ଡେନ୍‌ମାର୍କ ଓପନ୍‌: ସେମିରେ ସାଇନା ଓ ଶ୍ରୀକାନ୍ତ

ଓଡେନ୍ସ: ଡେନମାର୍କ ଓପନ୍‌ ବ୍ୟାଡ୍‌ମିଣ୍ଟନ୍‌ ଟୁର୍ଣ୍ଣାମେଣ୍ଟ୍‌ରେ ଭାରତର ଦୁଇ ଷ୍ଟାର୍ ଶଟଲର୍‌ ସାଇନା ନେହ୍ୱାଲ ଓ କିଦାମ୍ବି ଶ୍ରୀକାନ୍ତଙ୍କ ବିଜୟ ଧାରା ଅବ୍ୟାହତ ରହିଛି। ଉଭୟ କ୍ୱାର୍ଟର ଫାଇନାଲ୍‌ ମୁକାବିଲାକୁ ବେଶ ରୋମାଞ୍ଚକର ଢଙ୍ଗରେ ଜିତି ସେମିଫାଇନାଲ୍‌ରେ ସେମାନଙ୍କ ସ୍ଥାନ ସୁରକ୍ଷିତ କରିଛନ୍ତି। ସାଇନା ତାଙ୍କ ଚିରପ୍ରତିଦ୍ୱନ୍ଦ୍ୱୀ ତଥା ବିଶ୍ୱର ନଂ ୩ ଖେଳାଳି ଜାପାନର ନୋଜମି ଓକୁହାରାଙ୍କୁ ପରାସ୍ତ କରିଥିବା ବେଳେ ଶ୍ରୀକାନ୍ତ ଅନ୍ୟତମ ଭାରତୀୟ ବ୍ୟାଡ୍‌ମିଣ୍ଟନ୍‌ ଖେଳାଳି ସମୀର ବର୍ମାଙ୍କୁ ହରାଇଛନ୍ତି।

ନୋଜମି ଓକୁହାରା

ସାଇନା ଓ ଓକୁହାରାଙ୍କ ମଧ୍ୟରେ ମ୍ୟାଚ୍‌ ଆରମ୍ଭରୁ ହିଁ ସଂଘର୍ଷପୂର୍ଣ୍ଣ ହୋଇଥିଲା। ଓକୁହାରା ପ୍ରଥମ ସେଟ୍‌ରେ ସାଇନାକୁ ଚକମା ଦେଇ ୧୭-୨୧ରେ ବିଜୟୀ ହୋଇଥିଲେ। ପ୍ରଥମ ସେଟ୍‌ରେ ହାରିବା ସତ୍ତ୍ୱେ ସାଇନା ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ଦ୍ୱିତୀୟ ସେଟ୍‌କୁ ୨୧-୧୬ରେ ଜିତି ନେଇଥିଲେ। ତୃତୀୟ ତଥା ଅନ୍ତିମ ସେଟ୍‌ ଆରମ୍ଭରୁ ହିଁ ସାଇନା ତାଙ୍କର ଅସଲ ଜଲୱା ଦେଖାଇ ଥିଲେ। ଏହି ସେଟ୍‌କୁ ସେ ୨୧-୧୨ରେ ଜିତି ସେମିଫାଇନାଲ୍‌ରେ ପ୍ରବେଶ କରିଥିଲେ।

ଅନ୍ୟପକ୍ଷରେ ପୁରୁଷ କ୍ୱାର୍ଟର୍‌ରେ ଦୁଇ ଭାରତୀୟ ଶ୍ରୀକାନ୍ତ ଓ ସମୀର ମୁହାଁମୁହିଁ ହୋଇଥିଲେ। ଏହି ମ୍ୟାଚ୍‌ଟି ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ହୋଇଥିଲା। ପ୍ରଥମ ସେଟ୍‌କୁ ଶ୍ରୀକାନ୍ତ ୨୨-୨୦ରେ ଜିତିନେଇଥିଲେ। ତେବେ ସମୀର ଦ୍ୱିତୀୟ ସେଟ୍‌କୁ ୧୯-୨୧ରେ ଜିତି ସ୍ଥିତି ବରାବର କରିଥିଲେ। ତୃତୀୟ ସେଟ୍‌ରେ ଉଭୟ ଜବରଦସ୍ତ ଖେଳ ପ୍ରଦର୍ଶନ କରିଥିଲେ। କିନ୍ତୁ ଦୀର୍ଘ ସମୟ ଧରି ଚାଲିଥିବା ଏହି ସେଟ୍‌କୁ ୨୩-୨୧ରେ ଜିତି ନେଇ ଶ୍ରୀକାନ୍ତ ସେମି ଫାଇନାଲରେ ପ୍ରବେଶ କରିଥିଲେ।

ସମୀର ବର୍ମା

ଆଜି ବିଳମ୍ବିତ ରାତିରେ ଶ୍ରୀକାନ୍ତ ସେମି ଫାଇନାଲ୍‌ରେ ବିଶ୍ୱର ନଂ୧ ଖେଳାଳି ଜାପାନର କେଣ୍ଟୋ ମୋମୋଟାଙ୍କୁ ଭେଟିବେ।

ସେହିପରି ସାଇନା ତାଙ୍କ ସେମି ଫାଇନାଲ୍‌ରେ ବିଶ୍ୱର ୧୯ ନଂ ଖେଳାଳି ଇଣ୍ଡୋନେସିଆର ଜି ମାରସ୍କା ତୁନଜଙ୍ଗଙ୍କୁ ଭେଟିବେ।

ଆହୁରି ପଢ଼ନ୍ତୁ

ଲେହ’କୁ ଚାଇନାର ଦେଖାଇଲା ଟ୍ୱିଟର, ଚିହିଁକି ଉଠିଲେ ଭାରତ ସରକାର

ମହିଳା କ୍ରିକେଟରଙ୍କ ନିଆରା ୱେଡିଂ ଫଟୋଶୁଟ୍

ମା’ଙ୍କୁ ପିଟିବାରୁ ବାପାଙ୍କୁ ବାଡ଼େଇ ମାରିଦେଲା ନାବାଳିକା ଝିଅ

କେବଳ ବିହାରରେ ମାଗଣା ଟିକା? ବିଜେପି ପ୍ରତିଶ୍ରୁତି ନେଇ ବିବାଦ ତୀବ୍ର

‘ନାଗ’ ଆଣ୍ଟି ଟ୍ୟାଙ୍କ ଗାଇଡେଡ୍‌ ମିସାଇଲର ସଫଳ ପରୀକ୍ଷଣ, ସ୍ଥଳସେନାରେ ହେବ ସାମିଲ

ନିର୍ବାଚନ ପୂର୍ବରୁ ବିହାର ଉପମୁଖ୍ୟ ମନ୍ତ୍ରୀ ସୁଶୀଲ କୁମାର ମୋଦିଙ୍କୁ କରୋନା

ଟିଆରପି ସ୍କାମ୍: ସିବିଆଇ ତଦନ୍ତକୁ ରାଜ୍ୟ ନା କହିବାର କାରଣ କହିଲେ ମହାରାଷ୍ଟ୍ର ଗୃହମନ୍ତ୍ରୀ

ଦାଢ଼ି ରଖିବାରୁ ପୁଲିସ ଅଧିକାରୀ ନିଲମ୍ୱିତ

ତୁମ ମା’ଙ୍କୁ କୁହ ମୋତେ ଭୁଲିଯିବେ !

ଦେଶରେ ପ୍ରଥମ ଥର ପାଇଁ ଆରମ୍ଭ ହେଲା ହେଙ୍ଗୁ ଚାଷ

କିଆରା ଚାହାନ୍ତି ହ୍ରିତିକ୍, ଆଦିତ୍ୟ କେବେ ନ ଗାଧାନ୍ତୁ

ଫଙ୍ଗଲ୍‌ ଇନ୍‌ଫେକ୍‌ସନ୍‌ ପାଇଁ ଭଲ ଲେମ୍ୱୁ ମଞ୍ଜି