କାନାଡାକୁ ୫-୨ରେ ହରାଇଲା ଭାରତୀୟ ମହିଳା ହକି ଦଳ
ମାନ୍ହେମ୍ (ୟୁଏସ୍ଏ): ଯୁକ୍ତରାଷ୍ଟ୍ର ଆମେରିକା ଗସ୍ତରେ ଥିବା ଭାରତୀୟ ମହିଳା ହକି ଦଳ ଆଜି ୫-୨ରେ କାନାଡାକୁ ପରାସ୍ତ କରିଛି। ଦଳର ବନ୍ଦନା କଟାରିଆ (୯ ଓ ୫୧ ମିନିଟ) ଓ ଦୀପିକା (୩୮ ଓ ୪୯ ମିନିଟ)ଙ୍କ ୨ଟି ଲେଖାଏଁ ଗୋଲ ଓ ପୁନମ୍ (୫୮ ମିନିଟ୍)ଙ୍କ ଆଉ ଏକ ଗୋଲ ବଳରେ ଭାରତ କାନାଡା ବିପକ୍ଷରେ ଏହି ବିଜୟ ହାସଲ କରିଛି।
ଖେଳ ଆରମ୍ଭରୁ ହିଁ କାନାଡାକୁ ଚାପରେ ରଖିଥିଲା ଦଳ। ଲଗାତାର ଭାବେ ଗୋଲ ଦେଇ ଦଳକୁ ବିଜୟ ଆଣି ଦେଇଥିଲେ ଦଳର ଖେଳାଳିମାନେ। କାନାଡା ପକ୍ଷରୁ କେ.ୱିଲିୟମ୍ସ ଓ ଷ୍ଟେଫାନୀ ନାରଲେଣ୍ଡର ଗୋଟିଏ ଲେଖାଏଁ ଗୋଲ ଦେଇଥିଲେ।
ପ୍ରଥମ ମ୍ୟାଚ୍ରେ ଭାରତ ଆମେରିକା ଠାରୁ ପରାଜିତ ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚ୍ରେ ଆମେରିକାକୁ ହରାଇଥିଲା ଭାରତ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।