କୋହଲି ଓ କେଦାରଙ୍କ ଶତକ; ଇଂଲଣ୍ଡକୁ ହରାଇଲା ଭାରତ

ପୁନେ: ଦିନିକିଆରେ ପୂର୍ଣ୍ଣକାଳୀନ ଅଧିନାୟକ ଦାୟିତ୍ୱ ନେବା ପରେ ପ୍ରଥମ ମ୍ୟାଚ୍‌ରେ ବିରାଟ କୋହଲିଙ୍କୁ ମିଳିଛି ଦୁଇ ଦୁଇଟି ସଫଳତା। ଶତକ ମାରିଲେ ଓ ମ୍ୟାଚ୍ ଜିତିଲେ। ତାଙ୍କର ୧୨୨ ରନ୍ ଓ କେଦାର ଯାଦବଙ୍କ ୧୨୦ ରନ୍ ବଳରେ ଆଜି ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆକୁ ଭାରତ ୩ ୱିକେଟ୍‌ରେ ଜିତି ଯାଇଛି। ଏହା ସହିତ ୩ଟି ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍‌ରେ କୋହଲି ବାହିନୀ ୧-୦ରେ ଆଗୁଆ ହୋଇଯାଇଛି। ୭୬ ବଲ୍‌ରେ ୧୨୦ ରନ୍ […]

virat

virat

Rakesh Mallick
  • Published: Sunday, 15 January 2017
  • Updated: 15 January 2017, 10:07 PM IST

Sports

Latest News

ପୁନେ: ଦିନିକିଆରେ ପୂର୍ଣ୍ଣକାଳୀନ ଅଧିନାୟକ ଦାୟିତ୍ୱ ନେବା ପରେ ପ୍ରଥମ ମ୍ୟାଚ୍‌ରେ ବିରାଟ କୋହଲିଙ୍କୁ ମିଳିଛି ଦୁଇ ଦୁଇଟି ସଫଳତା। ଶତକ ମାରିଲେ ଓ ମ୍ୟାଚ୍ ଜିତିଲେ। ତାଙ୍କର ୧୨୨ ରନ୍ ଓ କେଦାର ଯାଦବଙ୍କ ୧୨୦ ରନ୍ ବଳରେ ଆଜି ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆକୁ ଭାରତ ୩ ୱିକେଟ୍‌ରେ ଜିତି ଯାଇଛି। ଏହା ସହିତ ୩ଟି ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍‌ରେ କୋହଲି ବାହିନୀ ୧-୦ରେ ଆଗୁଆ ହୋଇଯାଇଛି। ୭୬ ବଲ୍‌ରେ ୧୨୦ ରନ୍ କରିଥିବା କେଦାର ଯାଦବ ମ୍ୟାନ୍ ଅଫ୍ ଦ ମ୍ୟାଚ୍ ପାଇଛନ୍ତି।

ଭାରତ ଟସ୍ ଜିତି ଇଂଲଣ୍ଡକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ଦଳ ୫୦ ଓଭରରେ ୭ ୱିକେଟ୍ ହରାଇ କରିଥିଲା ୩୫୦ ରନ୍। ଓପନର୍‌ ଜସନ୍ ରୟଙ୍କ ୭୩ ରନ୍‌, ତିନି ନମ୍ବରରେ ଆସିଥିବା ଜୋ ରୁଟ୍‌ଙ୍କ ୭୮ ରନ୍ ଓ ବେନ୍ ଷ୍ଟୋକ୍ସଙ୍କ ୬୨ ରନ୍ ଫଳରେ ଦଳ ଏହି ରନ୍ ସଂଗ୍ରହ କରି ପାରିଥିଲା। ଅଧିନାୟକ ଇଓନ୍ ମୋର୍‌ଗାନ୍ ୨୮ ରନ୍, ଜୋସ୍ ବଟଲର ୩୧ ଓ ମୋଇନ୍ ଅଲ୍ଲୀ ୨୮ ରନ୍ କରିଥିଲେ।

ଭାରତ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା ଓ ଯଶପ୍ରୀତ ବୁମ୍‌ରା ୨ଟି ଲେଖାଏଁ ୱିକେଟ୍ ନେଇଥିଲେ। ଉମେଶ ଯାଦବ ଓ ରବୀନ୍ଦ୍ର ଜାଡ଼େଜାଙ୍କୁ ଗୋଟିଏ ଲେଖାଏଁ ୱିକେଟ୍ ମିଳିଥିଲା।

୩୫୧ ରନ୍‌ର ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇ ଥିବା ଭାରତୀୟ ଦଳକୁ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ପଡ଼ିଥିଲା। ମାତ୍ର ୫.୫ ଓଭରରେ ଦଳ ଦୁଇଟି ୱିକେଟ୍ ହରାଇଥିଲା। ଦଳୀୟ ସ୍କୋର ୧୩ ହୋଇଥିବା ବେଳେ ଶିଖର ଧାୱନ ୧ ରନ୍ କରି ଆଉଟ୍ ହୋଇଥିଲେ। ଲୋକେଶ ରାହୁଲ ୮ ରନ୍ କରି ଆଉଟ୍ ହୋଇଥିଲେ। ଅଧିନାୟକ ପଦ ଛାଡ଼ିବା ପରେ ଧୋନୀଙ୍କର ଏହା ପ୍ରଥମ ମ୍ୟାଚ୍ ଥିଲା। ଏଥିରେ ସେ ମାତ୍ର ୬ ରନ୍ କରି ଆଉଟ୍ ହୋଇଥିଲେ। ଟିମ୍‌କୁ କମ୍ ବ୍ୟାକ୍ କରିଥିବା ଯୁବରାଜ ସିଂହ ୧୨ଟି ବଲରୁରୁ ୧୫ ରନ୍ କରିଥିଲେ। ତେବେ ଅଧିନାୟକ ବିରାଟ କୋହଲି ଓ କେଦାର ଯାଦବଙ୍କ ଶତକୀୟ ପାଳି ଭାରତକୁ ବିଜୟ ଅଭିମୁଖେ ନେଇ ଯାଇଥିଲା। କୋହଲି ୧୦୫ ବଲ୍‌ରୁ ୮ଟି ଚୌକା ଓ ୫ଟି ଛକ୍କା ସାହାଯ୍ୟରେ ୧୨୨ ରନ୍  କରିଥିଲେ। କେଦାର ଯାଦବ ୭୬ଟି ବଲ୍‌ରୁ ୧୨୦ ରନ୍ କରିଥିଲେ। ଏଥିରେ ୧୨ଟି ଚୌକା ଓ ୪ଟି ଛକ୍କା ମାରିଥିଲେ। ଏ ଦୁଇ ବ୍ୟାଟ୍ସମ୍ୟାନ୍ ଆଉଟ୍ ହୋଇଯିବା ପରେ ଟିମ୍‌କୁ ବିଜୟ କରିବା ପାଇଁ ମଙ୍ଗ ଧରିଥିଲେ ହାର୍ଦ୍ଦିକ ପାଣ୍ଡ୍ୟା। ସେ ୩୭ଟି ବଲ୍‌ରୁ ୪୦ ରନ୍ କରି ଅପରାଜିତ ଥିଲେ। ବିଜୟ ପାଇଁ ୧ ରନ୍ ଆବଶ୍ୟକ ହେଉଥିବା ବେଳେ ରବିଚନ୍ଦ୍ରନ ଅଶ୍ୱିନ୍ ଛକା ମାରି ଲକ୍ଷ୍ୟ ହାସଲ କରି ନେଇଥିଲେ।

ଇଂଲଣ୍ଡ ପକ୍ଷରୁ ଜେକ୍ ବଲ୍ ୩ଟି ୱିକେଟ୍ ନେଇଥିବା ବେଳେ ଡାଭିଡ୍ ୱିଲି ଓ ବେନ୍ ଷ୍ଟୋକ୍ସ ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ।

ପରବର୍ତ୍ତୀ ମ୍ୟାଚ୍ କଟକର ବାରବାଟୀ ଷ୍ଟାଡିୟମରେ ୧୯ ତାରିଖରେ ଖେଳା ଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos