ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା: ରିଷଭ ପନ୍ଥ ଓ କୁଳଦୀପ ଯାଦବଙ୍କୁ ସୁଯୋଗ

ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜ ପାଇଁ ଘୋଷଣା ହୋଇଛି ୧୫ ଜଣିଆ ଭାରତୀୟ ଦଳ। ବିରାଟ କୋହଲୀଙ୍କ ନେତୃତ୍ୱରେ ୱେଷ୍ଟଇଣ୍ଡିଜ ଗସ୍ତ କରିବ ଟିମ୍‌ ଇଣ୍ଡିଆ । ଦଳରୁ ରୋହିତ ଶର୍ମା ଓ ଯଶପ୍ରୀତ୍‌ ବୁମ୍‌ରାଙ୍କ ଭଳି ତାରକା ଖେଳାଳୀ ବାଦ୍‌ ପଡିଛନ୍ତି। ତେବେ ନୂଆ ମୁହଁ ଭାବେ ଦିଲ୍ଲୀର ଓପନର୍‌ ରିଷଭ ପନ୍ଥ ସ୍ଥାନ ପାଇଥିବା ବେଳେ ଚାଇନାମ୍ୟାନ ବୋଲର କୁଳଦୀପ୍‌ ଯାଦବ ପୁଣି ଦଳକୁ ଫେରିଛନ୍ତି। ଅନୀଲ୍‌ କୁମ୍ବେଲ କୋଚ୍‌ ଭାବେ ଦଳ ସହ ୱେଷ୍ଟଇଣ୍ଡିଜ […]

cricket-w

cricket-w

Rakesh Mallick
  • Published: Thursday, 15 June 2017
  • Updated: 15 June 2017, 09:00 PM IST

Sports

Latest News

ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜ ପାଇଁ ଘୋଷଣା ହୋଇଛି ୧୫ ଜଣିଆ ଭାରତୀୟ ଦଳ। ବିରାଟ କୋହଲୀଙ୍କ ନେତୃତ୍ୱରେ ୱେଷ୍ଟଇଣ୍ଡିଜ ଗସ୍ତ କରିବ ଟିମ୍‌ ଇଣ୍ଡିଆ । ଦଳରୁ ରୋହିତ ଶର୍ମା ଓ ଯଶପ୍ରୀତ୍‌ ବୁମ୍‌ରାଙ୍କ ଭଳି ତାରକା ଖେଳାଳୀ ବାଦ୍‌ ପଡିଛନ୍ତି। ତେବେ ନୂଆ ମୁହଁ ଭାବେ ଦିଲ୍ଲୀର ଓପନର୍‌ ରିଷଭ ପନ୍ଥ ସ୍ଥାନ ପାଇଥିବା ବେଳେ ଚାଇନାମ୍ୟାନ ବୋଲର କୁଳଦୀପ୍‌ ଯାଦବ ପୁଣି ଦଳକୁ ଫେରିଛନ୍ତି। ଅନୀଲ୍‌ କୁମ୍ବେଲ କୋଚ୍‌ ଭାବେ ଦଳ ସହ ୱେଷ୍ଟଇଣ୍ଡିଜ ଯାତ୍ରା କରିବେ। ୧୭ ଦିନିଆ ଗସ୍ତରେ ୫ଟି ଦିନିକିଆ ଓ ଏକମାତ୍ର ଟି-ଟ୍ୱେଣ୍ଟି ମ୍ୟାଚ ଖେଳିବ ଭାରତ।

ଭାରତୀୟ ଦଳ: ବିରାଟ କୋହଲି(ଅଧିନାୟକ), ଶିଖର ଧୱନ, ରିଷଭ ପନ୍ଥ, ଆଜିଙ୍କ୍ୟ ରାହାଣେ, ଏମ୍.ଏସ୍‌.ଧୋନି(ୱିକେଟକିପର), ଯୁବରାଜ ସିଂ, କେଦାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଆର.ଅଶ୍ୱିନ, ରବୀନ୍ଦ୍ର ଜାଡେଜା, ମହମ୍ମଦ ସାମି, ଉମେଶ ଯାଦବ, ଭୁବନେଶ୍ୱର କୁମାର, କୁଲଦୀପ ଯାଦବ , ଦିନେଶ କାର୍ତ୍ତିକ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos