ନୂଆଦିଲ୍ଲୀ: ଚତୁର୍ଥ ୧୮ ବର୍ଷରୁ କମ୍ ପୁରୁଷ ଏସିଆ କପ୍ ହକି ଟୁର୍ଣ୍ଣାମେଣ୍ଟରେ ଚାମ୍ପିଅନ୍ ହୋଇଛି ଭାରତ। ଆଜି ବାଂଲାଦେଶର ରାଜଧାନୀ ଢାକାରେ ଖେଳା ଯାଇଥିବା ଫାଇନାଲ୍ ମ୍ୟାଚ୍ରେ ଭାରତୀୟ ଦଳ ବାଂଲାଦେଶକୁ ୫-୪ ଗୋଲରେ ହରାଇ ଚାମ୍ପିଅନ୍ ହୋଇଛି। ଏହା ସହିତ ବାଂଲାଦେଶ ଉପରେ ଭାରତୀୟ ଦଳ ପ୍ରତିଶୋଧ ମଧ୍ୟ ନେଇଛି। ଗତ ଶନିବାର ଏହି ଟୁର୍ଣ୍ଣାମେଣ୍ଟର ଉଦ୍ଘାଟନୀ ମ୍ୟାଚ୍ରେ ଭାରତୀୟ ଦଳ ବାଂଲାଦେଶଠାରୁ ୪-୫ ଗୋଲରେ ହାରି ଯାଇଥିଲା।
ସେମି ଫାଇନାଲରେ ପାକିସ୍ତାନକୁ ହରାଇ ଫାଇନାଲ୍ରେ ପ୍ରବେଶ କରିଥିଲା ଭାରତ।
ସୂଚନାଯୋଗ୍ୟ, ଭାରତୀୟ ଦଳର ନେତୃତ୍ୱ ନେଇଥିଲେ ଓଡ଼ିଶାର ସଞ୍ଜୀପ ନୀଲମ ଖେସ୍।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।