ଭାରତ-ଇଂଲଣ୍ଡ ମ୍ୟାଚ୍: ଭାରତୀୟ ପ୍ରଶଂସକଙ୍କ ପାଖରେ ଅଧାରୁ ଅଧିକ ଟିକେଟ୍

ଲଣ୍ଡନ: ବିଶ୍ୱକପରେ ରବିବାର ଭାରତ ଓ ଇଂଲଣ୍ଡ ମଧ୍ୟରେ ହେବାକୁଥିବା ମ୍ୟାଚ୍ ଉପରେ ସମସ୍ତଙ୍କ ନଜର ରହିଛି। ଏହି ମ୍ୟାଚ୍ ଇଂଲଣ୍ଡ ପାଇଁ ‘କର ବା ମର’। ଏହି ମ୍ୟାଚ୍ ହାରିଲେ ଇଂଲଣ୍ଡ ବିଶ୍ୱକପରୁ ବିଦାୟ ନେଇଯିବ। ଇଂଲଣ୍ଡର ପ୍ରଶଂସକ ଏହି ମ୍ୟାଚର ମଜା ଏଜବାଷ୍ଟନ୍ ମଇଦାନରେ ନେବାକୁ ଚାହାନ୍ତି, କିନ୍ତୁ ମ୍ୟାଚର ସବୁ ଟିକେଟ୍ ପୂର୍ବରୁ ହିଁ ବିକ୍ରି ହୋଇସାରିଛି।

ଏଜବାଷ୍ଟନ ମଇଦାନରେ ରବିବାର ଅଧାରୁ ଅଧିକ ପ୍ରଶଂସକ ଭାରତୀୟ ଉପସ୍ଥିତ ରହିବେ। ଆଇସିସି ମୁତାବକ ୫୫ ପ୍ରତିଶତ ଟିକେଟ୍ ଭାରତୀୟ ଦର୍ଶକ ପୂର୍ବରୁ ହିଁ କିଣି ନେଇଛନ୍ତି। ଏଜବାଷ୍ଟନର ଷ୍ଟାଡିୟମରେ ଦର୍ଶକଙ୍କ କ୍ଷମତା ୨୪,୨୦୦ ରହିଛି। ଅର୍ଥାତ୍ ବିଶ୍ୱକପରେ ଇଂଲଣ୍ଡକୁ କୌଣସି ମୁକାବିଲା ତୁଳନାରେ ଏଠାରେ କମ୍ ସମର୍ଥକ ମିଳିବେ।

ଇଂଲଣ୍ଡର ପ୍ରଶଂସକ ଏବେବି ଟିକେଟ୍ ଅପେକ୍ଷାରେ ଅଛନ୍ତି। କିନ୍ତୁ ଏବେ ଏହି ଟିକେଟ୍ ସେମାନଙ୍କ ପକେଟ୍ ଉପରେ ଭାରୀ ପଡ଼ିବ। କିଛିଦିନ ତଳେ ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ମ୍ୟାଚର ଟିକେଟ୍ ଅଢ଼େଇ ହଜାର ପାଉଣ୍ଡରେ ମିଳିଥିଲା। ଏଭଳି ସ୍ଥିତିରେ ଏବେ ଇଂଲଣ୍ଡକୁ ଟିକେଟ୍ ମହଙ୍ଗାରେ ମିଳିପାରେ।

ବିଶ୍ୱକପ୍ ମ୍ୟାଚର ଟିକେଟ୍ ପାଇଁ ଗତବର୍ଷ ହିଁ ଆଇସିସି ରେଜିଷ୍ଟ୍ରେସନ୍ ପ୍ରକ୍ରିୟା ଆରମ୍ଭ କରିଦେଇଥିଲା। ୮ଲକ୍ଷ ଟିକେଟ୍ ପାଇଁ ୩୦ ଲକ୍ଷ ଲୋକ ଆବେଦନ କରିଥିଲେ। ଇଂଲଣ୍ଡରେ କିଛି ୱେବସାଇଟ୍ ଏହି ଟିକେଟଗୁଡ଼ିକୁ ଏବେ ରିସେଲ୍ କରୁଛି। ଏଜବାଷ୍ଟନରେ ଇଂଲଣ୍ଡର ରେକର୍ଡ ଭଲ ରହିଛି। ଟେଷ୍ଟ, ଦିନିକିଆ ଓ ଟି-୨୦କୁ ମିଶାଇ ଇଂଲଣ୍ଡ ଏଠାରେ ତା’ର ଶେଷ ୯ଟି ମ୍ୟାଚରେ ବିଜୟୀ ହୋଇଛି।