ଭାରତ-ୱେଷ୍ଟଇଣ୍ଡିଜ ୪ର୍ଥ ଟେଷ୍ଟ: ପ୍ରଥମ ଦିନରେ ୱେଷ୍ଟଇଣ୍ଡିଜ ୬୨/୨, ବର୍ଷା ସାଜିଲା ବାଧକ

ପୋର୍ଟ ଅଫ୍‌ ସ୍ପେନ୍‌ (ତ୍ରିନିଦାଦ): ଗତକାଲି ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଆରମ୍ଭ ହୋଇଥିବା ଚତୁର୍ଥ ଟେଷ୍ଟର ପ୍ରଥମ ଦିନରେ ବର୍ଷା ବାଧକ ସାଜିଛି। ଗୁରୁବାର ମାତ୍ର ୨୨ ଓଭର ଖେଳ ହୋଇପାରିଥିଲା। ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ ୨ ୱିକେଟ୍‌ ହରାଇ ୬୨ ରନ୍‌ ସଂଗ୍ରହ କରିଥିବା ବେଳେ ବର୍ଷା ଯୋଗୁଁ ଆଉ ଖେଳ ସମ୍ଭବ ହୋଇପାରି ନ ଥିଲା। ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ୱେଷ୍ଟଇଣ୍ଡିଜର ଆରମ୍ଭ ଭଲ ହୋଇ ନ ଥିଲା। […]

india-vs-west

india-vs-west

Rakesh Mallick
  • Published: Friday, 19 August 2016
  • Updated: 19 August 2016, 10:28 AM IST

ପୋର୍ଟ ଅଫ୍‌ ସ୍ପେନ୍‌ (ତ୍ରିନିଦାଦ): ଗତକାଲି ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଆରମ୍ଭ ହୋଇଥିବା ଚତୁର୍ଥ ଟେଷ୍ଟର ପ୍ରଥମ ଦିନରେ ବର୍ଷା ବାଧକ ସାଜିଛି। ଗୁରୁବାର ମାତ୍ର ୨୨ ଓଭର ଖେଳ ହୋଇପାରିଥିଲା। ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ ୨ ୱିକେଟ୍‌ ହରାଇ ୬୨ ରନ୍‌ ସଂଗ୍ରହ କରିଥିବା ବେଳେ ବର୍ଷା ଯୋଗୁଁ ଆଉ ଖେଳ ସମ୍ଭବ ହୋଇପାରି ନ ଥିଲା।

ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ୱେଷ୍ଟଇଣ୍ଡିଜର ଆରମ୍ଭ ଭଲ ହୋଇ ନ ଥିଲା। ଓପନର ଏଲ୍‌. ଜନ୍‌ସନ୍‌ ୯ ରନ୍‌ କରି ଆଉଟ୍‌ ହୋଇଥିଲେ। ୱାନ ଡାଉନରେ କ୍ରିଜ୍‌କୁ ଆସିଥିବା ଡାରେନ ବ୍ରାଭୋ ମଧ୍ୟ ବେଶି କିଛି କରିପାରି ନ ଥିଲେ। ମାତ୍ର ୧୦ ରନ୍‌ କରି ସେ ପାଭିଲିୟନକୁ ଫେରି ଯାଇଥିଲେ। ଭାରତ ପକ୍ଷରୁ ଇଶାନ୍ତ ଶର୍ମା ଏବଂ ଆର. ଅଶ୍ୱିନ ଗୋଟିଏ ଲେଖାଏଁ ୱିକେଟ୍‌ ନେଇଛନ୍ତି।

ପ୍ରଥମ ଟେଷ୍ଟକୁ ଭାରତ ଗୋଟିଏ ଇନିଂସ ଓ ୯୨ ରନ୍‌ରେ ଜିତିଥିବା ବେଳେ ଦ୍ୱିତୀୟ ଟେଷ୍ଟ୍‌ ଡ୍ର’ ରହିଥିଲା। ତୃତୀୟ ଟେଷ୍ଟକୁ ୨୩୭ ରନ୍‌ରେ ଜିତିଥିଲା ଟିମ୍ ଇଣ୍ଡିଆ।  ୪ ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍‌ରେ ଭାରତ ୨-୦ରେ ଆଗୁଆ ରହିଛି।

ଭାରତ ଚତୁର୍ଥ ଟେଷ୍ଟରେ ୱେଷ୍ଟଇଣ୍ଡିଜ୍‌କୁ ବଡ଼ ବ୍ୟବଧାନରେ ହରାଇ ମାନ୍ୟତାର ଶୀର୍ଷ ସ୍ଥାନ ବଜାୟ ରଖିବାକୁ ଚେଷ୍ଟା କରିବ। ୧୧୨ ରେଟିଂ ସହ ଭାରତ ଏବେ ଆଇସିସି ମାନ୍ୟତାର ଶ୍ରେଷ୍ଠ ସ୍ଥାନରେ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos