ମସ୍କଟ: ଓମାନର ରାଜଧାନୀ ମସ୍କଟରେ ଗତକାଲିଠାରୁ ଆରମ୍ଭ ହୋଇଛି ପୁରୁଷ ହକି ଏସିଆନ୍ ଚାମ୍ପିଅନ୍ସିପ୍ ଟ୍ରଫି। ଗତକାଲି ଭାରତ ତାର ପ୍ରଥମ ମ୍ୟାଚ୍ରେ ଆୟୋଜକ ଓମାନକୁ ୧୧-୦ରେ ପରାସ୍ତ କରିଛି।
ଭାରତ ପ୍ରଥମରୁ ପ୍ରଭାବଶାଳୀ ଖେଳ ପ୍ରଦର୍ଶନ କରି ନଥିଲା। ପ୍ରଥମ କ୍ୱାର୍ଟରେ କେହି କାହା ଉପରେ ଗୋଲ ଦେଇ ନଥିଲେ। କିନ୍ତୁ ତା’ପର ୪୫ ମିନିଟ୍ରେ ଓମାନର ଅବସ୍ଥା ଖରାପ କରି ଦେଇଥିଲେ ଭାରତୀୟ ଖେଳାଳି।
ଭାରତ ଦେଇଥିବା ୧୧ଟି ଗୋଲ୍ ମଧ୍ୟରୁ ୮ଟି ପେନାଲ୍ଟି କର୍ଣ୍ଣର ମାଧ୍ୟମରେ ହୋଇଥିଲା।
The Indian Men's Hockey Team showcased an inspiring performance as they beat hosts Oman 11-0 in their opening match of the Hero Asian Champions Trophy 2018 on 18th October. Here are some photographs from the match.
ALBUM: https://t.co/BMjHWixlNO#IndiaKaGama #HeroACT2018 pic.twitter.com/FpKptiFKWA
— Hockey India (@TheHockeyIndia) October 18, 2018
ଯୁବ ଖେଳାଳି ଦିଲ୍ପ୍ରୀତ୍ ସିଂହଙ୍କ ‘ମ୍ୟାନ୍ ଅଫ୍ ଦ ମ୍ୟାଚ୍’ ହୋଇଥିଲେ। ସେ ୩ଟି ଗୋଲ୍ ଦେଇଥିଲେ।
ଭାରତ ପ୍ରଥମ ଗୋଲ୍ ୧୭ତମ ମିନିଟ୍ରେ ଦେଇଥିଲା। ଏହି ଗୋଲ୍ ଦେଇଥିଲେ ଲଲିତ୍ ଉପାଧ୍ୟାୟ।
ହରମନପ୍ରୀତ୍ ସିଂହ, ନୀଳକଣ୍ଠ ଶର୍ମା, ମନଦୀପ ସିଂହ, ଗୁରଜନ୍ତ ସିଂହ, ଆକାଶଦୀପ ସିଂହ,ବରୁଣ କୁମାର ଓ ଚିଙ୍ଗଲେନ୍ସନା ସିଂହ ଗୋଟିଏ ଲେଖାଏ ଗୋଲ୍ ଦେଇଥିଲେ।
ଆସନ୍ତାକାଲି ଭାରତ ତା’ର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ।
FT| The Indian Men's Hockey Team showcase an inspiring performance to pick up a comfortable victory against hosts Oman in their opening game of the Hero Asian Champions Trophy 2018 on 18th October 2018. #IndiaKaGame #HeroACT2018 #INDvOMA pic.twitter.com/XCmLGlLezm
— Hockey India (@TheHockeyIndia) October 18, 2018
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।