ଭାରତର ବ୍ୟାଟିଂ ବିପର୍ଯ୍ୟୟ: କୋହଲି ଓ ରୋହିତ ଆଉଟ୍‌

ଭୁବନେଶ୍ୱର: ପାକିସ୍ତାନର ବିଶାଳ ସ୍କୋର୍‌ ଆଗରେ ଟିମ୍‌ ଇଣ୍ଡିଆର ବ୍ୟାଟିଂ ବିପର୍ଯ୍ୟୟ। ଓପନର୍ ରୋହିତ ଶର୍ମା ବିନା କୌଣସି ରନ କରି ପ୍ରଥମ ଓଭରରେ ଆଉଟ୍‌ ହୋଇଥିବା ବେଳେ ଶିଖର ଧାୱନ ୨୧ ଓ ବିରାଟ କୋହଲି ମାତ୍ର ୫ରନ କରି ଆଉଟ୍‌ ହୋଇଯାଇଛନ୍ତି। ଏଭଳି ଏକ ବଡ୍‌ ମ୍ୟାଚ୍‌ରେ ଭାରତର ଏହି ୩ ପ୍ରମୁଖ ଖେଳାଳି ସହଜରେ ଆଉଟ୍‌ ହୋଇଯିବା ଭାରତ ପାଇଁ ଏକ ବଡ ଝଟ୍‌କା। ଭାରତୀୟ ଫ୍ୟାନଙ୍କୁ ଏହା ନିରାଶ କରିଛି।