ନ୍ୟୁଜିଲ୍ୟାଣ୍ଡ ଟୁର ପାଇଁ ମହିଳା ଟିମ୍‌ ଘୋଷିତ, ଜାଣନ୍ତୁ କିଏ ରହିଲେ ଦଳରେ

ନୂଆଦିଲ୍ଲୀ: ଟି-୨୦ ମହିଳା ବିଶ୍ୱକପ୍‌ ସେମିଫାଇନାଲରେ ଚୂଡ଼ାନ୍ତ ଏକାଦଶ ଚୟନକୁ ନେଇ ବିବାଦ ସୃଷ୍ଟି ହେବା ପରେ ଆଜି ନ୍ୟୁଜିଲ୍ୟାଣ୍ଡ ଟୁର ପାଇଁ ଦଳ ଘୋଷଣା ହୋଇଛି। ଉଭୟ ଟି-୨୦ ଓ ଦିନିକିଆ ଦଳରେ ଷ୍ଟାର ତାରକା ମିତାଲି ରାଜ ଓ ହରମନପ୍ରୀତ କୌର ସ୍ଥାନ ପାଇଛନ୍ତି।

ପୂର୍ବଭଳି ମିତାଲି ରାଜ ଦିନିକିଆ ମହିଳା ଟିମ୍‌ର ନେତୃତ୍ୱ ନେବେ। ସେହିପରି ହରମନପ୍ରୀତ ଟି-୨୦ ଟିମ୍‌ର ଦାୟିତ୍ୱ ସମ୍ଭାଳିବେ। ଆଜି ବିସିସିଆଇ ପକ୍ଷରୁ ଟିମ୍‌ ଘୋଷଣା କରାଯିବା ବେଳେ ଏକଥା କୁହାଯାଇଛି।

ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଟିମ୍‌ ଇଣ୍ଡିଆ ଆସନ୍ତା ଜାନୁଆରୀ ୨୪ରୁ ପ୍ରଥମେ ୩ଟି ଦିନିକିଆ ଖେଳିବ। ସେହିପରି ଫେବୃଆରୀ ୬ରୁ ଦଳ ୩ଟି ଟି-୨୦ ମ୍ୟାଚ୍‌ ଖେଳିବ। ସେହିପରି ଦଳର କୋଚ୍‌ ଭାବେ ଗତକାଲି ନିଯୁକ୍ତି ପାଇଥିବା ଭିଡବ୍ଲ୍ୟୁ ରମଣ ତାଙ୍କର ନୂଆ ଦାୟିତ୍ୱ ସମ୍ଭାଳିବେ।

ଦିନିକିଆ ମହିଳା ଦଳ: ମିତାଲି ରାଜ(ଅଧିନାୟକ), ହରମନପ୍ରୀତ କୌର(ଉପ ଅଧିନାୟକ), ସ୍ମୃତି ମାନ୍ଧାନା, ଜେମିମା ରୋଡରିଗସ୍‌, ପୁନମ ରାଉତ, ଦୀପ୍ତି ଶର୍ମା, ଡି ହେମଲତା, ତାନିଆ ଭାଟିଆ(ୱିକେଟ୍‌ କିପର), ମୋନା ମେଶରମ, ଏକତା ବିଷ୍ଟ, ପୁନମ ଯାଦବ, ରାଜେଶ୍ୱରୀ ଗାଏକ୍ୱାଡ, ଝୁଲନ ଗୋସ୍ୱାମୀ, ମାନସୀ ଯୋଶୀ ଓ ଶିଖା ପାଣ୍ଡେ।

ଟି-୨୦ ମହିଳା ଟିମ୍‌: ହରମନପ୍ରୀତ କୌର (ଅଧିନାୟକ), ସ୍ମୃତି ମନ୍ଧାନା (ଉପ ଅଧିନାୟକ), ମିତାଲି ରାଜ, ଦୀପ୍ତି ଶର୍ମା, ଜେମିମା ରୋଡରିଗସ୍‌, ଅନୁଜା ପାଟିଲ, ଡି ହେମଲତା, ମାନସୀ ଯୋଶୀ, ଶିଖା ପାଣ୍ଡେ, ତାନିଆ ଭାଟିଆ (ୱିକେଟ୍‌ କିପର), ପୁନମ ଯାଦବ, ଏକତା ବିଷ୍ଟ, ରାଧା ଯାଦବ, ଅରୁନ୍ଧତୀ ରେଡ୍ଡୀ ଓ ପ୍ରିୟା ପୁନିଆ।