ଇଂଲଣ୍ଡଠାରୁ ୨-୧ରେ ହାରିଲା ଭାରତୀୟ ଜୁନିୟର ହକି ଦଳ

ମାର୍ଲୋ (ଇଂଲଣ୍ଡ): ବିଶହାମ୍‌ ଆବି ସ୍ପୋର୍ଟ୍ସ ଏକାଡେମୀରେ ଆଜି ଇଂଲଣ୍ଡଠାରୁ ୨-୧ରେ ପରାଜିତ ହୋଇଛି ଭାରତୀୟ ଜୁନିୟର ହକି ଦଳ। ଭାରତ ଖେଳ ଆରମ୍ଭର ୨୪ ମିନିଟ୍‌ରେ ଏକ ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରିଥଲା। ଏହାପରେ ବହୁ ଚେଷ୍ଟା କରିଥଲେ ମଧ୍ୟ ଦଳ ଆଉ କିଛି ସୁଫଳ ପାଇପାରି ନ ଥିଲା। ଅନ୍ୟପକ୍ଷରେ ଇଂଲଣ୍ଡର ୱିଲ୍‌ କାଲ୍‌ନାନ୍‌ (୨୬ ମିନିଟ)ରେ ଏକ ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରିଥିବା ବେଳେ ଇଡ୍‌ ହୋର୍ଲର (୩୦ମିନିଟ୍‌)ରେ ଆଉ […]

Hockey29

Hockey29

Rakesh Mallick
  • Published: Monday, 01 August 2016
  • Updated: 01 August 2016, 05:46 PM IST

Sports

Latest News

ମାର୍ଲୋ (ଇଂଲଣ୍ଡ): ବିଶହାମ୍‌ ଆବି ସ୍ପୋର୍ଟ୍ସ ଏକାଡେମୀରେ ଆଜି ଇଂଲଣ୍ଡଠାରୁ ୨-୧ରେ ପରାଜିତ ହୋଇଛି ଭାରତୀୟ ଜୁନିୟର ହକି ଦଳ। ଭାରତ ଖେଳ ଆରମ୍ଭର ୨୪ ମିନିଟ୍‌ରେ ଏକ ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରିଥଲା। ଏହାପରେ ବହୁ ଚେଷ୍ଟା କରିଥଲେ ମଧ୍ୟ ଦଳ ଆଉ କିଛି ସୁଫଳ ପାଇପାରି ନ ଥିଲା।

ଅନ୍ୟପକ୍ଷରେ ଇଂଲଣ୍ଡର ୱିଲ୍‌ କାଲ୍‌ନାନ୍‌ (୨୬ ମିନିଟ)ରେ ଏକ ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରିଥିବା ବେଳେ ଇଡ୍‌ ହୋର୍ଲର (୩୦ମିନିଟ୍‌)ରେ ଆଉ ଏକ ଗୋଲ ଦେଇଥିଲେ।

ପ୍ରଥମାର୍ଦ୍ଧ ଶେଷ ବେଳକୁ ଇଂଲଣ୍ଡ ୨-୧ରେ ଆଗୁଆ ରହିଥିଲା। ପ୍ରଥମ ପର୍ଯ୍ୟାୟରେ ଭାରତୀୟ ଦଳକୁ ଇଂଲଣ୍ଡ ଚାପରେ ରଖିଥିଲା ବେଳେ ଶେଷାର୍ଦ୍ଧରେ ଭାରତ ଗୋଲ ଦେବାକୁ ପ୍ରବଳ ଚେଷ୍ଟା କରିଥିଲଲା। କିନ୍ତୁ ଏଥିରେ ସଫଳ ହୋଇପାରି ନ ଥିଲା ଦଳ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos