ଭାରତ-ପାକିସ୍ତାନ ମ୍ୟାଚ୍ ଟିକେଟ୍ ଦର ଆକାଶଛୁଆଁ

ଲଣ୍ଡନ: ଭାରତ ଓ ପାକିସ୍ତାନ ମଧ୍ୟରେ ରବିବାର ଓଲ୍ଡ ଟ୍ରାଫର୍ଡଠାରେ ହେବାକୁଥିବା ଆଇସିସି ବିଶ୍ୱକପ୍ ମ୍ୟାଚର ଟିକେଟ୍ ମୂଲ୍ୟ ୬୦ହଜାର ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଛି। ୨୦୧୩ ପରେ ଭାରତ ଓ ପାକିସ୍ତାନ ଟିମ୍ କୁଟନୀତିକ କାରଣରୁ କେବଳ ଆଇସିସି ଏବଂ ଏସିଆନ୍ କ୍ରିକେଟ୍ କାଉନସିଲ୍ ଦ୍ୱାରା ଆୟୋଜିତ ଟୁର୍ଣ୍ଣାମେଣ୍ଟରେ ମୁହାଁମୁହିଁ ହେଉଛନ୍ତି। ବ୍ରିଟେନରେ ଲକ୍ଷାଧିକ ଭାରତୀୟ ଏବଂ ପାକିସ୍ତାନୀ ବାସିନ୍ଦା ରହୁଛନ୍ତି ଏବଂ ଏହି କାରଣରୁ ଏହି ମହାମୁକାବିଲା ପାଇଁ ଟିକେଟ୍ ଦର ଆକାଶଛୁଆଁ ହେବାରେ ଲାଗିଛି। […]

tkt

tkt

Hemant Lenka
  • Published: Friday, 14 June 2019
  • Updated: 14 June 2019, 08:49 PM IST

Sports

Latest News

ଲଣ୍ଡନ: ଭାରତ ଓ ପାକିସ୍ତାନ ମଧ୍ୟରେ ରବିବାର ଓଲ୍ଡ ଟ୍ରାଫର୍ଡଠାରେ ହେବାକୁଥିବା ଆଇସିସି ବିଶ୍ୱକପ୍ ମ୍ୟାଚର ଟିକେଟ୍ ମୂଲ୍ୟ ୬୦ହଜାର ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଛି। ୨୦୧୩ ପରେ ଭାରତ ଓ ପାକିସ୍ତାନ ଟିମ୍ କୁଟନୀତିକ କାରଣରୁ କେବଳ ଆଇସିସି ଏବଂ ଏସିଆନ୍ କ୍ରିକେଟ୍ କାଉନସିଲ୍ ଦ୍ୱାରା ଆୟୋଜିତ ଟୁର୍ଣ୍ଣାମେଣ୍ଟରେ ମୁହାଁମୁହିଁ ହେଉଛନ୍ତି। ବ୍ରିଟେନରେ ଲକ୍ଷାଧିକ ଭାରତୀୟ ଏବଂ ପାକିସ୍ତାନୀ ବାସିନ୍ଦା ରହୁଛନ୍ତି ଏବଂ ଏହି କାରଣରୁ ଏହି ମହାମୁକାବିଲା ପାଇଁ ଟିକେଟ୍ ଦର ଆକାଶଛୁଆଁ ହେବାରେ ଲାଗିଛି।

୨୦ହଜାର କ୍ଷମତା ବିଶିଷ୍ଟ ମାଞ୍ଚେଷ୍ଟର ଷ୍ଟାଡିୟମରେ ହେବାକୁଥିବା ଏହି ମ୍ୟାଚର ଟିକେଟ୍ ୱିଣ୍ଡୋ ଖୋଲିବାର କେଇ ଘଣ୍ଟା ମଧ୍ୟରେ ସବୁଯାକ ବିକ୍ରି ହୋଇଯାଇଥିଲା। କିନ୍ତୁ ଯେଉଁ ଲୋକେ ସେହି ସମୟରେ ଟିକେଟ୍ କିଣିଥିଲେ, ସେମାନେ ବର୍ତ୍ତମାନ ଏହାକୁ ବିକ୍ରି କରି ଅଧିକ ଲାଭବାନ ହେଉଛନ୍ତି।

ଏଭଳି ଲୋକଙ୍କଠାରୁ ଟିକେଟ୍ ନେଇ ଏହାକୁ ପୁନର୍ବାର ବିକ୍ରି କରୁଥିବା ୱେବସାଇଟ୍  ଅନୁଯାୟୀ, ସେମାନଙ୍କ ପାଖରେ ପ୍ରାୟ ୪୮୦ ଟିକେଟ୍ ପୁଣିଥରେ ବିକ୍ରି ପାଇଁ ଆସିଛି ଏବଂ ଏଥିରେ ବ୍ରୋଞ୍ଜ, ଗୋଲ୍ଡ, ପ୍ଲାଟିନମ୍ ଏବଂ ସିଲଭର୍ କ୍ୟାଟେଗୋରୀର ଟିକେଟ୍ ଥିଲା। ୱେବସାଇଟ ଅନୁଯାୟୀ, ବ୍ରୋଞ୍ଜ ଏବଂ ସିଲଭର୍ କ୍ୟାଟେଗୋରୀର ଟିକେଟ୍ ବିକ୍ରି ହୋଇସାରିଛି ଏବଂ ଏହାର ମୂଲ୍ୟ ୧୭ହଜାରୁ ୨୭ହଜାର ଟଙ୍କା ପର୍ଯ୍ୟନ୍ତ ରହିଥିଲା।

ଶୁକ୍ରବାର ପର୍ଯ୍ୟନ୍ତ ୫୮ ଗୋଲ୍ଡ ଓ ୫୧ ପ୍ଲାଟିନମ୍ କ୍ୟାଟେଗୋରୀ ଉପଲବ୍ଧ ଥିଲା, ଯାହାର ମୂଲ୍ୟ ୪୭ହଜାର ଟଙ୍କାରୁ ୬୨ହଜାର ଟଭ୍କା ପର୍ଯ୍ୟନ୍ତ ରଖାଯାଇଛି। ବ୍ରୋଞ୍ଜ ଓ ସିଲଭର୍ କ୍ୟାଟେଗୋରୀ ଟିକେଟର ମୂଲ୍ୟ ମଧ୍ୟରେ ୫ହଜାର ଟଙ୍କାର ବ୍ୟବଧାନ ରହିଛି, କାରଣ ଏହି କ୍ଷେତ୍ରରେ ମଦ୍ୟପାନ କରିବା ପାଇଁ ଅନୁମତି ଅଛି। ତେଣୁ ଏହି ଦୁଇଟି କ୍ୟାଟେଗୋରୀ ଟିକେଟ୍ ପାଇଁ ବହୁତ ଚାହିଦା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos