ଏଫଆଇଏଚ୍‌ ପ୍ରୋ ଲିଗ୍‌: ଶୁଟ ଆଉଟରେ ଜିତିଲା ଭାରତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶୁକ୍ରବାର ପରାଜୟର ମଧୁର ପ୍ରତିଶୋଧ ନେଇଛି ଭାରତୀୟ ପୁରୁଷ ହକି ଦଳ। ଅଷ୍ଟ୍ରେଲିଆ ଠାରୁ ଏଫଆଇଏଚ୍‌ ପ୍ରୋ ଲିଗ୍‌ର ପ୍ରଥମ ମ୍ୟାଚ୍‌ରେ ୩-୪ ଗୋଲରେ ପରାସ୍ତ ହୋଇଥିବା ଭାରତ ଆଜି କଳିଙ୍ଗରେ ଏହାର ବଦଲା ନେଇଛି। ଆଜି ଅଷ୍ଟ୍ରେଲିଆକୁ କଳିଙ୍ଗ ଷ୍ଟାଡିୟମରେ ଭାରତୀୟ ଦଳ ଶୁଟ ଆଉଟ(୩-୧)ରେ ପରାସ୍ତ କରି ବୋନସ ପଏଣ୍ଟ ହାସଲ କରିଛି। ଏଥିସହ ୨୦୧୬ ପରେ ପ୍ରଥମଥର ପାଇଁ ଅଷ୍ଟ୍ରେଲିଆକୁ ହରାଇବାର ରେକର୍ଡ କରିଛି। ନିର୍ଦ୍ଧାରିତ ସମୟରେ ଉଭୟ ଦଳ […]

h

h

Hemant Lenka
  • Published: Saturday, 22 February 2020
  • Updated: 22 February 2020, 09:21 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶୁକ୍ରବାର ପରାଜୟର ମଧୁର ପ୍ରତିଶୋଧ ନେଇଛି ଭାରତୀୟ ପୁରୁଷ ହକି ଦଳ। ଅଷ୍ଟ୍ରେଲିଆ ଠାରୁ ଏଫଆଇଏଚ୍‌ ପ୍ରୋ ଲିଗ୍‌ର ପ୍ରଥମ ମ୍ୟାଚ୍‌ରେ ୩-୪ ଗୋଲରେ ପରାସ୍ତ ହୋଇଥିବା ଭାରତ ଆଜି କଳିଙ୍ଗରେ ଏହାର ବଦଲା ନେଇଛି। ଆଜି ଅଷ୍ଟ୍ରେଲିଆକୁ କଳିଙ୍ଗ ଷ୍ଟାଡିୟମରେ ଭାରତୀୟ ଦଳ ଶୁଟ ଆଉଟ(୩-୧)ରେ ପରାସ୍ତ କରି ବୋନସ ପଏଣ୍ଟ ହାସଲ କରିଛି। ଏଥିସହ ୨୦୧୬ ପରେ ପ୍ରଥମଥର ପାଇଁ ଅଷ୍ଟ୍ରେଲିଆକୁ ହରାଇବାର ରେକର୍ଡ କରିଛି।

ନିର୍ଦ୍ଧାରିତ ସମୟରେ ଉଭୟ ଦଳ ପରସ୍ପରକୁ ଦୁଇଟି ଲେଖାଏ ଗୋଲ ଦେଇଥିଲେ। ଫଳରେ ମ୍ୟାଚ୍‌ର ଫଳାଫଳ ପାଇଁ ଶୁଟ ଆଉଟର ସହାୟତା ନିଆଯାଇଥିଲା। ଏଥିରେ ଭାରତ ୩ଟି ଗୋଲ ସ୍କୋର କରିଥିବା ବେଳେ ଭାରତୀୟ ଗୋଲକିପର ଶ୍ରୀଜେଶଙ୍କ ଚମତ୍କାର ସେଭ ଯୋଗୁ ଅଷ୍ଟ୍ରେଲିଆ ମାତ୍ର ୧ଟି ଗୋଲ କରିପାରିଛି।

ଆଜି ମ୍ୟାଚ୍‌ ଆରମ୍ଭରୁ ଅଷ୍ଟ୍ରେଲିଆ ଆକ୍ରମଣ କରିଥିଲା। ପ୍ରଥମ ମିନିଟ୍‌ରେ ଦଳକୁ ପେନାଲ୍ଟି କର୍ଣ୍ଣର ମିଳିଥିଲା। ହେଲେ ଏହାକୁ ଶ୍ରୀଜେଶ ଅଟକାଇ ଦେଇଥିଲେ। ପ୍ରଥମ କ୍ୱାର୍ଟରରେ ଅଷ୍ଟ୍ରେଲିଆ ଅନେକ ଥର ଭାରତୀୟ ଗୋଲ ପୋଷ୍ଟକୁ ଟାର୍ଗେଟ କରିଥିଲେ ହେଁ କୌଣସି ସଫଳତା ପାଇ ନଥିଲା। ଫଳରେ ପ୍ରଥମ କ୍ୱାର୍ଟର ୦-୦ରେ ଶେଷ ହୋଇଥିଲା।

ମ୍ୟାଚ୍‌ର ୨୩ତମ ମିନିଟ୍‌ରେ ଅଷ୍ଟ୍ରେଲିଆ ପକ୍ଷରୁ ମିଟନ ପ୍ରଥମ ଗୋଲ ସ୍କୋର କରିଥିଲେ। ଭାରତ ଏହା ପରେ ପ୍ରତି ଆକ୍ରମଣ କରିଥିଲା। ମ୍ୟାଚର ୨୫ତମ ମିନିଟରେ ଦଳକୁ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ରୂପିନ୍ଦରପାଲ ସିଂହ ଗୋଲରେ ପରିଣତ କରି ସ୍ଥିତି ୧-୧ କରିଦେଇଥିଲେ। ଏହାପରେ ମ୍ୟାଚ୍‌ର ୨୭ତମ ମିନିଟ୍‌ରେ ଦଳକୁ ପୁଣି ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲା।

ଏହାକୁ ଯୁବ ତାରକା ହରମନପ୍ରୀତ ସିଂହ ଗୋଲରେ ପରିଣତ କରି ଦଳକୁ ୨-୧ରେ ଆଗୁଆ କରିଦେଇଥିଲେ। ଅଷ୍ଟ୍ରେଲିଆ ଓ ଭାରତ ତୃତୀୟ କ୍ୱାର୍ଟରରେ ଏକାଧିକ ଗୋଲ କରିବାର ସୁଯୋଗ ପାଇଥିଲେ ହେଁ ଏଥିରେ ସଫଳ ହୋଇ ନଥିଲେ।

୪ର୍ଥ କ୍ୱାର୍ଟର ଅର୍ଥାତ ମ୍ୟାଚ୍‌ର ୪୬ତମ ମିନିଟ୍‌ରେ ଆରନ ଜାଲେୱସିକ୍ ଫିଲ୍ଡ ଗୋଲ ସ୍କୋର କରି ସ୍ଥିତି ୨-୨ କରିଦେଇଥିଲେ। ଭାରତକୁ ମ୍ୟାଚ୍‌ର ୫୩, ୫୬ ଓ ୫୭ ମିନିଟ୍‌ରେ ଗୋଲ କରିବାକୁ ସୁଯୋଗ ମିଳିଥିଲା। ହେଲେ ଦଳ ଫାଇଦା ଉଠାଇ ପାରି ନଥିଲା। ସେହିପରି ଅଷ୍ଟ୍ରେଲିଆକୁ ମ୍ୟାଚ୍‌ର ଶେଷ ମିନିଟ୍‌ରେ ପେନାଲ୍ଟି କର୍ଣ୍ଣର ମିଳିଥିଲା। ଏହାକୁ ଶ୍ରୀଜେଶ ଅଟକାଇ ଦେବାରୁ ଶୁଟ ଆଉଟ କରିବାକୁ ନିଷ୍ପତ୍ତି ନେଇଥିଲା। ଏଥିରେ ଭାରତ ୩-୧ରେ ବାଜିମାତ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story