ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ: ଏକକ ବର୍ଗରେ ଭାରତର ଆଧିପତ୍ୟ, ରବିବାରଠୁ ମେନ୍‌ ଡ୍ର’

କଟକ(ଓଡ଼ିଶା ରିପୋର୍ଟର): ଦଳଗତ ଇଭେଣ୍ଟ ପରେ ଏବେ ବ୍ୟକ୍ତିଗତ ଇଭେଣ୍ଟରେ ବି ଭାରତ ତା’ର ଦବଦବା ଦେଖାଇଛି। ଶନିବାରଠୁ କଟକର ଜବାହରଲାଲ ନେହରୁ ଇଣ୍ଡୋର ଷ୍ଟାଡିୟମରେ ଚାଲିଥିବା ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍‌ ପ୍ରତିଯୋଗିତାରେ ଆରମ୍ଭ ହୋଇଥିବା ଏକକ ପ୍ରତିଯୋଗିତାରେ ଭାରତୀୟ ଖେଳାଳିମାନେ ଆଧିପତ୍ୟ ବିସ୍ତାର କରିଛନ୍ତି।

ମହିଳା ଏକକରେ ୯ଜଣ, ପୁରୁଷ ଏକକରେ ୬ଜଣ ଏବେ ୧୬ଜଣିଆ ନକ୍‌ଆଉଟ ପର୍ଯ୍ୟାୟରେ ପହଞ୍ଚି ଯାଇଛନ୍ତି। ତେବେ ମହିଳା ବର୍ଗରେ ସୁରଭି ପଟଵରି, ରୀଠ ଟେନିସନ୍‌, ପୂଜା ସହସ୍ରବୁଦ୍ଧେ ଓ ପୁରୁଷ ବର୍ଗରେ ସୌରଭ ସାହା, ଅନିର୍ବାଣ ଘୋଷ, ଅର୍ଜୁନ୍‌ ଘୋଷ, ଜୁବିନ କୁମାର, ସିଦ୍ଦଶ ପାଣ୍ତେ ପ୍ରଥମ ରାଉଣ୍ତରୁ ପରାସ୍ତ ହୋଇଛନ୍ତି। ରବିବାର ୧୬ଜଣିଆ ନକ୍‌ଆଉଟ ପର୍ଯ୍ୟାୟରୁ ୮ଜଣ ପ୍ରି-କ୍ୱାର୍ଟରକୁ ଉନ୍ନୀତ ହେବେ।

ମହିଳା ଏକକରେ ଭାରତର ମୌସୁମୀ ପଲ୍‌, ପ୍ରାପ୍ତି ସେନ୍‌, ସେଲିନା ସେଲ୍‌ଭାକୁମାର, ଦିବ୍ୟା ଦେଶପାଣ୍ତେ, ସାଗରିକା ମୁଖାର୍ଜୀ, ଅନୁଷା କୁତୁମ୍ବଲେ, କୃତିକା ସିହ୍ନା ରୟ, ସୁତୀର୍ଥା ମୁଖାର୍ଜୀ, ଶ୍ରୀଜା ଅକୁଳା ନିଜ ନିଜ ଗ୍ରୁପ୍‌ରେ ବିଜୟୀ ହୋଇ ନକ୍‌ଆଉଟ ପର୍ଯାୟରେ ପ୍ରବେଶ କରିଛନ୍ତି।

ଏମାନଙ୍କ ବ୍ୟତୀତ ସିଙ୍ଗାପୁରର ଵଙ୍ଗ ଜିନ୍‌ ରୁ, ଗୋଇ ରୁଇ ଜୁଆନ୍‌, ଲିମ୍‌ ଇଉନିସ୍‌ ଜୋଏ, ନାଇଜେରିଆର ଓଜୁମୁ ଅଜୋକେ, ନିମୋତାଲିଆ ଆରେଗ୍‌ବେସୋଲେ, ଅଷ୍ଟ୍ରେଲିଆର ଫେଙ୍ଗ ଚୁନି, ମ୍ୟାଲେସିଆର ଆଲିସ୍‌ ଲି ସିଆନ୍‌ ଚାଙ୍ଗ ୧୬ଜଣିଆ ନକ୍‌ଆଉଟ ପର୍ଯ୍ୟାୟକୁ ଯିବାର ଯୋଗ୍ୟତା ଅର୍ଜନ କରିଛନ୍ତି।

ମଧୁରିକା ପାଟକର, ଅହିକା ମୁଖାର୍ଜୀ ଓ ଅର୍ଚ୍ଚନା କାମାଥଙ୍କ ସହ ଇ˚ଲଣ୍ତର ହୋ ଟିନ୍‌ଟିନ୍‌, ୱେଲ୍ସର ଚାର୍ଲଟ କ୍ୟାରି, ଅଷ୍ଟ୍ରେଲିଆର ମେଲିସା ଟାପ୍ପର, ମିଚେଲ ବ୍ରୋମ୍‌ଲି ସିଧାସଳଖ ମେନ୍‌ ଡ୍ର’କୁ ଆରମ୍ଭରୁ ଯୋଗ୍ୟତା ଅର୍ଜନ କରିସାରିଛନ୍ତି।

ସେହିପରି ପୁରୁଷ ଏକକରେ ଭାରତର ସୁସ୍‌ମିତ ଶ୍ରୀରାମ, ମାନୁଷ ଶାହା, ସନୀଲ ସେଟ୍ଟୀ, ଜୀତ୍‌ ଚନ୍ଦ୍ର, ରୋନିତ ଭଞ୍ଜ, ସୁଧା˚ଶୁ ଗ୍ରୋଭର ନକ୍‌ଆଉଟରେ ପ୍ରବେଶ କରିଛନ୍ତି। ଏମାନଙ୍କ ସହିତ ନାଇଜେରିଆର ବଡେ ଅବିଓଡୁନ, ଅଜିଜ୍‌ ଜାମିଉ, ଇ˚ଲଣ୍ତର ଟମାସ ଜାର୍ଭିସ୍‌, ସିଙ୍ଗାପୁରର ଲୁକାସ ଟାନ୍‌, କୋଏନ୍‌ ପାଙ୍ଗ, ଝିଉ କ୍ଲାରେନ୍ସ ଚିଉ, ମାଲେସିଆର ମହମ୍ମଦ ରିଜାଲ, ଚି ଫେଙ୍ଗ ଲିଓଙ୍ଗ, ଜାଭିନ୍‌ ଚୁଙ୍ଗ, ସାଇପ୍ରସ୍‌ର ମାରିଅସ୍‌ ୟାଙ୍ଗୋଉ ମଧ୍ୟ ପ୍ରଥମ ରାଉଣ୍ତରେ ବିଜୟୀ ହୋଇ ମେନ୍‌ ଡ୍ର’କୁ ଉନ୍ନୀତ ହୋଇଛନ୍ତି।

ଅନ୍ୟପକ୍ଷରେ ପୁରୁଷଙ୍କ ମଧ୍ୟରେ ଜି.ସାଥିଆନ୍‌, ଶରତ କମଲ, ହରମୀତ ଦେସାଇ, ଆଣ୍ଟୋନୀ ଅମଲରାଜ, ମାନବ ଠକ୍କରଙ୍କ ସହ ଇ˚ଲଣ୍ତର ସାମୁଏଲ୍‌ ଵାକର, ଅଷ୍ଟ୍ରେଲିଆର ହେମିଙ୍ଗ ହୁ, ନାଇଜେରିଆର ଓଲାଜିଡେ ଓମୋଟାୟୋ ମେନ୍‌ ଡ୍ର’ରେ ଖେଳିବେ।