୨ ସପ୍ତାହ କ୍ୱାରେଣ୍ଟାଇନରେ ରହିବେ ଟିମ ଇଣ୍ଡିଆର ସଦସ୍ୟ

ମେଲବର୍ଣ୍ଣ: କରୋନା କଟକଣା ଭିତରେ ଚଳିତ ବର୍ଷ ଶେଷ ଭାଗରେ ଟିମ ଇଣ୍ଡିଆ ଟେଷ୍ଟ ସିରିଜ୍‌ ଖେଳିବାକୁ ଅଷ୍ଟ୍ରେଲିଆ ଗସ୍ତ କରିବ। ତେବେ ଏହି ସମୟରେ ଟିମ୍‌ ଇଣ୍ଡିଆର ଖେଳାଳିଙ୍କୁ ଅତିକମରେ ୧୪ ଦିନ ବା ଦୁଇ ସପ୍ତାହ ବାଧ୍ୟତାମୂଳକ କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିବ। ଏନେଇ ଆଜି କ୍ରିକେଟ ଅଷ୍ଟ୍ରେଲିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ନିକ ହୋକଲେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଟିମ୍‌ ଇଣ୍ଡିଆର ସଦସ୍ୟମାନେ ୪ ଟିକିଆ ଟେଷ୍ଟ ସରିଜ୍‌ ଅଷ୍ଟ୍ରେଲିଆରେ ଖେଳିବା ପୂର୍ବରୁ […]

dt

dt

Hemant Lenka
  • Published: Tuesday, 21 July 2020
  • Updated: 21 July 2020, 05:30 PM IST

Sports

Latest News

ମେଲବର୍ଣ୍ଣ: କରୋନା କଟକଣା ଭିତରେ ଚଳିତ ବର୍ଷ ଶେଷ ଭାଗରେ ଟିମ ଇଣ୍ଡିଆ ଟେଷ୍ଟ ସିରିଜ୍‌ ଖେଳିବାକୁ ଅଷ୍ଟ୍ରେଲିଆ ଗସ୍ତ କରିବ। ତେବେ ଏହି ସମୟରେ ଟିମ୍‌ ଇଣ୍ଡିଆର ଖେଳାଳିଙ୍କୁ ଅତିକମରେ ୧୪ ଦିନ ବା ଦୁଇ ସପ୍ତାହ ବାଧ୍ୟତାମୂଳକ କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିବ।

ଏନେଇ ଆଜି କ୍ରିକେଟ ଅଷ୍ଟ୍ରେଲିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ନିକ ହୋକଲେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଟିମ୍‌ ଇଣ୍ଡିଆର ସଦସ୍ୟମାନେ ୪ ଟିକିଆ ଟେଷ୍ଟ ସରିଜ୍‌ ଅଷ୍ଟ୍ରେଲିଆରେ ଖେଳିବା ପୂର୍ବରୁ ୧୪ ଦିନ କ୍ୱାରେଣ୍ଟାଇନରେ ରହିବେ।

କ୍ୱାରେଣ୍ଟାଇନରେ ରହିବା ବେଳେ ଖେଳାଳିଙ୍କୁ ସବୁ ପ୍ରକାରର ସୁବିଧା ଯୋଗାଇ ଦିଆଯିବ। ଏପରି କି ସେମାନଙ୍କୁ ସବୁଠାରୁ ଉନ୍ନତଧରରଣ ଟ୍ରେନିଂ ବ୍ୟବସ୍ଥା ମିଳିବ। ଫଳରେ ଖେଳାଳିମାନେ ସଂଗରୋଧରେ ରହି ବି ମ୍ୟାଚ୍‌ ପାଇଁ ପ୍ରସ୍ତୁତି କରିପାରିବେ। ସିରିଜ୍‌ ପୂର୍ବରୁ ଓ ଚାଲିଥିବା ବେଳେ କରୋନା ଟେଷ୍ଟିଂ ମଧ୍ୟ କରାଯିବ ବୋଲି ସେ କହିଛନ୍ତି।

ଡିସେମ୍ବର ୩ରୁ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ୪ଟିକିଆ ଟେଷ୍ଟ ସିରିଜ ଆରମ୍ଭ ହେବ। ପ୍ରଥମ ମ୍ୟାଚ୍‌ ବ୍ରିସବେନ୍‌ରେ ଖେଳାଯିବ। ଟେଷ୍ଟ ସିରିଜ୍‌ ପରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦିନିକିଆ ସିରିଜ ମଧ୍ୟ ଖେଳାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos