୩୨୧ ରନ୍‌ରେ ନ୍ୟୁଜିଲାଣ୍ଡକୁ ହରାଇଲା ଭାରତ

ଇନ୍ଦୋର: ନ୍ୟୁଜିଲାଣ୍ଡ ବିପକ୍ଷ ଇନ୍ଦୋର ଟେଷ୍ଟକୁ ଭାରତ ୩୨୧ ରନ୍‌ରେ ଜିତି ନେଇଛି। ଏହି ବିଜୟ ସହ ଟିମ୍‌ ଇଣ୍ଡିଆ ଟେଷ୍ଟ ସିରିଜକୁ ୩-୦ରେ ପୋଛି ନେଇଛି। ଦ୍ୱିତୀୟ ପାଳିରେ ୪୭୫ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇ ଥିବା ନ୍ୟୁଜିଲାଣ୍ଡ ଦଳ ମାତ୍ର ୧୫୫ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ଭାରତର ଷ୍ଟାର ଅଫ୍‌ ପ୍ସିନର୍‌ ରବିଚନ୍ଦ୍ରନ ଅଶ୍ୱିନ ୭ ୱିକେଟ୍‌ ନେଇ ନ୍ୟୁଜିଲାଣ୍ଡ ଟିମ୍‌କୁ ଧରାଶାୟୀ କରି ଦେଇଥିଲେ। ମ୍ୟାଚ୍‌ରେ ସେ ମୋଟ ୧୩ଟି […]

Ravichandran Ashwin

Ravichandran Ashwin

Rakesh Mallick
  • Published: Tuesday, 11 October 2016
  • Updated: 11 October 2016, 06:21 PM IST

Sports

Latest News

Ravichandran Ashwinଇନ୍ଦୋର: ନ୍ୟୁଜିଲାଣ୍ଡ ବିପକ୍ଷ ଇନ୍ଦୋର ଟେଷ୍ଟକୁ ଭାରତ ୩୨୧ ରନ୍‌ରେ ଜିତି ନେଇଛି। ଏହି ବିଜୟ ସହ ଟିମ୍‌ ଇଣ୍ଡିଆ ଟେଷ୍ଟ ସିରିଜକୁ ୩-୦ରେ ପୋଛି ନେଇଛି। ଦ୍ୱିତୀୟ ପାଳିରେ ୪୭୫ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇ ଥିବା ନ୍ୟୁଜିଲାଣ୍ଡ ଦଳ ମାତ୍ର ୧୫୫ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ଭାରତର ଷ୍ଟାର ଅଫ୍‌ ପ୍ସିନର୍‌ ରବିଚନ୍ଦ୍ରନ ଅଶ୍ୱିନ ୭ ୱିକେଟ୍‌ ନେଇ ନ୍ୟୁଜିଲାଣ୍ଡ ଟିମ୍‌କୁ ଧରାଶାୟୀ କରି ଦେଇଥିଲେ। ମ୍ୟାଚ୍‌ରେ ସେ ମୋଟ ୧୩ଟି ୱିକେଟ୍‌ ନେଇଛନ୍ତି।

ଅଶ୍ୱିନ ଉଭୟ ମ୍ୟାନ୍‌ ଅପ୍‌ ଦି ମ୍ୟାଚ୍‌ ଓ ମ୍ୟାନ୍‌ ଅପ୍‌ ଦି ସିରିଜ ହୋଇଛନ୍ତି।

ଚେତେଶ୍ୱର ପୂଜାରାଙ୍କ ୧୦୧ ଓ ଗୌତମ ଗମ୍ଭୀରଙ୍କ ୫୦ ବଲ୍‌ରେ ୫୦ ରନ୍‌ ବଳରେ ଭାରତ ଦ୍ୱିତୀୟ ଇନିଂସ୍‌ରେ ୨୧୬/୩ରେ ପାଳି ଘୋଷଣା କରିଥିଲା। ଅନ୍ୟମାନଙ୍କ ମଧ୍ୟରେ ମୁରଲୀ ବିଜୟ ୧୯, ବିରାଟ କୋହଲି ୧୭ ରନ୍‌ କରିବାକୁ ସକ୍ଷମ ହୋଥଇଲେ। ଆଜିଙ୍କ୍ୟ ରାହାଣେ ୨୩ ରନ୍‌ କରି ଅପରାଜିତ ରହିଥିଲେ।

୪୭୫ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିବା ନ୍ୟୁଜିଲାଣ୍ଡର ବ୍ୟାର୍ଟ୍ସମ୍ୟାନ ମାନେ ଭାରତର ଦୁଇ ସ୍ପିନରଙ୍କ ମୁକାବିଲା କରି ପାରି ନ ଥିଲେ। ଅଶ୍ୱିନ (୭) ଏବଂ ରବୀନ୍ଦ୍ର ଜେଡେଜା୨ ୱିକେଟ୍‌ ନେଇଥିବା ବେଳେ ଉମେଶ ଯାଦବ ଗୋଟିଏ ୱିକେଟ୍‌ ନେଇଥିଲେ। ନ୍ୟୁଜିଲାଣ୍ଡର ୬ ଜଣ ବ୍ୟାର୍ଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁବାକୁ ସକ୍ଷମ ହୋଇ ନ ଥିଲେ। ନ୍ୟୁଜିଲାଣ୍ଡ ପକ୍ଷରୁ ରସ୍‌ ଟେଲର ସର୍ବାଧିକ ୩୨ ରନ୍‌ କରିଥିଲେ।

ପ୍ରଥମ ଇନିଂସ୍‌ରେ ବିରାଟ କୋହଲିଙ୍କ ୨୧୧ ଓ ଆଜିଙ୍କ୍ୟ ରାହାଣେଙ୍କ ୧୮୮ ରନ୍‌ ବଳରେ ଭାରତ ୫୫୭ ରନ୍‌ର ବିଶାଳ ସ୍କୋର କରିଥିଲା। ଜବାବରେ ନ୍ୟୁଜିଲାଣ୍ଡ ଟିମ୍ ୨୯୯ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା। ଭାରତ ନ୍ୟୁଜିଲାଣ୍ଡଙ୍କୁ ଫଲ୍‌ଅନ୍‌ ନ ଦେଇ ଦ୍ୱିତୀୟ ଇନିଂସ୍‌ ବ୍ୟାଟିଂ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos