ମହିଳା ଟି-୨୦ ଏସିଆ କପ୍‌: ଭାରତୀୟ ଟିମ୍‌ ଚାମ୍ପିଅନ୍‌

indian-womens-teamବେଙ୍କକ୍‌: ବେଙ୍କକ୍‌ରେ ଏସିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନିକାଲ ଗ୍ରାଉଣ୍ଡରେ ଚାଲିଥିବା ଏସିଆନ୍‌ କ୍ରିକେଟ୍‌ କାଉନ୍‌ସିଲ(ଏସିସି) ମହିଳା ଟି-୨୦ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ଭାରତୀୟ ମହିଳା ଟିମ୍‌ ପାରମ୍ପରୀକ ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ଆଜି ପରାସ୍ତ କରିଛି।

ଭାରତ ଟସ୍‌ ଜିତି ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍‌ ହରାଇ ୧୨୨ ରନ୍‌ କରିଥିଲା। ଭାରତ ପକ୍ଷରୁ ମିତାଲି ରାଜ୍‌ ୭୫ ରନ୍‌ କରି ନଟ୍‌ଆଉଟ୍‌ ଥିବାବେଳେ ଝୁଲଣ ଗୋସ୍ୱାମୀ ୧୭ ରନ୍‌ କରି ଆଉଟ୍‌ ହୋଇଥିବା ବେଳେ ଅନ୍ୟ କୌଣସି ଖେଳାଳି ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ।

ଏହାର ଜବାବରେ ପାକିସ୍ତାନ ୨୦ ଓଭରରେ ୬ ୱିକେଟ୍‌ ହରାଇ ୧୦୪ ରନ୍‌ କରିଥିଲା। ଭାରତ ପକ୍ଷରୁ ଏକତା ବିଷ୍ଟ୍‌ ୨ଟି, ଏଏ ପଟେଲ, ଝୁଲଣ ଗୋସ୍ୱାମୀ, ଏସ୍‌. ପାଣ୍ଡେ ଓ ପ୍ରୀତି ବିଷ୍ଟ୍‌ ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ।

ମିତାଲି ରାଜଙ୍କୁ ପ୍ଲେୟର ଅଫ୍‌ ଦି’ ମ୍ୟାଚ୍‌ ଓ ପ୍ଲେୟର ଅଫ୍‌ ଦି’ ସିରିଜ୍‌ ଭାବେ ବିବେଚନା କରାଯାଇଛି।

This website uses cookies to improve your experience. We'll assume you're ok with this, but you can opt-out if you wish. AcceptRead More