ରାଜକୋଟରେ ରୋହିତ ରାଜ୍‌, ମ୍ୟାଚ୍‌ ଜିତି ସିରିଜ ବରାବର କଲା ଟିମ୍‌ ଇଣ୍ଡିଆ

ଅହମଦାବାଦ୍‌: ନିଜର ୧୦୦ତମ ଟି-୨୦ ମ୍ୟାଚ୍‌ ଖେଳୁଥିବା ରୋହିତ ଶର୍ମାଙ୍କ ସୁପର ଶୋ’ରେ ଟିମ୍‌ ଇଣ୍ଡିଆ ପ୍ରତିପକ୍ଷ ବାଂଲାଦେଶକୁ ଏକତରଫା ଭାବେ ପରାସ୍ତ କରିଛି। ଏହି ବିଜୟ ସହ ବାଂଲାଦେଶଠାରୁ ଦିଲ୍ଲୀ ଟି-୨୦ ପରାଜୟର ମଧୁର ପ୍ରତିଶୋଧ ମଧ୍ୟ ନେଇଛି ଟିମ୍‌ ଇଣ୍ଡିଆ। ଖାଲି ସେତିକି ନୁହେଁ ଟିମ ଇଣ୍ଡିଆର ରାଜକୋଟ ବିଜୟ ପରେ ଟି-୨୦ ସିରିଜ୍‌ ଏବେ ୧-୧ରେ ବରାବର ହୋଇଯାଇଛି। ବାଂଲାଦେଶ ଦେଇଥିବା ୧୫୪ ରନ୍‌ ଟାର୍ଗେଟରୁ ରୋହିତ ଏକାକୀ ୮୫ ରନ୍‌ର ମ୍ୟାଚ […]

svx

svx

Hemant Lenka
  • Published: Thursday, 07 November 2019
  • Updated: 07 November 2019, 10:40 PM IST

Sports

Latest News

ଅହମଦାବାଦ୍‌: ନିଜର ୧୦୦ତମ ଟି-୨୦ ମ୍ୟାଚ୍‌ ଖେଳୁଥିବା ରୋହିତ ଶର୍ମାଙ୍କ ସୁପର ଶୋ’ରେ ଟିମ୍‌ ଇଣ୍ଡିଆ ପ୍ରତିପକ୍ଷ ବାଂଲାଦେଶକୁ ଏକତରଫା ଭାବେ ପରାସ୍ତ କରିଛି। ଏହି ବିଜୟ ସହ ବାଂଲାଦେଶଠାରୁ ଦିଲ୍ଲୀ ଟି-୨୦ ପରାଜୟର ମଧୁର ପ୍ରତିଶୋଧ ମଧ୍ୟ ନେଇଛି ଟିମ୍‌ ଇଣ୍ଡିଆ। ଖାଲି ସେତିକି ନୁହେଁ ଟିମ ଇଣ୍ଡିଆର ରାଜକୋଟ ବିଜୟ ପରେ ଟି-୨୦ ସିରିଜ୍‌ ଏବେ ୧-୧ରେ ବରାବର ହୋଇଯାଇଛି।

ବାଂଲାଦେଶ ଦେଇଥିବା ୧୫୪ ରନ୍‌ ଟାର୍ଗେଟରୁ ରୋହିତ ଏକାକୀ ୮୫ ରନ୍‌ର ମ୍ୟାଚ ୱିନଂ ଇନିଂସ ଖେଳିଛନ୍ତି। ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍‌ ହରାଇ ୧୫୩ ରନ କରିଥିଲା। ଟିମ୍‌ ଇଣ୍ଡିଆ ୧୫.୪ ଓଭରରେ ୨ ୱିକେଟ ହରାଇ ନିର୍ଦ୍ଧାରିତ ଲକ୍ଷ୍ୟକୁ ହାସଲ କରିନେଇଛି।

ଆଜିର ମ୍ୟାଚ୍‌ରେ ଟସ୍‌ ଜିତି ରୋହିତ ଶର୍ମା ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ। ବାଂଲାଦେଶ ଭଲ ଆରମ୍ଭ ପାଇଥିଲେ ହେଁ ଏହାକୁ ବଡ଼ ସ୍କୋରରେ ପରିଣତ କରିପାରି ନଥିଲା। ଏକଦା ୬ ଓଭରରେ ୫୪ ରନ୍‌ କରିଥିବା ବାଂଲାଦେଶ ଶେଷରେ ୧୫୩ ରନ୍‌ରେ ଅଟକି ଯାଇଥିଲା।

୧୫୪ ରନ୍‌ର ଟାର୍ଗେଟ ନେଇ ମଇଦାନକୁ ଓହ୍ଲାଇଥିବା ଟିମ୍‌ ଇଣ୍ଡିଆ ପାଇଁ ଅଧିନାୟକ ରୋହିତ ଶର୍ମା ଓ ଶିଖର ଧୱନ ଇନିଂସ୍‌ ଆରମ୍ଭ କରିଥିଲେ। ବିଶେଷ କରି ରୋହିତ ଶର୍ମା ନିଜର ଆକ୍ରମଣାତ୍ମକ ରୂପ ଦେଖାଇଥିଲେ। ମୁସ୍ତାଫିଜୁର ରେହମାନ ଓ ଅଲ ଅମୀନଙ୍କ ଓଭରରେ ରୋହିତ ଲଗାତର ଚୌକା ଏବଂ ଛକା ମାରି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ।

ମାତ୍ର ୨୩ ବଲରେ ସେ ନିଜ ଅର୍ଦ୍ଧଶତକ ହାସଲ କରିଥିଲେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସେ ଛକା ମାରି ହିଁ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ।  ଏହା ରୋହିତଙ୍କ ଟି-୨୦ କ୍ୟାରିୟରର ୧୮ତମ ଅର୍ଦ୍ଧଶତକ।

ତେବେ ଅର୍ଦ୍ଧଶତକ ହାସଲ କରିବା ପରେ ରୋହିତ ଆହୁରି ଦ୍ରୁତଗତିରେ ରନ୍‌ ସଂଗ୍ରହ କରିଥିଲେ। ସୈଫୁଲ୍ଲ ଇସଲାମଙ୍କ ୩ଟି ବଲରେ ୩ଟି ରୋହିତ ଛକା ମାରି ଭାରତ ମୁଠାକୁ ମ୍ୟାଚ୍‌ ଆଣିଦେଇଥିଲେ। ଏହି ୪୩ଟି ବଲରେ ୮୫ ରନ୍‌ର ଇନିଂସ୍‌ରେ ରୋହିତ ୬ଟି ଛକା ଓ ୬ଟି ଚୌକା ମାରିଛନ୍ତି।

ରୋହିତଙ୍କୁ ଏହି ବିଶାଳ ଇନିଂସ୍‌ରେ ଶିଖର ଧୱନ ଭରପୂର ସହଯୋଗ କରିଥିଲେ। ରୋହିତ ଏବଂ ଶିଖର ପ୍ରଥମ ୱିକେଟ ପାଇଁ ୧୦.୫ ଓଭରରେ ୧୧୮ ରନ୍‌ର ଭାଗିଦାରୀ କରିଥିଲେ। ଏହି ସମୟରେ ୪ ଚୌକା ସହ ୨୬ ବଲରେ ୩୧ ରନ୍‌ କରିଥିବା ଶିଖରଙ୍କୁ ଅମିନୁଲ ଇସଲାମ କ୍ଲିନବୋଲ୍ଡ କରି ପ୍ୟାଭିଲିୟନ ପଠାଇ ଦେଇଥିଲେ।
ଏହାପରେ ନିଜର ୧୦୦ତମ ମ୍ୟାଚ୍‌ରେ ଶତକ ହାସଲ ଦିଗରେ ଅଗ୍ରସର ହେଉଥିବା ରୋହିତଙ୍କୁ ଅମିନୁଲ ଇସଲାମ ଆଉଟ୍‌ କରି ଭାରତକୁ ବଡ଼ ଝଟ୍‌କା ଦେଇଥିଲେ। ତେବେ ରୋହିତ ଆଉଟ୍‌ ହେବା ପୂର୍ବରୁ ଭାରତର ବିଜୟକୁ ସୁନିଶ୍ଚିତ କରି ସାରିଥିଲେ। ୪ନଂରେ ବ୍ୟାଟିଂ କରିବାକୁ ଆସିଥିବା ଶ୍ରେୟସ ଆୟର ନିଜର ଦ୍ୱିତୀୟ ବଲରେ ଛକା ମାରିଥିଲେ। ରାହୁଲ ଓ ଶ୍ରେୟସ ଆୟର ଶେଷ ଯାଏ ଅପରାଜିତ ରହି ୨୬ ବଲ ପୂର୍ବରୁ ଭାରତକୁ ୮ ୱିକେଟ୍‌ରେ ବିଜୟୀ କରାଇଥିଲେ।

ଆୟର ୨୪ ଓ ରାହୁଲ ୮ ରନ୍‌ କରି ନଟଆଉଟ୍‌ ରହିଥିଲେ।

ଏହାପୂର୍ବ ବାଂଲାଦେଶ ମହମ୍ମଦ ନଇମଙ୍କ ୩୬, ସୌମ୍ୟ ସରକାର ଓ ମହମଦୁଲ୍ଲାଙ୍କ ୩୦ ଏବଂ ଲିଟନ ଦାସଙ୍କ ୨୯ ରନ୍‌ ବଲରେ ୬ ୱିକେଟ ହରାଇ ୧୫୩ ରନ୍‌ କରିଥିଲା। ଭାରତ ପକ୍ଷରୁ ଚହଲ ୨ଟି ୱିକେଟ୍‌ ନେଇଥିବା ବେଳେ ୱାଶିଂଟନ ସୁନ୍ଦର, ଖଲୀଲ ଅହମ୍ମଦ ଓ ଦୀପକ ଚହର ଗୋଟିଏ ଲେଖାଏ ୱିକେଟ ନେଇଛନ୍ତି।
https://twitter.com/i/status/1192475127914434560

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story