ଭାରତ ଜିତିଲା ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟେଷ୍ଟ୍ ସିରିଜ୍

ଗ୍ରସ୍ ଆଇସଲେଟ୍‌: ସେଣ୍ଟ୍‌ ଲୁସିଆରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ତୃତୀୟ ଟେଷ୍ଟ୍‌ ମ୍ୟାଚ୍‌କୁ ଭାରତ ୨୩୭ ରନ୍‌ରେ ଜିତି ଯାଇଛି। ଏହା ସହିତ ସିରିଜ୍‌କୁ ବି ଭାରତ ହାତେଇ ନେଇଛି। ୪ଟି ମ୍ୟାଚ୍‌ ବିଶିଷ୍ଟ ଏହି ଟେଷ୍ଟ୍‌ ସିରିଜ୍‌ରେ ଭାରତ ୨-୦ରେ ଆଗୁଆ ରହିଛି। ଏହି ଶୃଙ୍ଖଳାର ଚତୁର୍ଥ ତଥା ଶେଷ ମ୍ୟାଚ୍ ଆସନ୍ତା ଗୁରୁବାର ଠାରୁ ପୋର୍ଟ ଅଫ୍ ସ୍ପେନ୍‌ରେ ଖେଳା ଯିବ। ତୃତୀୟ ଟେଷ୍ଟରେ ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ପ୍ରଥମ ଇନିଂସରେ ରବିଚନ୍ଦ୍ରନ […]

rabi

rabi

Rakesh Mallick
  • Published: Sunday, 14 August 2016
  • Updated: 14 August 2016, 08:31 AM IST

Sports

Latest News

rabiଗ୍ରସ୍ ଆଇସଲେଟ୍‌: ସେଣ୍ଟ୍‌ ଲୁସିଆରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ତୃତୀୟ ଟେଷ୍ଟ୍‌ ମ୍ୟାଚ୍‌କୁ ଭାରତ ୨୩୭ ରନ୍‌ରେ ଜିତି ଯାଇଛି। ଏହା ସହିତ ସିରିଜ୍‌କୁ ବି ଭାରତ ହାତେଇ ନେଇଛି। ୪ଟି ମ୍ୟାଚ୍‌ ବିଶିଷ୍ଟ ଏହି ଟେଷ୍ଟ୍‌ ସିରିଜ୍‌ରେ ଭାରତ ୨-୦ରେ ଆଗୁଆ ରହିଛି। ଏହି ଶୃଙ୍ଖଳାର ଚତୁର୍ଥ ତଥା ଶେଷ ମ୍ୟାଚ୍ ଆସନ୍ତା ଗୁରୁବାର ଠାରୁ ପୋର୍ଟ ଅଫ୍ ସ୍ପେନ୍‌ରେ ଖେଳା ଯିବ।

ତୃତୀୟ ଟେଷ୍ଟରେ ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ପ୍ରଥମ ଇନିଂସରେ ରବିଚନ୍ଦ୍ରନ ଅଶ୍ୱିନ୍‌ଙ୍କ ୧୧୮ ରନ୍ ଓ ରିଦ୍ଧିମାନ ଶାହାଙ୍କ ୧୦୪ ରନ୍ ସହାୟତାରେ ୩୫୩ ରନ୍ କରି ଥିଲା। ୱେଷ୍ଟଇଣ୍ଡିଜ୍ ପ୍ରଥମ ଇନିଂସରେ ୨୨୫ ରନ୍ କରି ସମସ୍ତ ୱିକେଟ୍ ହରାଇଥିଲା। ଭାରତ ଦ୍ୱିତୀୟ ଇନିଂସରେ ୭ ୱିକେଟ୍ ହରାଇ ୨୧୭ ରନ୍ କରିବା ପରେ ପାଳି ଘୋଷଣା କରି ଥିଲା। ୩୪୬ ରନ୍‌ର ବିଜୟ ଲକ୍ଷ୍ୟ ନେଇ ଦ୍ୱିତୀୟ ଇନିଂସ ଆରମ୍ଭ କରିଥିବା ୱେଷ୍ଟଇଣ୍ଡିଜ୍ ଦଳ ମାତ୍ର ୧୦୮ ରନ୍‌ରେ ସମସ୍ତ ୱିକେଟ୍ ହରାଇଥିଲେ।

୧୧୮ ରନ୍‌ର ଲଢୁଆ ଇନିଂସ୍ ସହିତ ୩ଟି ୱିକେଟ୍ ନେଇଥିବା ଅଶ୍ୱିନ୍‌ଙ୍କୁ ‘ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌’ ପ୍ରଦାନ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos