ଆସନ୍ତାକାଲି ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ ଦିନିକିଆ

ନୂଆଦିଲ୍ଲୀ: ଆସନ୍ତାକାଲି ଦିଲ୍ଲୀର ଫିରୋଜ ଶାହ କୋଟଲା ଗ୍ରାଉଣ୍ଡରେ ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ ଦିନିକିଆ ମ୍ୟାଚ୍ ଖେଳା ଯିବ। ଦିନ ସାଢ଼େ ଗୋଟେରୁ ଏହି ମ୍ୟାଚ୍ ଖେଳାଯିବ। ୫ ଟି ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍‌ରେ ଭାରତ ୧-୦ରେ ଆଗୁଆ ରହିଛି। ଘରୋଇ ଦଳ ପ୍ରଥମ ଦିନିକିଆରେ ନ୍ୟୁଜିଲାଣ୍ଡକୁ ୬ ୱିକେଟ୍‌ରେ ପରାସ୍ତ କରିଥିଲା। ଆସନ୍ତାକାଲି ମ୍ୟାଚ୍‌କୁ ମଧ୍ୟ ଦଳ ଜିତି ସିରିଜ୍‌ରେ ଅଗ୍ରଣୀ ରହିବାକୁ ଚେଷ୍ଟା କରିବ। ଅନ୍ୟପକ୍ଷରେ ଭ୍ରମଣକାରୀ ଦଳ ମ୍ୟାଚ୍ ଜିତି ସିରିଜ୍‌ରେ ସ୍ଥିତି […]

kumble

kumble

Rakesh Mallick
  • Published: Wednesday, 19 October 2016
  • Updated: 19 October 2016, 06:14 PM IST

Sports

Latest News

kumbleନୂଆଦିଲ୍ଲୀ: ଆସନ୍ତାକାଲି ଦିଲ୍ଲୀର ଫିରୋଜ ଶାହ କୋଟଲା ଗ୍ରାଉଣ୍ଡରେ ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ ଦିନିକିଆ ମ୍ୟାଚ୍ ଖେଳା ଯିବ। ଦିନ ସାଢ଼େ ଗୋଟେରୁ ଏହି ମ୍ୟାଚ୍ ଖେଳାଯିବ। ୫ ଟି ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍‌ରେ ଭାରତ ୧-୦ରେ ଆଗୁଆ ରହିଛି। ଘରୋଇ ଦଳ ପ୍ରଥମ ଦିନିକିଆରେ ନ୍ୟୁଜିଲାଣ୍ଡକୁ ୬ ୱିକେଟ୍‌ରେ ପରାସ୍ତ କରିଥିଲା। ଆସନ୍ତାକାଲି ମ୍ୟାଚ୍‌କୁ ମଧ୍ୟ ଦଳ ଜିତି ସିରିଜ୍‌ରେ ଅଗ୍ରଣୀ ରହିବାକୁ ଚେଷ୍ଟା କରିବ। ଅନ୍ୟପକ୍ଷରେ ଭ୍ରମଣକାରୀ ଦଳ ମ୍ୟାଚ୍ ଜିତି ସିରିଜ୍‌ରେ ସ୍ଥିତି ବରାବର କରିବାକୁ ଉଦ୍ୟମ କରିବ।

ପ୍ରଥମ ଦିନିକିଆରେ ନ୍ୟୁଜିଲାଣ୍ଡ ଦଳ ୪୩.୫ ଓଭରରେ ୧୯୦ ରନ୍ କରି ଅଲ୍‌ଆଉଟ୍ ହୋଇଯାଇଥିଲା। ଭାରତ ୬ ୱିକେଟ୍‌ରେ ମ୍ୟାଚ୍ ଜିତି ଯାଇଥିଲା। କୋହଲି ୮୫ ରନ୍ କରି ଏହି ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।

ବିରାଟ କୋହଲିଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ୍‌କୁ ୩-୦ରେ ଜିତିଥିବା ବେଳେ ଏବେ ଧୋନି ଦିନିକିଆ ସିରିଜ୍‌କୁ ୫-୦ରେ ଜିତିବାକୁ ଚେଷ୍ଟା କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos