ନିଦାହାସ୍‌ ଟ୍ରଫି ହାତେଇଲା ଭାରତ: ଶେଷ ବଲ୍‌ରେ ଛକା ମାରି ଜିତାଇଲେ ଏହି ଖେଳାଳି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରୋମାଞ୍ଚକର ମ୍ୟାଚ୍‌ରେ ୪ ୱିକେଟ୍‌ରେ ବାଂଲାଦେଶକୁ ହରାଇ ନିଦାହାସ୍‌ ଟ୍ରଫି କବ୍‌ଜା କଲା ଭାରତ। ବାଂଲାଦେଶର ୧୬୭ରନ ଟାର୍ଗେଟ୍‌କୁ ପିଛା କରି ଶେଷ ବଲରେ ବିଜୟୀ ହୋଇଛି ଭାରତ। ଭାରତ ବିଜୟର ମୁଖ୍ୟ ନାୟକ ସାଜିଛନ୍ତି ଦିନେଶ କାର୍ତ୍ତିକ। ଯେତେବେଳେ ଭାରତ ଜିତିବାର ସବୁ ରାସ୍ତା ବନ୍ଦ ହୋଇଯାଇଥିଲା ସେତେବେଳେ ପଡ଼ିଆକୁ ଓହ୍ଲାଇଥିଲେ କାର୍ତ୍ତିକ। ସେ ମାତ୍ର ୮ଟି ବଲ୍‌କୁ ସାମ୍ନା କରି ୩ଟି ଛକା ଓ ୨ଟି  ଚୌକା ସହ ବିସ୍ଫୋରକ ୨୯ରନ […]

dinesh750_1521393939_618x347

dinesh750_1521393939_618x347

Rakesh Mallick
  • Published: Sunday, 18 March 2018
  • Updated: 18 March 2018, 11:20 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରୋମାଞ୍ଚକର ମ୍ୟାଚ୍‌ରେ ୪ ୱିକେଟ୍‌ରେ ବାଂଲାଦେଶକୁ ହରାଇ ନିଦାହାସ୍‌ ଟ୍ରଫି କବ୍‌ଜା କଲା ଭାରତ। ବାଂଲାଦେଶର ୧୬୭ରନ ଟାର୍ଗେଟ୍‌କୁ ପିଛା କରି ଶେଷ ବଲରେ ବିଜୟୀ ହୋଇଛି ଭାରତ। ଭାରତ ବିଜୟର ମୁଖ୍ୟ ନାୟକ ସାଜିଛନ୍ତି ଦିନେଶ କାର୍ତ୍ତିକ। ଯେତେବେଳେ ଭାରତ ଜିତିବାର ସବୁ ରାସ୍ତା ବନ୍ଦ ହୋଇଯାଇଥିଲା ସେତେବେଳେ ପଡ଼ିଆକୁ ଓହ୍ଲାଇଥିଲେ କାର୍ତ୍ତିକ। ସେ ମାତ୍ର ୮ଟି ବଲ୍‌କୁ ସାମ୍ନା କରି ୩ଟି ଛକା ଓ ୨ଟି  ଚୌକା ସହ ବିସ୍ଫୋରକ ୨୯ରନ କରି ଦଳକୁ ଜିତାଇଛନ୍ତି। ଶେଷ ଓଭରରେ ଭାରତ ଜିତିବା ପାଇଁ ୧୨ ରନ୍‌ ଥିବା ବେଳେ ପ୍ରଥମ ୫ଟି ବଲରେ ମାତ୍ର ୭ ରନ୍‌ ହୋଇପାରିଥିଲା। ଏବଂ ଶେଷ ବଲ୍‌ରେ ଭାରତକୁ ଜିତିବାକୁ ୫ ରନ୍‌ ଥିବାବେଳେ କାର୍ତ୍ତିକ ଏକ ପାରାଲାଲ୍‌ ଛକା ମାରି ଭାରତକୁ ଜିତାଇଛନ୍ତି। ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ନିର୍ଦ୍ଧାରିତ ୨୦ ଓଭରରେ ୮ ଓ୍ୱିକେଟ ହରାଇ କରିଥିଲା ୧୬୬ ରନ୍ କରିଥିଲା। ତେବେ ୬ ଓ୍ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା ଟିମ୍ ଇଣ୍ଡିଆ। ମ୍ୟାଚ୍‌ର ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ କାର୍ତ୍ତିକ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos