ ଲୋଧା

ନୂଆଦିଲ୍ଲୀ: ଭାରତ-ନ୍ୟୁଜିଲାଣ୍ଡ ସିରିଜ୍‌କୁ ବାତିଲ କରିବା ପାଇଁ ବିସିସିଆଇ ଚେତାବନୀ ଦେବା ପରେ ଆଜି ଜଷ୍ଟିସ୍‌ ଆର୍‌ଏମ୍‌ ଲୋଧାଙ୍କ ନେତୃତ୍ୱାଧୀନ କମିଟି ସ୍ପଷ୍ଟୀକରଣ ଦେଇଛନ୍ତି ଯେ ବୋର୍ଡର ଆକାଉଣ୍ଟ୍‌ ଗୁଡ଼ିକୁ ଅଚଳ କରିବା ପାଇଁ ବ୍ୟାଙ୍କଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇନାହିଁ। ତେଣୁ ବିସିସିଆଇ ତାର ଦୈନନ୍ଦିନ ଖର୍ଚ୍ଚ ଆରମରେ କରିପାରିବ। ଜଷ୍ଟିସ୍ ଲୋଧା କହିଛନ୍ତି,“ଆମେ ବିସିସିଆଇର ବ୍ୟାଙ୍କ୍ ଆକାଉଣ୍ଟ ଅଚଳ କରିବାକୁ ନିର୍ଦ୍ଦେଶ ଦେଇ ନାହୁଁ। ଆମେ କେବଳ ବିସିସିଆଇକୁ ଏହାର ରାଜ୍ୟ ସଂଘ ଗୁଡ଼ିକୁ ଅର୍ଥ ନ ବାଣ୍ଟିବାକୁ କହିଛୁ। […]

cricket1

cricket1

Rakesh Mallick
  • Published: Tuesday, 04 October 2016
  • Updated: 04 October 2016, 01:16 PM IST

ନୂଆଦିଲ୍ଲୀ: ଭାରତ-ନ୍ୟୁଜିଲାଣ୍ଡ ସିରିଜ୍‌କୁ ବାତିଲ କରିବା ପାଇଁ ବିସିସିଆଇ ଚେତାବନୀ ଦେବା ପରେ ଆଜି ଜଷ୍ଟିସ୍‌ ଆର୍‌ଏମ୍‌ ଲୋଧାଙ୍କ ନେତୃତ୍ୱାଧୀନ କମିଟି ସ୍ପଷ୍ଟୀକରଣ ଦେଇଛନ୍ତି ଯେ ବୋର୍ଡର ଆକାଉଣ୍ଟ୍‌ ଗୁଡ଼ିକୁ ଅଚଳ କରିବା ପାଇଁ ବ୍ୟାଙ୍କଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇନାହିଁ। ତେଣୁ ବିସିସିଆଇ ତାର ଦୈନନ୍ଦିନ ଖର୍ଚ୍ଚ ଆରମରେ କରିପାରିବ।

ଜଷ୍ଟିସ୍ ଲୋଧା କହିଛନ୍ତି,“ଆମେ ବିସିସିଆଇର ବ୍ୟାଙ୍କ୍ ଆକାଉଣ୍ଟ ଅଚଳ କରିବାକୁ ନିର୍ଦ୍ଦେଶ ଦେଇ ନାହୁଁ। ଆମେ କେବଳ ବିସିସିଆଇକୁ ଏହାର ରାଜ୍ୟ ସଂଘ ଗୁଡ଼ିକୁ ଅର୍ଥ ନ ବାଣ୍ଟିବାକୁ କହିଛୁ। ତେଣୁ ବିସିସିଆଇ ଦୈନନ୍ଦିନ କାର୍ଯ୍ୟକ୍ରମ, ଖର୍ଚ୍ଚ ଓ ମ୍ୟାଚ୍ ବିନା କୌଣସି ପ୍ରତିବନ୍ଧକରେ ଚାଲି ପାରିବ।”

ବିସିସିଆଇ ପକ୍ଷରୁ କୁହାଯାଇଛି ଯେ ରାଜ୍ୟ କ୍ରିକେଟ୍ ସଂଘଗୁଡ଼ିକ ତାଙ୍କ ଉପରେ ନିର୍ଭରଶୀଳ। ଅର୍ଥ ନ ଦେଲେ ସେମାନେ ଦୈନନ୍ଦିନ କାର୍ଯ୍ୟକ୍ରମ ପରିଚାଳନା କରିବାରେ ଅସୁବିଧାର ସମ୍ମୁଖୀନ ହେବେ। ତେଣୁ ଚଳିତ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ୍ ବାଧାପ୍ରାପ୍ତ ହେବାର ସମ୍ଭାବନା ରହିଛି।

ଆଜି କେତେକ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲା ଯେ ବିସିସିଆଇର ଆକାଉଣ୍ଟ୍ ଅଚଳ କରିବାକୁ ଲୋଧା କମିଟି ନିର୍ଦ୍ଦେଶ ଦେବା ପରେ ଅବଶିଷ୍ଟ ନ୍ୟୁଜିଲାଣ୍ଡ ସିରିଜ୍ ହେବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏପରିକି ଅକ୍ଟୋବର ୮ ତାରିଖରେ ଇନ୍ଦୋରରେ ଖେଳା ଯିବାକୁ ଥିବା ତୃତୀୟ ଟେଷ୍ଟକୁ ନେଇ ବି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଗତକାଲି ଲୋଧା କମିଟି ପକ୍ଷରୁ ବିସିସିଆଇର ଆକାଉଣ୍ଟ୍ ଅଚଳ କରିବା ପାଇଁ ୟେସ୍ ବ୍ୟାଙ୍କ୍ ଓ ବ୍ୟାଙ୍କ୍ ଅଫ୍ ମହାରାଷ୍ଟ୍ରକୁ ନିର୍ଦ୍ଦେଶ ଦିଆଯାଇଥିବା ନେଇ ଖବର ପ୍ରକାଶିତ ହୋଇଥିଲା। ରାଜ୍ୟ କ୍ରିକେଟ୍ ବୋର୍ଡଗୁଡ଼ିକୁ ବାର୍ଷିକ ସବ୍‌ସିଡି ଦେବାରେ ଅନିୟମିତତା ଅଭିଯୋଗ କରି ଲୋଧା କମିଟି ପକ୍ଷରୁ ଏହି ନିର୍ଦ୍ଦେଶ ଦିଆଯାଇଥିବା କୁହାଯାଇଥିଲା।

ଆକାଉଣ୍ଟ୍ ଅଚଳ ହେଲେ ବିସିସିଆଇ ନ୍ୟୁଜିଲାଣ୍ଡ କ୍ରିକେଟ୍ ବୋର୍ଡକୁ ଟଙ୍କା ଦେବାରେ ଅସମର୍ଥ ହେବ। ତେଣୁ ଅନ୍ୟ କ୍ରିକେଟ୍ ବୋର୍ଡ ନିକଟରେ ଅପମାନିତ ହେବା ଅପେକ୍ଷା ସିରିଜ୍‌ରେ ପୂର୍ଣ୍ଣଛେଦ ପକାଇବା ଭଲ ବୋଲି ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଥିଲେ। ସେ କହିଥିଲେ,“ଆକାଉଣ୍ଟ ଅଚଳ କରିବା କିଛି ମଜା କଥା ନୁହେଁ। ଏକ ଅନ୍ତର୍ଜାତୀୟ ଟିମ୍ ଆସି ଏଠାରେ ଅଛି।”

ଅନ୍ୟପକ୍ଷରେ ଗଣମାଧ୍ୟମରେ ଏହି ରିପୋର୍ଟ ଆସିବା ପରେ ନ୍ୟୁଜିଲାଣ୍ଡ କ୍ରିକେଟର ମୁଖପାତ୍ର କହିଛନ୍ତି ଯେ ସେମାନେ ଏ ନେଇ ବିସିସିଆଇଠାରୁ କିଛି ଶୁଣି ନାହାନ୍ତି। ତାଙ୍କ ଟିମ୍ ଏବେ ତୃତୀୟ ଟେଷ୍ଟ୍ ପାଇଁ ପ୍ରସ୍ତୁତି ଚଲାଇଛି।

ଇନ୍ଦୋର ଟେଷ୍ଟ୍ ପରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ଟି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳାଯିବ। ଏହା ଅକ୍ଟୋବର ୧୬ ତାରିଖରୁ ଆରମ୍ଭ ହେବ।

ତିନିଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍‌ ସିରିଜ୍‌ରେ ଭାରତ ୨-୦ରେ ଆଗୁଆ ରହି ଏହାକୁ ଜିତି ସାରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story