ଦକ୍ଷିଣ ଆଫ୍ରିକାରେ ଭାରତର ବିରାଟ କାରନାମ: ଦିନିକିଆ ପରେ ଟି-ଟ୍ୱେଣ୍ଟି ବି କବ୍‌ଜା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟି-ଟ୍ୱେଣ୍ଟି ସିରିଜ ହାତେଇଲା ଟିମ୍ ଇଣ୍ଡିଆ। ୭ ରନ୍‌ରେ ବିଜୟ ହେବା ସହ ସିରିଜକୁ ଭାରତ ୨-୧ରେ ଜିତି ନେଇଛି। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ନିର୍ଦ୍ଧାରିତ ଓଭରରେ ୭ ୱିକେଟ୍‌ ହରାଇ ୧୭୨ ରନ ସଂଗ୍ରହ କରି ପାରିଥିଲା। ସୁରେଶ ରାଇନା ମାତ୍ର ୨୭ ବଲରେ ଧୂଆଁଧାର ୪୩ ରନ ଓ ଶିଖର ଧାୱନ ୪୭ ରନର ବିସ୍ଫୋରକ ଇଂନିସ ଖେଳିଥିଲେ। ୧୭୩ ରନର ବିଜୟ ଲକ୍ଷ୍ୟରେ ଦକ୍ଷିଣ ଆଫ୍ରିକା […]

634763-vsdfn

634763-vsdfn

Rakesh Mallick
  • Published: Sunday, 25 February 2018
  • Updated: 25 February 2018, 09:13 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟି-ଟ୍ୱେଣ୍ଟି ସିରିଜ ହାତେଇଲା ଟିମ୍ ଇଣ୍ଡିଆ। ୭ ରନ୍‌ରେ ବିଜୟ ହେବା ସହ ସିରିଜକୁ ଭାରତ ୨-୧ରେ ଜିତି ନେଇଛି। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ନିର୍ଦ୍ଧାରିତ ଓଭରରେ ୭ ୱିକେଟ୍‌ ହରାଇ ୧୭୨ ରନ ସଂଗ୍ରହ କରି ପାରିଥିଲା। ସୁରେଶ ରାଇନା ମାତ୍ର ୨୭ ବଲରେ ଧୂଆଁଧାର ୪୩ ରନ ଓ ଶିଖର ଧାୱନ ୪୭ ରନର ବିସ୍ଫୋରକ ଇଂନିସ ଖେଳିଥିଲେ। ୧୭୩ ରନର ବିଜୟ ଲକ୍ଷ୍ୟରେ ଦକ୍ଷିଣ ଆଫ୍ରିକା ବ୍ୟାଟିଂ ଆରମ୍ଭ କରିଥିଲା। କିନ୍ତୁ ଭାରତୀୟ ବୋଲିଂକୁ ସାମ୍ନା କରିନପାରି ଦକ୍ଷିଣ ଆଫ୍ରିକା ୬ ୱିକେଟ ହରାଇ ୧୬୫ରନ କରିବାକୁ ସକ୍ଷମ ହୋଇଥିଲା। ଏହାସହ ମ୍ୟାଚ୍‌ ଓ ସିରିଜକୁ ହତାଛଡା କରିଥିଲା ଦକ୍ଷିଣ ଆଫ୍ରିକା। ସୁରେଶ ରାଇନାଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଘୋଷଣା କରାଯାଇଥିଲା। ସେହିପରି ଆକର୍ଷଣୀୟ ବୋଲିଂ କରିଥିବା ଭୁବନେଶ୍ୱର କୁମାର ମ୍ୟାନ ଅଫ ଦି ସିରିଜ ହୋଇଛନ୍ତି। ପୂର୍ବରୁ ଦକ୍ଷିଣ ଆଫ୍ରିକା ୨-୧ରେ ଟେଷ୍ଟ ସିରିଜ ଜିତିଥିବା ବେଳେ ଟିମ୍ ଇଣ୍ଡିଆ ଦିନିକିଆ ସିରିଜକୁ ୫-୧ରେ ଜିତିନେଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos