ଜିମ୍ବାୱେ ବିପକ୍ଷ ସିରିଜ୍‌ ଜିତିବା ଲକ୍ଷ୍ୟରେ ଭାରତ

ହାରାରେ: ହାରାରେ ସ୍ପୋର୍ଟ୍ସ କ୍ଲବ ଷ୍ଟାଡିୟମରେ ଆସନ୍ତାକାଲି ଜିମ୍ବାୱେ ଓ ଭାରତ ମଧ୍ୟରେ ଦ୍ୱିତୀୟ ଦିନିକିଆ ଖେଳାଯିବା। ଏହି ମ୍ୟାଚ୍‌ ଭାରତୀୟ ସମୟ ଦିନ ୧୨ଟା ୩୦ରେ ଖେଳାଯିବ। ୩ ଟିକିଆ ସିରିଜ୍‌ରୁ ଭାରତ ଗୋଟିଏ ମ୍ୟାଚ୍‌ ଜିତିଥିବାରୁ ଦଳର ମନୋବଳ ଦୃଢ ରହିଛି। ଦ୍ୱିତୀୟ ମ୍ୟାଚ୍‌ ଜିତିବା ଲକ୍ଷ୍ୟରେ ରହିଛି ଧୋନୀ ବାହିନୀ। ଅନ୍ୟପକ୍ଷରେ ଜିମ୍ବାୱେ ଗତ ମ୍ୟାଚ୍‌ରେ ପାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଓ ଦୁର୍ବଳ ବୋଲିଂ କରିଥିଲା। ଏହି ଦୁଇ ଦିଗକୁ ପ୍ରାଧାନ୍ୟ ଦେଇପାରେ […]

india-vs-zim

india-vs-zim

Rakesh Mallick
  • Published: Sunday, 12 June 2016
  • Updated: 12 June 2016, 05:47 PM IST

Sports

Latest News

ହାରାରେ: ହାରାରେ ସ୍ପୋର୍ଟ୍ସ କ୍ଲବ ଷ୍ଟାଡିୟମରେ ଆସନ୍ତାକାଲି ଜିମ୍ବାୱେ ଓ ଭାରତ ମଧ୍ୟରେ ଦ୍ୱିତୀୟ ଦିନିକିଆ ଖେଳାଯିବା। ଏହି ମ୍ୟାଚ୍‌ ଭାରତୀୟ ସମୟ ଦିନ ୧୨ଟା ୩୦ରେ ଖେଳାଯିବ।

୩ ଟିକିଆ ସିରିଜ୍‌ରୁ ଭାରତ ଗୋଟିଏ ମ୍ୟାଚ୍‌ ଜିତିଥିବାରୁ ଦଳର ମନୋବଳ ଦୃଢ ରହିଛି। ଦ୍ୱିତୀୟ ମ୍ୟାଚ୍‌ ଜିତିବା ଲକ୍ଷ୍ୟରେ ରହିଛି ଧୋନୀ ବାହିନୀ।

ଅନ୍ୟପକ୍ଷରେ ଜିମ୍ବାୱେ ଗତ ମ୍ୟାଚ୍‌ରେ ପାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଓ ଦୁର୍ବଳ ବୋଲିଂ କରିଥିଲା। ଏହି ଦୁଇ ଦିଗକୁ ପ୍ରାଧାନ୍ୟ ଦେଇପାରେ ଦଳ। ଏଥିରେ କରିଥିବା ତ୍ରୁଟିକୁ ସୁଧାରି ଦଳ ଆସନ୍ତକାଲି ପଡିଆକୁ ଓହ୍ଲେଇବ। ଦଳ ଗତକାଲି ଭାରତଠାରୁ ୯ ୱିକେଟରେ ପରାସ୍ତ ହୋଇଥିଲା।

ଭାରତୀୟ ଦଳ: ଏମ୍‌ଏସ୍‌ ଧୋନୀ (ଅଧିନାୟକ), କେଏଲ୍‌ ରାହୁଲ, ଫୈଜ ଫୈଜଲ, ମନଦୀପ ପାଣ୍ଡେ, କରୁଣ ନାୟାର, ଆମ୍ଭାତୀ ରାୟୁଡୁ, ରିଷି ଧାୱନ, ଅକ୍ଷର ପଟେଲ, ଜୟନ୍ତ ଯାଦବ୍‌, ଧୱଲ କୁଲକର୍ଣ୍ଣୀ, ଜସପ୍ରୀତ ବୁମ୍ରାହ, ବରିନ୍ଦର ଶ୍ରାନ୍‌, ମନଦୀପ ସିଂହ, କେଦାର ଯାଦବ, ଜୟଦେବ ଉନାଡକଟ୍‌ ଓ ଯଜୁବେନ୍ଦ୍ର ଚହଲ।

ଜିମ୍ବାୱେ ଦଳ: ଗ୍ରାଏମ୍‌ କ୍ରାଏମି(ଅଧିନାୟକ), ତଣ୍ଡାଇ ଛତାର, ଛାମୁ ଛିମ୍ବାମ୍ବା, ଏଲଟନ୍‌ ଚିଗୁମ୍ବୁରା, ତିଣ୍ଡାଇ ଛିଶୋରୋ, କ୍ରେଗ୍‌ ଆୟାରଭିନ୍‌, ନେଭିଲ୍‌ ମାଦ୍‌ଜିଭା, ଟିମିସେନ୍‌ ମୁରୁମା, ହାମିଲଟନ୍‌ ମାଶାକାଜାଦା, ୱିଲିଂଟନ୍‌ ମାଶାକାଜାଦା, ପଟଇର ମୂର, ତାୱାନ୍ଦା ମୁପାରିୱା, ରିଚ୍‌ମୁନ୍ଦ ମୁଟୁମ୍ବାମି, ତୁରାଇ ମୁଜାରାବାନୀ, ଭୂଶି ଭିବାନ୍ଦା, ଶିନ୍ଦର ରାଜା, ଡୋନାଲ୍ଡୋ ତିରିପାନୋ ଓ ସିନ୍‌ ୱିଲିୟମସ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos