ଦୁଇଗୁଣା ହେଲା ଭାରତୀୟ ଟେଷ୍ଟ ଖେଳାଳିଙ୍କ ପାଉଣା

ମୁମ୍ବାଇ: ବିସିସିଆଇ ଭାରତୀୟ ଟେଷ୍ଟ ଖେଳାଳିଙ୍କ ମ୍ୟାଚ୍‌ ଫି’ ଦୁଇଗୁଣା କରି ଦେଇଛି। ପୂର୍ବରୁ ଜଣେ ଟେଷ୍ଟ ଖେଳାଳି ମ୍ୟାଚ୍‌ ପିଛା ୭ ଲକ୍ଷ ଟଙ୍କା ପାଉଥିଲେ। ଏବେ ଖେଳାଳିଙ୍କୁ ମ୍ୟାଚ୍‌ ପିଛା ୧୫ ଲକ୍ଷ ଟଙ୍କା ମିଳିବ। ବିସିସିଆଇ ସଭାପତି ଅନୁରାଗ ଠାକୁର କହିଛନ୍ତି,“ଟେଷ୍ଟ କ୍ରିକେଟ୍‌କୁ ଗୁରୁତ୍ୱ ଦିଆଯିବା ସହ ଆମେ ଖେଳାଳିଙ୍କ ପାଉଣା ଦୁଇଗୁଣା କରି ଦେଇଛୁ। ଟେଷ୍ଟ କ୍ରିକେଟ୍‌କୁ ଲୋକପ୍ରିୟ କରିବା ଓ ଯୁବ ପିଢିଙ୍କ ମଧ୍ୟରେ ଏହି ଫର୍ମାଟ୍‌ ପାଇଁ ଆଗ୍ରହ […]

Cricket-India-team

Cricket-India-team

Rakesh Mallick
  • Published: Saturday, 01 October 2016
  • Updated: 01 October 2016, 06:33 PM IST

ମୁମ୍ବାଇ: ବିସିସିଆଇ ଭାରତୀୟ ଟେଷ୍ଟ ଖେଳାଳିଙ୍କ ମ୍ୟାଚ୍‌ ଫି’ ଦୁଇଗୁଣା କରି ଦେଇଛି। ପୂର୍ବରୁ ଜଣେ ଟେଷ୍ଟ ଖେଳାଳି ମ୍ୟାଚ୍‌ ପିଛା ୭ ଲକ୍ଷ ଟଙ୍କା ପାଉଥିଲେ। ଏବେ ଖେଳାଳିଙ୍କୁ ମ୍ୟାଚ୍‌ ପିଛା ୧୫ ଲକ୍ଷ ଟଙ୍କା ମିଳିବ।

ବିସିସିଆଇ ସଭାପତି ଅନୁରାଗ ଠାକୁର କହିଛନ୍ତି,“ଟେଷ୍ଟ କ୍ରିକେଟ୍‌କୁ ଗୁରୁତ୍ୱ ଦିଆଯିବା ସହ ଆମେ ଖେଳାଳିଙ୍କ ପାଉଣା ଦୁଇଗୁଣା କରି ଦେଇଛୁ। ଟେଷ୍ଟ କ୍ରିକେଟ୍‌କୁ ଲୋକପ୍ରିୟ କରିବା ଓ ଯୁବ ପିଢିଙ୍କ ମଧ୍ୟରେ ଏହି ଫର୍ମାଟ୍‌ ପାଇଁ ଆଗ୍ରହ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏପରି କରାଯାଇଛି। ଆମକୁ ନିଶ୍ଚିତ କରିବାକୁ ପଡିବ ଯେ, ଅନ୍ୟ ଫର୍ମାଟ ପରି ଟେଷ୍ଟ ଖେଳାଳିମାନେ ମଧ୍ୟ ଭଲ ପାଉଣା ପାଇ ପାରିବେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos