ଅଷ୍ଟ୍ରେଲିଆ-ଏ'କୁ ୩-୦ ଗୋଲରେ ହରାଇଲା ଭାରତ

ପର୍ଥ: ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ ପୁରୁଷ ହକି ଟିମ୍ ଦ୍ୱିତୀୟ ବିଜୟ ହାସଲ କରିଛି। ଶୁକ୍ରବାର ଭାରତୀୟ ପୁରୁଷ ହକି ଟିମ୍ ତା’ର ଦ୍ୱିତୀୟ ମୁକାବିଲାରେ ଅଷ୍ଟ୍ରେଲିଆ-ଏ’କୁ ୩-୦ ଗୋଲରେ ପରାସ୍ତ କରିଛି। ଭାରତ ପକ୍ଷରୁ ସୁମିତ୍ କୁମାର ଜୁନିୟର ଦୁଇଟି ଏବଂ ପ୍ରତ୍ୟାବର୍ତ୍ତନ କରିଥିବା ରୂପିନ୍ଦର ପାଲ୍ ସିଂହ ଗୋଟିଏ ଗୋଲ୍ ସ୍କୋର କରିଥିଲେ। ଆହତ କାରଣରୁ ଆଠମାସ ପରେ ଗ୍ରାଉଣ୍ଡକୁ ଓହ୍ଲାଇଥିବା ରୂପିନ୍ଦର ଷଷ୍ଠ ମିନିଟରେ ଗୋଲ୍ ଦେଇ ଭ୍ରମଣକାରୀ ଟିମକୁ ଅଗ୍ରଣୀ […]

hockey

hockey

Hemant Lenka
  • Published: Friday, 10 May 2019
  • Updated: 10 May 2019, 03:28 PM IST

Sports

Latest News

ପର୍ଥ: ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ ପୁରୁଷ ହକି ଟିମ୍ ଦ୍ୱିତୀୟ ବିଜୟ ହାସଲ କରିଛି। ଶୁକ୍ରବାର ଭାରତୀୟ ପୁରୁଷ ହକି ଟିମ୍ ତା'ର ଦ୍ୱିତୀୟ ମୁକାବିଲାରେ ଅଷ୍ଟ୍ରେଲିଆ-ଏ'କୁ ୩-୦ ଗୋଲରେ ପରାସ୍ତ କରିଛି। ଭାରତ ପକ୍ଷରୁ ସୁମିତ୍ କୁମାର ଜୁନିୟର ଦୁଇଟି ଏବଂ ପ୍ରତ୍ୟାବର୍ତ୍ତନ କରିଥିବା ରୂପିନ୍ଦର ପାଲ୍ ସିଂହ ଗୋଟିଏ ଗୋଲ୍ ସ୍କୋର କରିଥିଲେ।

ଆହତ କାରଣରୁ ଆଠମାସ ପରେ ଗ୍ରାଉଣ୍ଡକୁ ଓହ୍ଲାଇଥିବା ରୂପିନ୍ଦର ଷଷ୍ଠ ମିନିଟରେ ଗୋଲ୍ ଦେଇ ଭ୍ରମଣକାରୀ ଟିମକୁ ଅଗ୍ରଣୀ କରାଇଥିଲେ। ଏହା ପରେ ସୁମିତ୍ ଦ୍ୱାଦଶ ଓ ୧୩ତମ ମିନିଟରେ ଗୋଲ୍ ଦେଇ ଭାରତକୁ ଲଗାତାର ଦ୍ୱିତୀୟ ମ୍ୟାଚରେ ବିଜୟୀ କରାଇଥିଲେ।

ମ୍ୟାଚର ପ୍ରଥମ କ୍ୱାର୍ଟରରେ ଭାରତ ଆକ୍ରମଣାତ୍ମକ ପ୍ରଦର୍ଶନ କରି ଘରୋଇ ଦଳ ଉପରେ ଚାପ ପକାଇଥିଲା। ଭାରତର ଏହି ରଣନୀତି ମଧ୍ୟ କାମ ଦେଇଥିଲା ଏବଂ ପ୍ରଥମ କ୍ୱାର୍ଟରରେ ହିଁ ତିନୋଟି ଯାକ ଗୋଲ୍ ହୋଇଥିଲା। ଷଷ୍ଠ ମିନିଟରେ ଭାରତକୁ ପ୍ରଥମ ଶର୍ଟ କର୍ଣ୍ଣର ମିଳିଥିଲା, ଯାହାକୁ ରୂପିନ୍ଦର ଚମତ୍କାର ଢ଼ଙ୍ଗରେ ଗୋଲରେ ପରିଣତ କରିଥିଲେ।

ଡିଫେଣ୍ଡର ହରମନପ୍ରୀତ ସିଂହଙ୍କ ସହାୟତାରେ ଯୁବ ଖେଳାଳି ସୁମିତ୍ ଦ୍ୱାଦଶ ମିନିଟରେ ଦମଦାର ଫିଲ୍ଡ ଦେଇ ଭାରତକୁ ୨-୦ରେ ଆଗୁଆ କରାଇଥିଲେ। ପରବର୍ତ୍ତୀ ମିନିଟରେ ଷ୍ଟ୍ରାଇକର୍ ଆକାଶଦୀପ ସିଂହଙ୍କଠାରୁ ପାସ୍ ପାଇ ୨୧ ବର୍ଷୀୟ ସୁମିତ୍ ଗୋଲ ଦେଇଥିଲେ। ଏଥିସହ ଭାରତ ପ୍ରଥମ କ୍ୱାର୍ଟରରେ ୩-୦ର ଅଗ୍ରଣୀ ହାସଲ କରିନେଇଥିଲା। ତେବେ ବାକି ତିନୋଟି କ୍ୱାର୍ଟର୍ ସଂଘର୍ଷପୂର୍ଣ୍ଣ ରହିଥିବା ବେଳେ ଏଥିରେ କେହି କାହାରିକୁ ଗୋଲ୍ ଦେଇପାରିନଥିଲେ। ଫଳରେ ଭାରତ ମ୍ୟାଚକୁ ଏକତରଫା ଭାବେ ଜିତି ନେଇଥିଲା।

ସୋମବାର ଭାରତ ତା'ର ପରବର୍ତ୍ତୀ ମୁକାବିଲା ଖେଳିବ। ଭାରତୀୟ ଟିମର ମୁଖ୍ୟ କୋଚ୍ ଗ୍ରାହାମ୍ ରିଡ୍ କହିଛନ୍ତି, "ତୃତୀୟ ମ୍ୟାଚ୍ ଆମ ପାଇଁ କଷ୍ଟସାଧ୍ୟ ହେବ ଏବଂ ଆମେ ଏଥିପାଇଁ ପ୍ରସ୍ତୁତ ଅଛୁ।'

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos