ରାଞ୍ଚି ଦିନିକିଆ ଜିତିଲା ନ୍ୟୁଜିଲାଣ୍ଡ

ରାଞ୍ଚି: ରାଞ୍ଚିର ଜେଏସ୍‌ସିଏ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଥିବା ଚତୁର୍ଥ ଦିନିକିଆରେ ନ୍ୟୁଜିଲାଣ୍ଡ ଭାରତକୁ ୧୯ ରନ୍‌ରେ ପରାସ୍ତ କରିଛି। ଫଳରେ ୫ଟିକିଆ ସିରିଜ ୨-୨ରେ ବରାବର ହୋଇଛି। ୨୬୧ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇ ଥିବା ଭାରତ ୪୮.୪ ଓଭରରେ ସମସ୍ତ ୱିକେଟ୍‌ ହରାଇ ୨୪୧ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଭାରତ ପକ୍ଷରୁ ଆଜିଙ୍କ୍ୟ ରାହାଣେ ୭୦ ବଲ୍‌ରୁ ୫୭ (୫ ଚୌକା, ଗୋଟିଏ ଛକା), ବିରାଟ କୋହଲି ୫୧ ବଲ୍‌ରୁ ୪୫ […]

india

india

Rakesh Mallick
  • Published: Wednesday, 26 October 2016
  • Updated: 26 October 2016, 10:28 PM IST

Sports

Latest News

ରାଞ୍ଚି: ରାଞ୍ଚିର ଜେଏସ୍‌ସିଏ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଥିବା ଚତୁର୍ଥ ଦିନିକିଆରେ ନ୍ୟୁଜିଲାଣ୍ଡ ଭାରତକୁ ୧୯ ରନ୍‌ରେ ପରାସ୍ତ କରିଛି। ଫଳରେ ୫ଟିକିଆ ସିରିଜ ୨-୨ରେ ବରାବର ହୋଇଛି। ୨୬୧ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇ ଥିବା ଭାରତ ୪୮.୪ ଓଭରରେ ସମସ୍ତ ୱିକେଟ୍‌ ହରାଇ ୨୪୧ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଭାରତ ପକ୍ଷରୁ ଆଜିଙ୍କ୍ୟ ରାହାଣେ ୭୦ ବଲ୍‌ରୁ ୫୭ (୫ ଚୌକା, ଗୋଟିଏ ଛକା), ବିରାଟ କୋହଲି ୫୧ ବଲ୍‌ରୁ ୪୫ (୨ ଚୌକା, ୧ ଛକା) ଏବଂ ଏ. ପଟେଲ ୪୦ ବଲରୁ ୩୦ ରନ୍‌ (୩ ଚୌକା, ୧ ଛକା) କରିବାକୁ ସକ୍ଷମ ହୋଇଥିଲେ। ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ କ୍ରିଜରେ ବେଶି ସମୟ ତିଷ୍ଠି ପାରି ନ ଥିଲେ।

ନ୍ୟୁଜିଲାଣ୍ଡ ପକ୍ଷରୁ ସାଉଥି ୩ଟି ୱିକେଟ ନେଇଥିବା ବେଳେ ବୋଲ୍ଟ ଏବଂ ନିଶାମ ୨ଟି ଲେଖାଏଁ ୱିକେଟ୍‌ ଅକ୍ତିଆର କରିଥିଲେ।

ଅମିତ ମିଶ୍ରା ନ୍ୟୁଜିଲାଣ୍ଡର ୨ଟି ୱିକେଟ୍‌ ନେଇଥିବା ବେଳେ ଉମେଶ ଯାଦବ, ଧୱଲ କୁଲକର୍ଣ୍ଣୀ, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଏ. ପଟେଲ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos