ଶ୍ରୀଲଙ୍କା ବିପକ୍ଷରେ ଭାରତର ସହଜ ବିଜୟ, ରୋହିତ ଓ ରାହୁଲଙ୍କ ଶତକ

ଲିଡ୍‌ସ: ଚଳିତ ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆ ଏକ ପାଖିଆ ଭାବେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ବିଶ୍ୱକପ୍‌ର ଶେଷ ଲିଗ୍‌ ମ୍ୟାଚ୍‌ରେ ଭାରତ ଆଗରେ ଶ୍ରୀଲଙ୍କା ୨୬୫ ରନ୍‌ର ଟାର୍ଗେଟ ରଖିଥିଲା। ତେବେ ରୋହିତ ଶର୍ମା ଓ କେଏଲ୍‌ ରାହୁଲଙ୍କ ଶତକ ବଳରେ ଟିମ୍‌ ଇଣ୍ଡିଆ ଏହି ଟାର୍ଗେଟକୁ ୩୯ ବଲ ପୂର୍ବରୁ ହାସଲ କରି ନେଇଛି। ଭାରତ ୭ ୱିକେଟ୍‌ରେ ଶ୍ରୀଲଙ୍କାକୁ ପରାସ୍ତ କରି ଟେବୁଲ ଶୀର୍ଷରେ ପହଞ୍ଚି ଯାଇଛି। ଯଦି ଅଷ୍ଟ୍ରେଲିଆ ପ୍ରତିପକ୍ଷ ଦକ୍ଷିଣ ଆଫ୍ରିକାକୁ […]

sdd

sdd

Hemant Lenka
  • Published: Saturday, 06 July 2019
  • Updated: 06 July 2019, 10:39 PM IST

ଲିଡ୍‌ସ: ଚଳିତ ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆ ଏକ ପାଖିଆ ଭାବେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ବିଶ୍ୱକପ୍‌ର ଶେଷ ଲିଗ୍‌ ମ୍ୟାଚ୍‌ରେ ଭାରତ ଆଗରେ ଶ୍ରୀଲଙ୍କା ୨୬୫ ରନ୍‌ର ଟାର୍ଗେଟ ରଖିଥିଲା। ତେବେ ରୋହିତ ଶର୍ମା ଓ କେଏଲ୍‌ ରାହୁଲଙ୍କ ଶତକ ବଳରେ ଟିମ୍‌ ଇଣ୍ଡିଆ ଏହି ଟାର୍ଗେଟକୁ ୩୯ ବଲ ପୂର୍ବରୁ ହାସଲ କରି ନେଇଛି। ଭାରତ ୭ ୱିକେଟ୍‌ରେ ଶ୍ରୀଲଙ୍କାକୁ ପରାସ୍ତ କରି ଟେବୁଲ ଶୀର୍ଷରେ ପହଞ୍ଚି ଯାଇଛି।

ଯଦି ଅଷ୍ଟ୍ରେଲିଆ ପ୍ରତିପକ୍ଷ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଦିଏ, ତା’ହେଲେ ଭାରତ ପୁଣି ଦ୍ୱିତୀୟ ସ୍ଥାନକୁ ଖସି ଆସିବ। ଏଥିସହ ଭାରତ ଆୟୋଜକ ଇଂଲଣ୍ଡ ସହ ସେମିଫାଇନାଲରେ ଲଢ଼େଇ କରିବ। ଅନ୍ୟଥା ଟେବୁଲ ଶୀର୍ଷରେ ରହି ମଙ୍ଗଳବାର ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ପ୍ରଥମ ସେମିଫାଇନାଲ ଖେଳିବ।

୨୬୫ ରନ୍‌ର ଟାର୍ଗେଟ ପାଇଥିବା ଟିମ୍‌ ଇଣ୍ଡିଆର ଦୁଇ ଓପନର ରୋହିତ ଶର୍ମା ଓ କେଏଲ ରାହୁଲ ଦମଦାର ଆରମ୍ଭ କରିଥିଲେ। ରାହୁଲ ଜଗିରଖି ବ୍ୟାଟିଂ କରୁଥିବା ବେଳେ ରୋହିତ ଚିରାଚରିତ ବିସ୍ଫୋରକ ଢଙ୍ଗରେ ଇନିଂସ୍‌ ଆରମ୍ଭ କରିଥିଲେ। ମାତ୍ର ୪୮ଟି ବଲ୍‌ରେ ରୋହିତ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଏହାପରେ ରନ୍‌ ଗତିକୁ ଦ୍ରୁତ ଗତିରେ ଆଗକୁ ନେଇଥିଲେ।

ରାହୁଲ ମଧ୍ୟ ତାଙ୍କୁ ଭରପୂର ସହଯୋଗ କରିଥିଲେ। ଉଭୟ ଦ୍ରୁତ ଗତିରେ ରନ୍‌ ସଂଗ୍ରହ କରିବା ସହ ୧୮ ଓଭର୍‌ ମଧ୍ୟରେ ଦଳୀୟ ସ୍କୋରକୁ ୧୦୦ ପାର କରାଇଥିଲେ। ଦଳୀୟ ସ୍କୋର ୧୦୦ ପାର ହେବା ପରେ ରୋହିତ ଆହୁରି ଆକ୍ରମଣାତ୍ମକ ରୂପ ଧାରଣ କରିଥିଲେ।

ରୋହିତ ୯୨ଟି ବଲ୍‌ରେ ଶତକ ହାସଲ କରିଥିଲେ। ଏହା ଚଳିତ ବିଶ୍ୱକପ୍‌ରେ ରୋହିତଙ୍କ ୫ମ ଶତକ। ଏପରି ଗୋଟିଏ ବିଶ୍ୱକପ୍‌ରେ ୫ଟି ଶତକ ହାସଲ କରିବାରେ ରୋହିତ ବିଶ୍ୱର ପ୍ରଥମ ଖେଳାଳି ହୋଇଛନ୍ତି।

ରୋହିତ ତାଙ୍କ ଶତକୀୟ ଇନିଂସ୍‌ରେ ୧୪ଟି ଚୌକା ଓ ୨ଟି ବିଶାଳ ଛକା ମାରିଥିଲେ। ତେବେ ୧୦୩ ରନ୍‌ କରିଥିବା ରୋହିତଙ୍କୁ କସୁନ ରଜିଥା ଆଉଟ୍‌ କରି ଭାରତକୁ ପ୍ରଥମ ଝଟ୍‌କା ଦେଇଥିଲେ। ଆଉଟ୍‌ ହେବା ପୂର୍ବରୁ ରୋହିତ ଓ ରାହୁଲ ପ୍ରଥମ ୱିକେଟ୍‌ ପାଇଁ ରେକର୍ଡ ୧୮୯ ରନ୍‌ର ଭାଗିଦାରୀ କରିଥିଲେ।

ରୋହିତ ଆଉଟ୍‌ ହେବା ପରେ ରାହୁଲ ବଡ଼ ଶଟ୍‌ ଖେଳିବା ଆରମ୍ଭ କରିଥିଲେ। ସେ ୧୦୯ ବଲ୍‌ରେ ବିଶ୍ୱକପ୍‌ରେ ପ୍ରଥମ ଶତକ ହାସଲ କରିଥିଲେ। ଶତକ ହାସଲ କରିବା ପରେ ରାହୁଲ କିଛି ଆକର୍ଷଣୀୟ ଶଟ୍‌ ଖେଳିଥିଲେ। କିନ୍ତୁ ୧୧୧ ରନ୍‌ କରିଥିବା ରାହୁଲଙ୍କୁ ଏକ ଧିମା ବାଉନ୍ସରରେ ଲସିଥ ମାଲିଙ୍ଗା ଆଉଟ୍‌ କରି ତାଙ୍କ ଇନିଂସ୍‌ରେ ପୂର୍ଣ୍ଣଚ୍ଛେଦ ପକାଇଥିଲେ।

୩ ନଂରେ ବ୍ୟାଟିଂ କରିବାକୁ ଆସିଥିବା ବିରାଟ୍‌ କୋହଲି ମଧ୍ୟ ଦ୍ରୁତ ଗତିରେ ରନ୍‌ ସଂଗ୍ରହ କରିଥିଲେ। ତେବେ ୪ନଂରେ ଆସିଥିବା ରିଷଭ ପନ୍ତ ମାତ୍ର ୪ ରନ୍‌ କରିବାକୁ ସକ୍ଷମ ହୋଇଥିଲେ। ଶେଷ ଯାଏ ବିରାଟ୍‌(୩୪) ଓ ହାର୍ଦ୍ଦିକ ପାଣ୍ଡ୍ୟା (୭) ଅପରାଜିତ ରହି ଟିମ୍‌ ଇଣ୍ଡିଆର ବିଜୟ ମୁଣ୍ଡି ମାରିଥିଲେ।

ଏହାପୂର୍ବରୁ ଅଭିଜ୍ଞ ଆଞ୍ଜେଲୋ ମାଥ୍ୟୁସଙ୍କ ଶତକ ଓ ଲାହିରୁ ଥିରିମାନେଙ୍କ ୫୩ ରନ୍‌ ବଳରେ ଶ୍ରୀଲଙ୍କା ୭ ୱିକେଟ୍‌ ହରାଇ ୨୬୪ ରନ୍‌ କରିଥିଲା। ଭାରତ ପକ୍ଷରୁ ବୁମରା ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ ଭୁବନେଶ୍ୱର କୁମାର, ହାର୍ଦ୍ଦିକ ପାଣ୍ଡ୍ୟା, କୁଲଦୀପ ଯାଦବ ଓ ରବୀନ୍ଦ୍ର ଜାଡେଜା ଗୋଟିଏ ଲେଖାଏ ୱିକେଟ୍ ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story