ରିଓ ଅଲିମ୍ପିକ୍ ପୁରୁଷ ହକି: ୨-୧ରେ ଆର୍ଜେଣ୍ଟିନାକୁ ପରାସ୍ତ କଲା ଭାରତ

ରିଓ ଡି ଜେନେରିଓ: ରିଓ ଅଲିମ୍ପିକ୍‌ରେ ଭାରତ ଗତକାଲି ଜର୍ମାନୀ ଠାରୁ ୨-୧ ହାରିବା ପରେ ଆଜି ଆର୍ଜେଣ୍ଟିନାକୁ ୨-୧ରେ ହରାଇଛି। ଏହି ବିଜୟ ସହ ଭାରତ ଚଳିତ ଅଲିମ୍ପିକ୍‌ରେ ପ୍ରଥମ ବିଜୟ ଲାଭ କରିଛି। ମ୍ୟାଚ୍‌ ଆରମ୍ଭରୁ ଭାରତ ଆକ୍ରମଣାତ୍ମକ ଖେଳ ଖେଳିଥିଲା। ଦଳ ପକ୍ଷରୁ ଚିଙ୍ଗ୍ଲେନ୍‌ସାନା ସିଂହ (୮ ମିନିଟ୍‌)ରେ ପ୍ରଥମ ଗୋଲ ଦେଇଥିଲା ବେଳେ କୋଥାଜିତ ସିଂହ(୩୫ ମିନିଟ୍‌)ରେ ଭାରତ ପାଇଁ ଦ୍ୱିତୀୟ ଗୋଲ ଦେଇଥିଲେ। ମ୍ୟାଚ୍‌ର ତୃତୀୟ କ୍ୱାର୍ଟର ଶେଷ ହେଲା […]

india-won

india-won

Rakesh Mallick
  • Published: Tuesday, 09 August 2016
  • Updated: 09 August 2016, 10:31 PM IST

Sports

Latest News

ରିଓ ଡି ଜେନେରିଓ: ରିଓ ଅଲିମ୍ପିକ୍‌ରେ ଭାରତ ଗତକାଲି ଜର୍ମାନୀ ଠାରୁ ୨-୧ ହାରିବା ପରେ ଆଜି ଆର୍ଜେଣ୍ଟିନାକୁ ୨-୧ରେ ହରାଇଛି। ଏହି ବିଜୟ ସହ ଭାରତ ଚଳିତ ଅଲିମ୍ପିକ୍‌ରେ ପ୍ରଥମ ବିଜୟ ଲାଭ କରିଛି।

ମ୍ୟାଚ୍‌ ଆରମ୍ଭରୁ ଭାରତ ଆକ୍ରମଣାତ୍ମକ ଖେଳ ଖେଳିଥିଲା। ଦଳ ପକ୍ଷରୁ ଚିଙ୍ଗ୍ଲେନ୍‌ସାନା ସିଂହ (୮ ମିନିଟ୍‌)ରେ ପ୍ରଥମ ଗୋଲ ଦେଇଥିଲା ବେଳେ କୋଥାଜିତ ସିଂହ(୩୫ ମିନିଟ୍‌)ରେ ଭାରତ ପାଇଁ ଦ୍ୱିତୀୟ ଗୋଲ ଦେଇଥିଲେ। ମ୍ୟାଚ୍‌ର ତୃତୀୟ କ୍ୱାର୍ଟର ଶେଷ ହେଲା ବେଳକୁ ଭାରତ ୨-୦ରେ ଆଗୁଆ ରହିଥିଲା।  ଆର୍ଜେଣ୍ଟିନା ପକ୍ଷରୁ ଜି.ପେଇଲୋଟ୍‌(୪୯ ମିନିଟ୍‌)ରେ ପ୍ରଥମ ଗୋଲ ଦେଇଥିଲେ। ପରବର୍ତ୍ତୀ ମ୍ୟାଚ୍‌ରେ ଆସନ୍ତା ୧୧ ତାରିଖ ଦିନ ହେବ। ଏହି ମ୍ୟାଚ୍‌ରେ ନେଦରଲାଣ୍ଡକୁ ଭେଟିବ ଭାରତ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos